ସଫଳତା ପାଇଁ ଉଦ୍ୟମ ଲୋଡା

ଦକ୍ଷିଣ ଆଫ୍ରିକାରେ ବସବାସ କରୁଥିବା ଆଦିମ ଅଧିବାସୀଙ୍କର ଜଣେ ରାଜା ଥିଲେ । ରାଜା ଜଣକ ଥିଲେ ଜଣେ ବିଚକ୍ଷଣ ଘୋଡା ଦୌଡାଳୀ । ସେ ଘୋଡା ଛୁଟାଇଲା ବେଳେ ଭୂଇଁରୁ ଧୂଳି ଉଡି ଆକାଶରେ ମେଘର ଭ୍ରମ ସୃଷ୍ଟି କରିଥାଏ । ସତେଯେମିତି ଆକାଶରେ ସୂର୍ଯ୍ୟ ଲୁଚି ଯାଇ ଦିନକୁ ରାତି କରିଦେଉଥିଲେ । ତାଙ୍କୁ କୌଣସି ଘୋଡାଦୌଡାଳି ଟପିଯାଉନଥିଲେ । ଫଳରେ ତାଙ୍କ ମନରେ ଅପାର ଗର୍ବ ଆସିଯାଇଥିଲା ।

       ସେହି ଅହଂକାରୀ ରାଜାଙ୍କର ଆଉ ଗୋଟିଏ ଖରାପ ଗୁଣ ଥିଲା । ସେ ଯଦି ଖବର ପାଉଥିଲେ କାହାର ଘୋଡା ଖୁବ୍ ଜୋର୍ ଦୌଡୁଛି ସେ ଗୋପନରେ ସେଠାକୁ ଲୋକ ପଠାଇ ସେ ଘୋଡାର ଖୁରାଟି କାଟି ଦେଉଥିଲେ । ଫଳରେ ସେହି ଘୋଡା ଅକାମି ହୋଇ ପଡୁଥିଲା ।

       ସୁତରାଂ ଏଭଳି ଅନ୍ୟାୟ ଭଗବାନ ସହି ପାରିଲେ ନାହିଁ ।

       ଦିନକର କଥା । ସେହି ରାଜାଙ୍କ ସହିତ ଘୋଡାଦୌଡ ପ୍ରତିଯୋଗିତାରେ ଅବତୀର୍ଣ୍ଣ ହେଲେ, ଜଣେ ଯୁବକ । ଯୁବକ ଜଣକ ଯେଭଳି ଦୁର୍ବଳ ଦେଖାଯାଉଥିଲେ, ତା’ଠାରୁ ବଳି ତାଙ୍କର ଘୋଡା।


ଗପ ସାରଣୀ

ତାଲିକାଭୁକ୍ତ ଗପ