ଉତ୍ତରାଧିକାରୀ

ନିଶା ଗରଜୁଥାଏ । ତେଣେ ଠିକ୍ ସେହି ସମୟରେ ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଝିପିଝିପି ବର୍ଷା ମଧ୍ୟ ହେଉଥାଏ । ଆଖପାଖର ବଣବୁଦା ଭିତରୁ ସାଇଁ ସାଇଁ ପବନ ଭାସି ଆସୁଥାଏ । ଘଡଘଡି ଓ ଶ୍ୱାନଶ୍ୱାପଦଙ୍କ ରଡି ସହିତ ମଝିରେ ମଝିରେ ଅଶରୀରୀ ମାନଙ୍କର ଅଟ୍ଟହାସ୍ୟବି ଶୁଭୁଥାଏ । ଭୟାଭହ ମୁହଁଟିମାନ ଘନଘନ ବିଜୁଳି ଆଲୁଅରେ ଦିଶିଯାଉଥାଏ । କିନ୍ତୁ ରାଜା ବିକ୍ରମାର୍କ ତିଳେ ହେଲେ ମଧ୍ୟ ବିଚଳିତ ବୋଧ ନକରି ପୁନର୍ବାର ସେହି ପ୍ରାଚୀନ ବୃକ୍ଷଟି ପାଖକୁ ଲେଉଟି ଆସିଲେ ଓ ବୃକ୍ଷାରୋହଣ କରି ଶବଟିକୁ ଉତାରି ଆଣିଲେ । ତେବେ ତାକୁ ସେ ନିଜ କାନ୍ଧରେ ପକାଇ ସେହି ଶୁନ୍ଶାନ୍ ପଥ ଅତିକ୍ରମ କରିବାକୁ ଆରମ୍ଭ କରିବା ମାତ୍ରେ ଶବସ୍ଥିତ ବେତାଳ କହିଲା, “ହେ ରାଜନ୍, ଗୋଟିଏ ରାଜ୍ୟର ରାଜା ହେବାର ସୁଖ ତୁମେ ଭୋଗ କରି ସାରିଲଣି, ତଥାପି ତୁମେ କେଉଁ ସୁଖର ସନ୍ଧାନରେ ଏତେ ରାତିରେ ଏତେ କଷ୍ଟ କାମ କରୁଛ? କିମ୍ବା ଏକ ଅତିପ୍ରିୟ ଓ ଅଲୌକିକ ଶକ୍ତିପ୍ରାପ୍ତ କରି ତୁମେ ଚିରଯୁବକ ହେବାକୁ ଚାହୁଁଛ? ଯଦି ସେପରି କିଛି ଭାବୁଛ, ତେବେ ଶୁଣ, ଅଲୌକିକଶକ୍ତି ସହିତ ମାନବ ସ୍ୱଭାବ ବେଶି ସମୟ ରହିପାରେ ନାହିଁ, ତେଣୁ ଉଦ୍ଧେଶ୍ୟ ବିଫଳ ହୋଇଯାଏ । ଉଦାହରଣ ସ୍ୱରୂପ ମୁଁ ଅନନ୍ତବର୍ମା ନାମକ ରାଜାଙ୍କ ବିଷୟରେ କହୁଛି, ମନଦେଇ ତୁମେ ତାହା ଶୁଣ । ଫଳରେ ଶ୍ରମଭାର ଲାଘବ ହେବ ।” ତା’ପରେ ସେ ବେତାଳ ଗପିଲା:

                ପୁରୁଣାକାଳର କଥା । ଅନନ୍ତବର୍ମା ବୈଜୟନ୍ତୀପୁର ରାଜ୍ୟର ରାଜା ଥିଲେ । କ୍ରମେ ସେ ବାର୍ଦ୍ଧକ୍ୟ ଅବସ୍ଥାରେ ଯାଇ ପହଁଚିଲେ, ହେଲେ ସେ ନିଃସନ୍ତାନ ହେତୁ ରାଜ୍ୟର ଉତ୍ତରାଧିକାରୀ କିଏ ହେବ, ସେହିକଥା ଭାବି ଭାବି ବଡ ବ୍ୟାକୁଳ ହେଉଥିଲେ । ସେ ମାନସିକ ଓ ଶାରୀରିକ ଉଭୟ ଦିଗରୁ ଅସୁସ୍ଥ ଥିଲେ ।

                ଦିନେ ପୁର୍ଣ୍ଣିମା ରାତିରେ ରାଜା ତାଙ୍କର ମନ୍ତ୍ରୀ, ଚରଣଗୁପ୍ତଙ୍କ ସହିତ ନଗରର ଖୋଲା ଛାତରେ ବୁଲୁଥିଲେ । ରାଜା କହିଲେ, “ଶୁଣ ମନ୍ତ୍ରୀ ଏହି ମନୋରମ ଜ୍ୟୋସ୍ନାରାତ୍ରି, ସୁନ୍ଦର ଉଦ୍ୟାନ, ଐଶ୍ୱର୍ଯ୍ୟପୁର୍ଣ୍ଣ ରାଜମହଲ ସବୁକିଛି ଛାଡି ମୋତେ କୌଣସି ଅଜ୍ଞାତ ଲୋକକୁ ଚାଲିଯିବାକୁ ହେବ ।”

                ମନ୍ତ୍ରୀ ସବୁ ଶୁଣି ଚୁପ୍ ରହିଲେ । ହଠାତ୍ ଆକାଶମାର୍ଗରୁ ଗୋଟିଏ ସୁନେଲି ଚକ୍ ଚକ୍ ଅପୂର୍ବ ପୁଷ୍ପଟିଏ ଆସି ସେମାନଙ୍କ ସାମନାରେ ପଡିଲା । ରାଜା ସେଇଟିକୁ ତଳୁ ଉଠାଇ ଶୁଙ୍ଘିଲେ ଓ କହିଲେ, “ଚରଣ ଗୁପ୍ତ, ଏହା ତ କୌଣସି ଅଦ୍ଭୁତ ପୁଷ୍ପ । ଏହାର ସୌରଭ ବର୍ଣ୍ଣନା କରିବା ପାଇଁ ମୋ ପାଖରେ ଶବ୍ଦ ନାହିଁ; ଏପୁଷ୍ପ କେଉଁଠାରୁ ଓ କିପରି ଆସିଲା ମୋତେ ବୁଝିକରି କୁହ । ଏହା ପାର୍ଥିବ ପୁଷ୍ପ ପରି ତ କାହିଁ ମନେ ହେଉନାହିଁ ।”

ମନ୍ତ୍ରୀ କହିଲେ “ମହାରାଜ, ମନେ ହୁଏ, ଆକାଶମାର୍ଗରେ କୌଣସି ଦେବକନ୍ୟା ଯାଉଥିଲେ ହୁଏତ ତାଙ୍କର ଜୁଡାରୁ ଏହା ଖସି ପଡିଛି । କିନ୍ତୁ ଏହାର ପଶ୍ଚାତରେ କିଛି ରହସ୍ୟ ବା ଉଦ୍ଧେଶ୍ୟ ରହିଛି । ଏ ବିଷୟରେ ଆମେ ରାଜ ପୁରୋହିତଙ୍କ ସହିତ ଆଲୋଚନା କରିବା ।”


ଗପ ସାରଣୀ

ତାଲିକାଭୁକ୍ତ ଗପ