ଗୁରୁଙ୍କୁ ଘୃଣା କରନାହିଁ

ବାର୍ଦ୍ଧକ୍ୟ ହେତୁରୁ ସନ୍ଥ ଖୋଜୁଥିଲେ ଶିଷ୍ୟଙ୍କ ଭିତରୁ ଅସଲ ଜଣେ

    ବାରାଙ୍ଗନା ଘରେ ପଶିଗଲେ ଗୁରୁ ଯାଉଯାଉ ବାଟେ ଶିଷ୍ୟଗହଣେ ।

    ଏହାଦେଖି ଶିଷ୍ୟ ବାଇଶ ଭିତରୁ ଚାଲିଗଲେ ସର୍ବେ ଜଣକୁ ଛାଡି

    ଭାବୁଥିଲେ ମନେ ଗୁରୁବର ବୋଧେ ଯାଇଛନ୍ତି ତାଙ୍କ ପଥକୁ ହୁଡି ।

    ଗୁରୁଙ୍କ ଅପେକ୍ଷା କରିଥିବା ଶିଷ୍ୟ ଅସଲ ଶିଷ୍ୟରେ ହୋଇଲା ଗଣା

    ଆଚରଣ ମନ୍ଦ ନ ଥିଲା ଗୁରୁଙ୍କ ଥିଲା ଏହା ଏକ ପରୀକ୍ଷା ସିନା ।

ଏହା ସନ୍ଥ ହଜରତ ନିଜାମୁଦ୍ଦିନଙ୍କ ଜୀବନର ସତ୍ୟ ଘଟଣାଟିଏ । ତାଙ୍କର ମୋଟ ବାଇଶ ଜଣ ଶିଷ୍ୟ ଥିଲେ । ପରିଣତ ବୟସରେ କାହାକୁ ସେ ନିଜର ଉତ୍ତରାଧିକାରୀ ରୂପେ ବରଣ କରିବେ ସେଥିନେଇ ସେ ବଡ ଚିନ୍ତାରେ ଥିଲେ । କାରଣ ତାଙ୍କର ଶିଷ୍ୟମାନେ କିଏ କାହା ଠାରୁ ଆଦୌ କମ୍ ନଥିଲେ । ତାଙ୍କ ଭିତରେ ସବୁଠାରୁ ଯୋଗ୍ୟ କିଏ ତାହା ଚୟନ କରିବା ଏକାନ୍ତ କାଠିକର ପାଠ ଥିଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ