ଭିନ୍ନ ମତ

       ଥରେ ଜଣେ ଭଦ୍ରବ୍ୟକ୍ତି ଏକ ଦେଉଳ ନିର୍ମାଣ କାର୍ଯ୍ୟ ଦେଖିବାକୁ ଗଲେ । ସେଠାରେ ଅନେକ ଶିଳ୍ପୀ କାମ କରୁଥାନ୍ତି ।

       ସେଇ ଭଦ୍ରବ୍ୟକ୍ତି ଜଣକ ଜଣେ ଶିଳ୍ପୀକୁ ପଚାରିଲେ, “ଭାଇ, ଏଠାରେ କ’ଣ କରୁଛ?” ମୁଁ ପରା ପଥର ଖୋଦେଇ କାର୍ଯ୍ୟରେ ନିଯୁକ୍ତି ପାଇ ସେହି କାମ କରୁଛି? ଆଉ କ’ ଣ କରନ୍ତି?”

       ସେହି ଭଦ୍ରବ୍ୟକ୍ତି ଜଣକ ପୁଣି ଆଗକୁ ଚାଲିଲେ । ସେ ଆଉ ଜଣେ ପଥର ଖୋଦେଇ ଶିଳ୍ପୀକୁ ପଚାରିବାରୁ ସେ କହିଲା, “କ’ଣ କରୁଛି ବୋଲି ପଚାରୁଛନ୍ତି? ଦିନ ମଜୁରିଆ ଭାବରେ କାମ କରୁଛି । ଦିନକୁ ଯେତିକି ପଥର ମୂର୍ତି ଗଢିବି ସେହି ଅନୁସାରେ ପଇସା ପାଇବି ।” ଏହା କହି ସେ ପୁଣି ପଥର ଗଢିବା କାମରେ ଲାଗିଗଲେ ।

       ଏହାପରେ ଭଦ୍ରବ୍ୟକ୍ତି ପୁଣି ଆଗକୁ ବଢିଲେ । ହଠାତ୍ ସେ ଦେଖିଲେ ଆଉ ଜଣେ ବ୍ୟକ୍ତି ମନ ଆନନ୍ଦରେ ଗୀତ ଗାଇ ଗାଇ ପଥର ଖୋଦେଇ କାମ କରୁଛି । ସେ ତାକୁ ପଚାରିଲେ, “ଭାଇ ! ତୁମେ କ’ଣ କରୁଛ?”


ଗପ ସାରଣୀ

ତାଲିକାଭୁକ୍ତ ଗପ