ସୁବର୍ଣ୍ଣ ଫୁଲର ରହସ୍ୟ

ଯେଉଁ ସମୟରେ ଆଠଗଡ ରାଜାଙ୍କର ଖୁବ୍ ପ୍ରତିପତି ତଥା ସୁନାମ ଥିଲା, ସେହି ସମୟରେ ଉପଦେଷ୍ଟାଙ୍କର କାଟେତି ଓ ସୁଖ୍ୟାତି କଥା କହିଲେ ନସରେ । ଚତୁର ବ୍ୟଙ୍ଗକାର ଥିଲେ ଜଣେ ଖୁବ୍ ନାମକରା କବିରାଜ ବା ବୈଦ୍ୟରାଜ । ଏହା ସହିତ ରାଜାଙ୍କ ଦରବାରରେ ସେ ଥିଲେ ଜଣେ ଶ୍ରେଷ୍ଠ ଉପଦେଷ୍ଟା । ଆଉ ଉପଦେଷ୍ଟା ଭାବରେ ସେ ଥିଲେ ଅସ୍ତବୁଦ୍ଧିଦତ୍ତ ନାମରେ ପରିଚିତ ।

                ଏହା ଯେଉଁ ସମୟର କଥା, ସେ ସମୟରେ ଯାତାୟତ ନିମନ୍ତେ ସୁଖପ୍ରଦ ରାସ୍ତାଘାଟ ନଥିଲା, ନଥିଲା ଗାଡି ମୋଟର । ତେଣୁ ଯେଉଁ ସ୍ଥାନକୁ ଯିବାକୁ ପଡେ ସେ ସ୍ଥାନକୁ ଉଚ୍ଚ ସମ୍ମାନୀୟ ବ୍ୟକ୍ତି ମାନେ ଅଶ୍ୱ ସାହାଯ୍ୟରେ ଯା ଆସ କରୁ ଥିଲେ । ହେଲେ ଓଡିଶାର ଉପଦେଷ୍ଟା ମାନେ ସିନା ବିଦ୍ୟା ବୁଦ୍ଧିରେ ଉନ୍ନତ, ହେଲେ ଧନ କ୍ଷେତ୍ରରେ ସେମାନେ ସର୍ବଦା ଦରିଦ୍ରତା ମଧ୍ୟରେ ସମୟ ଅତିବାହିତ କରୁ ଥିଲେ ।

                ସେଦିନ ଧନ ହୀନ  ଚତୁର ବ୍ୟଙ୍ଗକାର ସାଥିରେ ଖୁବ୍ ବଳିଷ୍ଠ ଚେହେରାର ଜଣେ ଶକ୍ତିବାନ ସେବାକାରୀ ମକରାକୁ ସାଥିରେ ଧରି ତୀର୍ଥ ଭ୍ରମଣରେ ବାହାରି ପଡିଲେ । ମକରା ଯେପରି ଶକ୍ତିରେ ବଳୁଆ ସେପରି ମୂର୍ଖଟାଏ ମଧ୍ୟ । ନାଇଁ ମାମୁଁ ଠାରୁ କଣା ମାମୁଁ ଭଲ ସଦୃଶ ମକରାକୁ ଉପଦେଷ୍ଟା ସାଥିରେ ଧରି ତୀର୍ଥ ଯିବା ପରେ ବାଟରେ ପଡିଲା ଅନେକ ଅରଣ୍ୟ । ପାହାଡ, ପର୍ବତ, ନଦୀ, ନାଳ, ଝରଣା ।  ଚତୁର ବ୍ୟଙ୍ଗକାର ଓ ମକରା ସେସବୁ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ସହିତ ପଥ ଅତିକ୍ରମ କରୁ ଥାଆନ୍ତି । ଏମିତି ପଥ ଅତିକ୍ରମ କରିବା ମଧ୍ୟରେ ସମସ୍ତ ଅରଣ୍ୟାଦିକୁ ଅତିକ୍ରମ କରି ଗଲେ । ସେ ଥିଲା ବୃନ୍ଦାବନ ଯିବାର ରାସ୍ତା । ପାଦ ଚଲା ରାସ୍ତାରେ ଯିବାକୁ ହେଉଛି, କେତେ ଦିନ ଯେ ଲାଗିବ କିଛି କହି ହେବ ନାହିଁ । ସାଥିରେ ମଧ୍ୟ ସେଦିନ କେହି ବୃନ୍ଦାବନ ଯିବାର ଯାତ୍ରୀ ସାଥିରେ ମିଳି ନାହାଁନ୍ତି । ଚାଲି ଚାଲି ପାଦ ଥକି ପଡିବାରୁ  ଚତୁର ବ୍ୟଙ୍ଗକାର କହିଲେ ବାବା ଅବୋଲକରା, ଏହି ଠାରେ ଏକ ଶିବ ମନ୍ଦିର ଅଛି । ତା’ପାଶ୍ୱର୍ରେ ପାନ୍ଥଶାଳା, ସୁନ୍ଦର ପୁଷ୍କରିଣୀ । ଏହି ଠାରେ ହିଁ ଆମେ ବିଶ୍ରାମ ନେବା ଉଚିତ୍ । ତେଣୁ ମୁଁ ତୁମକୁ ଯାହା କହୁଛି ତାହା ମନ ଦେଇ ଶୁଣ :-

ଥକ୍କା ଲାଗିଲା                            ପାଦ ଥକିଲା

ଗଣ୍ଠିଲି ରଖ ଏଇଠି ।

ପକ୍କା କମ୍ବଳ                              ପୋଅତ ଛତା

ଥକ୍କା ମେଂଟାଇବା ଏଠି ।

ଏ ଝରଣା ଜଳ                          ବଡ ସୁନ୍ଦର

                                ପୁଣି ପଦୁଅଁ ପୋଖରୀ ।

ରହିବାରେ ଏଠି                        ରେ ଅବୋଲକରା

                                ବିଶ୍ରାମ ହେବ ଏପରି ।

ହାଟ ଯାଇଣ                                             ସଉଦା ଆଣ

                                ପାକ କରିବାଟି ଜାଣ ।

ଭଲରେ ନିଦ୍ରା                                           କାଟିବା ବାବା

                                ବିଳମ୍ବରେ ନାହିଁ ମନ ।

ମୁଁ ଯାଉଛି, ମୋର ନିତ୍ୟ କର୍ମ ସାରିବି । ତୁମେ ଯେତେ ଶୀଘ୍ର ଯାଇ ପଡିଶା ହାଟରୁ କିଛି ତଣ୍ଡୁଳ, ମୁଗ ଜାଇ, ସାରୁ, ବାଇଗଣ, କଦଳୀ ଓ ମାଟି ଆଳୁ ଧରି ଆସ । ମନେ ରଖ ବିଳମ୍ବ କରିବ ନାହିଁ ।

ଉପଦେଷ୍ଟାଙ୍କ ମୁଖରୁ ଏକଥା ଶୁଣିବା ମାତ୍ରେ ଅବୋଲକରା ହାଟରୁ ସଉଦା ଆଣିବା ଉଦ୍ଧେଶ୍ୟରେ ହାଟକୁ ଚାଲି ଗଲା । ହାଟକୁ ଯିବା ରାସ୍ତାରେ ଅବୋଲକରା ଅନେକ ବାଟ ଚାଲି ଯାଇଛି, ଯିବା ପଥ ମଧ୍ୟରେ ସେ ଅନେକ ପ୍ରାକୃତିକ ସୌନ୍ଦର୍ଯ୍ୟ ଦେଖିଛି । ଆଉ ତାହା ମଧ୍ୟରେ ଦେଖି ନେଇଛି ଏକ ଅପୂର୍ବ ସୌନ୍ଦର୍ଯ୍ୟର ରାଜବାଟୀ ।


ଗପ ସାରଣୀ

ତାଲିକାଭୁକ୍ତ ଗପ