ଅଜବ ଚତୁରୀ ସ୍ତ୍ରୀ କଥା

ଏହା ଅଜଣା କଥା, ଗୁରୁ କହିଛନ୍ତି – ଯାହା ନଦେଖିବୁ ଦୁଇ ନୟନେ, ପରତେ ନଯିବୁ ଗୁରୁ ବଚନେ ।

                ଯାହା ନିଜ ଆଖିରେ କେବେ ଦେଖି ନଥିବ ତାହା କିନ୍ତୁ ଗୁରୁ ଯେତେ ବୁଝାଇଲେବି ବିଶ୍ୱାସ କରିବାର ନାହିଁ । କିନ୍ତୁ ଆଖିରେ ଦେଖି ନଥିବା କଥାତ ପୁଣି ସତ୍ୟ ହୁଏ । ସଂସାରରେ ସ୍ତ୍ରୀ ପୁରୁଷ ଦୁଇ ଜାତି । ସଙ୍ଗମ କାଳେ ରେତ ପଡିବା କିଏ କଣ କେବେ ନିଜ ଆଖିରେ ଦେଖିଛି । ପୁଣି ସେହି ଥିରୁ ସୃଷ୍ଟି ହୁଏ ସଂସାର । ନାରୀ ବିନା ଏହା କେବେ ସମ୍ଭବ ହୋଇ ନଥାଏ । ଆଉ ମଧ୍ୟ ସଂସାରରେ ସମସ୍ତ ପୁରୁଷ କୌଣସି ଗୁଣରେ ସମାନ ନୁହଁନ୍ତି କି କୌଣସି ସ୍ତ୍ରୀ ମଧ୍ୟ ସମାନ ଗୁଣରେ ସମାନ ନୁହେଁ । ସମସ୍ତ ପୁରୁଷ ଓ ସ୍ତ୍ରୀଙ୍କ ମଧ୍ୟରେ ଚିହ୍ନିବା ଲାଗି ପୃଥକ ପୃଥକ ଚେହେରା ହୋଇଛି । ସେହି ସଂସାରର ଜ୍ଞାନ ବୁଝାଇବା ନିମନ୍ତେ ଅବୋଲକରାକୁ ପୁଣି ସାଙ୍ଗରେ ଧରି ନୂଆ ତୀର୍ଥ ଭ୍ରମଣରେ ବାହାରି ଗଲେ ସେହି  ଚତୁର ବ୍ୟଙ୍ଗକାର ।

                ସେହି ନୂଆ ତୀର୍ଥଟିର ନାମ ହେଉଛି ତିରୁପତି । ଉପଦେଷ୍ଟାଙ୍କ ସାଥିରେ ବହୁ ଦେଶ ବହୁ ତୀର୍ଥ ବୁଲି ବୁଲି ଆସିଥିଲା ଏହି ମୂର୍ଖ ଅବୋଲକରା । କେତେ ଭୟ ଆତଙ୍କ ସୁଖ, ଦୁଃଖ ଓ ଆଶ୍ଚର୍ଯ୍ୟ ହେବାର କଥାମାନ ସେ ଦେଖି ଆସିଛି । ଏଥିରେ ବୋଲକରା କିଛି ପରିମାଣରେ ସୁଖବି ପାଇଛି, ଚତୁର ମଧ୍ୟ ହୋଇ ପାରିଛି । ଏବେ ତୀର୍ଥ ଭ୍ରମଣର ଚଲା ପଥରେ ଚତୁର ବ୍ୟଙ୍ଗକାର ସେହି ଅବୋଲକରାକୁ କେତୋଟି ସଂସାରର କଥା କହିଛନ୍ତି । ସେତେବେଳେ ବୋଲକରା ସେହି ଉପଦେଷ୍ଟାଙ୍କ କଥାକୁ ମନ ଧ୍ୟାନ ଦେଇ ଶୁଣୁ ଥାଏ ଓ ରାସ୍ତାରେ ଚାଲିଥାଏ ।

                ଏପରି ଚାଲୁ ଚାଲୁ ଅନେକ ରାସ୍ତା ଚାଲି ଯାଆନ୍ତେ ସଂନ୍ଧ୍ୟା ହୋଇ ଗଲା । ରାସ୍ତାରେ ପଡିଲା ଏକ ଘଂଚ ଅରଣ୍ୟ ।  ଚତୁର ବ୍ୟଙ୍ଗକାର ଦେଖିଲେ ଧୀରେ ଧୀରେ ରାତ୍ରି ହେବାକୁ ଲାଗିଛି । ବର୍ତ୍ତମାନ କେଉଁଠାରେ ରହି ଯିବାର ସ୍ଥାନ ଦେଖିବା ଦରକାର । ଅଧିକ ଅନ୍ଧାର ହୋଇଗଲେ ରହିବା ଲାଗି ଆମକୁ ଆଉ ପରିଷ୍କାର ସ୍ଥାନ ମିଳିବ ନାହିଁ । ତହୁଁ ବୋଲକରାକୁ  ଚତୁର ବ୍ୟଙ୍ଗକାର କହିଲେ ରାତି ଅଧିକ ହୋଇ ଯିବ । ଆମେ ଏବେ ଆଉ ଆଗକୁ ନଯାଇ ଏହି ଘଂଚ ଅରଣ୍ୟ ମଧ୍ୟରେ ଆମକୁ ଆମର ରହିବା ଲାଗି ଖୋଜି ଖୋଜି ଏକ ପରିଷ୍କାର ସ୍ଥାନ ସ୍ଥିର କରିବାକୁ ହେବ । ଅବୋଲକରା କହିଲା ଠିକ୍ ଅଛି, ତାହା ହେଲେ ଆମକୁ ଆଉ କିଛି ଅଧିକ ରାସ୍ତାକୁ ଯିବାକୁ ହେବ । ତାହା ହେଲେ ଚାଲ ।

                ଏହା ପରେ ଚତୁର ବ୍ୟଙ୍ଗ କଥାକାର ଓ ଅବୋଲକରା ସେହି ଅରଣ୍ୟ ମଧ୍ୟରେ ଅଳ୍ପ କିଛି ପଥ ଅତିକ୍ରମ କରନ୍ତେ ଅରଣ୍ୟ ମଧ୍ୟରେ ଗୋଟିଏ ସ୍ଥାନରେ କେତେ ଗୁଡିଏ ଭଙ୍ଗା ପୁରୁଣା ପ୍ରାସାଦ ଦେଖିବାକୁ ପାଇଲେ । ସେହି ସ୍ଥାନ କିନ୍ତୁ ଖୁବ୍ ପରିଷ୍କାର ଥିଲା । ଚତୁର ବ୍ୟଙ୍ଗକାର କହିଲେ ଆମକୁ ଆଉ ଏହା ଠାରୁ ଭଲ ସ୍ଥାନ ମିଳିବ ନାହିଁ । ଆଜି ରାତିକ ଲାଗି ଆମେ ଏହି ଠାରେ ବିଶ୍ରାମ ନେଇ ପୁଣି ଆଜି ରାତିକ ପାହିଲେ କାଲି ଆମେ ଏଠାରୁ ଚାଲିଯିବା ।


ଗପ ସାରଣୀ

ତାଲିକାଭୁକ୍ତ ଗପ