ସମସ୍ୟାର ସମାଧାନ

 ମହାରାଜ ଆକବର ଏବଂ ପାରସ୍ୟର ସମ୍ରାଟଙ୍କ ମଧ୍ୟରେ ସୁସଂପର୍କ ଥାଏ । ଉଭୟେ ସବୁ ସମୟରେ ପରସ୍ପର ନିକଟକୁ ନାନାଦି ଜଟିଳ ପ୍ରଶ୍ନ ପଠାଉଥାଆନ୍ତି । ଯିଏ ସମସ୍ୟାର ସମାଧାନ କରିପାରେ, ସେ ଚତୁର ବୋଲି ପରିଗଣିତ ହୁଏ ।

         ଦିନେ ପାରସ୍ୟ ସମ୍ରାଟ୍ ଗୋଟିଏ ପିଞ୍ଜରା ମଧ୍ୟରେ ଏକ ସିଂହ ତିଆରି କରି ତାଙ୍କର ଜଣେ କର୍ମଚାରୀ ହାତରେ ଏକ ଜଟିଳ ପ୍ରଶ୍ନ ଲେଖି ପଠାଇଥାଆନ୍ତି । କର୍ମଚାରୀ ସହିତ ଥିବା ପିଞ୍ଜରା ମଧ୍ୟସ୍ଥ ସିଂହକୁ ଦେଖି ଆକବରଙ୍କ ଦରବାରରେ ଉପସ୍ଥିତ ଥିବା ପାତ୍ର, ମନ୍ତ୍ରୀଗଣ ଆଶ୍ଚର୍ଯ୍ୟ ହୋଇଗଲେ । କେତେଜଣ ମଧ୍ୟ କାନ୍ଥ କଡରେ ଲୁଚିଗଲେ । ସ୍ୱୟଂ ମହାରାଜ ଆକବର ମଧ୍ୟ କିଛି ସମୟ ପାଇଁ ଡରିଗଲେ ।

         କର୍ମଚାରୀ ଜଣକ ପିଞ୍ଜରା ସହିତ ସିଂହକୁ ଆଣି ଦରବାରର ମଧ୍ୟଭାଗରେ ରଖିଦେଲା । ଆକବରଙ୍କୁ ପ୍ରଥମେ ଯୋଡ ହସ୍ତରେ ପ୍ରଣାମ କରି କହିଲା, “ହଜୁର୍! ମୋ ରାଜା ଏକ ପ୍ରଶ୍ନର ଉତ୍ତର ଜାଣିବାପାଇଁ ଇଚ୍ଛା କରିଛନ୍ତି । ସେ ଜାଣିବାକୁ ଚାହାଁନ୍ତି ଯେ, ଆପଣଙ୍କ ଦରବାରରେ ଏପରି କେହି ଚତୁର ବ୍ୟକ୍ତି ଅଛନ୍ତି ଯିଏ କି, ପଞ୍ଜୁରୀ ମଧ୍ୟରେ ଥିବା ସିଂହଟିକୁ ଅପସାରିତ କରିପାରିବ । କିନ୍ତୁ ଏପରି କୌଶଳ ଅବଲମ୍ବନ କରିବ ଯେମିତି ପଞ୍ଜୁରୀ ଭାଙ୍ଗିବ ନାହିଁ । ଏହି କାର୍ଯ୍ୟ ଆପଣଙ୍କୁ କୋଡିଏ ଦିନ ମଧ୍ୟରେ କରିବାକୁ ପଡିବ ।”

         କର୍ମଚାରୀର କଥା ଶୁଣି ସାରିବା ପରେ ରାଜା ଜଣ ଜଣକରି ସମସ୍ତଙ୍କୁ ପ୍ରଶ୍ନର ସମାଧାନ କରିବା ପାଇଁ ପଚାରିଲେ । ହେଲେ ସମସ୍ତେ ନିଜର ଅକ୍ଷମତା ପ୍ରକାଶ କଲେ । ପାତ୍ର, ମନ୍ତ୍ରୀମାନଙ୍କର ଅପାରଗତା ଦେଖି ରାଜା ଆକବର ଚିନ୍ତାରେ ପଡିଗଲେ । ସେହି ସମୟରେ ବିରବଲ ମଧ୍ୟ ନଥାଆନ୍ତି । ସେ ତାଙ୍କ ପତ୍ନୀଙ୍କ ସହିତ ତୀର୍ଥ କରିବାକୁ ଯାଇଥାଆନ୍ତି ।


ଗପ ସାରଣୀ

ତାଲିକାଭୁକ୍ତ ଗପ