ନାରୀ ମାୟା ଦେବେ ଅଗୋଚର

ଏପରି ସୁନ୍ଦରୀ ରାଜ କୁମାରୀ ମାୟାବତୀଙ୍କୁ ରାଜା ଅମର୍ତ୍ୟ ସେନ ଦେଖିବା ପରେ ତାକୁ ନିଜର ରାଣୀ କରିବା ନିମନ୍ତେ ଇଚ୍ଛା କଲେ । କିନ୍ତୁ ମାୟାବତୀ ହେଉଛି କାମାତୁରା ରମଣୀ । ସେ ନିତି ନିତି ନୂଆ ପୁରୁଷ ମାନଙ୍କ ସହିତ ରତି କ୍ରୀଡା କରିବାକୁ ବ୍ୟାକୁଳ । ସେଥି ଲାଗି ରାଜ କୁମାରୀଙ୍କର ବିଭାଘରକୁ ସେ ନିଜେହିଁ ବନ୍ଦ କରି ରଖି ଥିଲେ । ରାଜା ଅମର୍ତ୍ୟ ସେନ ସେଠାରେ ପହଁଚିବା ପରେ ଏ ସମସ୍ତ କଥା ଜାଣି ପାରିଲେ । ହେଲେ ଉପାୟ କିଛି ନାହିଁ । ସବୁ ପୁରୁଷଙ୍କ ପରି ସେ ମଧ୍ୟ ସେଦିନ ରାଜ କୁମାରୀଙ୍କର ମାୟାରେ ମୋହିତ ହୋଇ ପଡିଲେ । ସେଦିନ ରାଜା ଅମର୍ତ୍ୟ ସେନକୁ ପାଖରେ ପାଇ ମାୟାବତୀ ଖୁବ୍ ଆନନ୍ଦ । ଆନନ୍ଦରେ ଖୁବ୍ ମତୁଆଲା ହୋଇ ସେ ତା’ର ପ୍ରିୟ ସଖୀ ମାନଙ୍କୁ ସଙ୍ଗରେ ନେଇ ଅନ୍ତଃ ପୁରରେ ନାନା ପ୍ରକାର ଖେଳ କୌତୁକ କରାଇଲେ । ନିଜେ ମଧ୍ୟ ଉଲଗ୍ନ ହୋଇ ନୃତ୍ୟ କରି କରି ସେଦିନ ମୋହିତ ହୋଇ ପଡିବାରୁ ରାଜା ଅମର୍ତ୍ୟ ସେନ ଖୁବ୍ କୌଶଳ କରି ସେ ସ୍ଥାନ ପରିତ୍ୟାଗ କରି ସେଠାରୁ ପଳାଇ ଆସିଲେ ।

ହେଲେ ରାଜା ସେହି ରାଜ କୁମାରୀଙ୍କ ରୂପରେ ବିମୋହିତ ହୋଇ ପଡି ଥାଆନ୍ତି । ପୁଣି ରାଜା ଗୋଜା, ସେଥିରେ ଯାହା ବୁଝି ଥାଆନ୍ତି ତାହା ପରିବର୍ତ୍ତନ ହେବା ମଧ୍ୟ ଅସମ୍ଭବ । ତା’ପରେ ସେ ରାଜ କୁମାରୀଙ୍କୁ ସବୁ ଦିନକୁ ପାଇବା ପାଇଁ ଉପାୟ ଖୋଜିବାକୁ ଲାଗିଲେ । ଏହି ସମୟରେ ରାଜାଙ୍କ ସହିତ ଜଣେ ସନ୍ନ୍ୟାସୀଙ୍କର ଦେଖା ହେଲା । ରାଜା ସନ୍ନ୍ୟାସୀଙ୍କୁ ସାଷ୍ଟାଙ୍ଗ ପ୍ରଣିପାତ କରି ରାଜ କୁମାରୀ ମାୟାବତୀଙ୍କ ବିଷୟରେ ସମସ୍ତ କଥା କହିଲେ । ସନ୍ନ୍ୟାସୀ ମଧ୍ୟ ରାଜାଙ୍କର ମନୋବାଂଛା ପୂରଣ ହେବା ନିମନ୍ତେ ରାଜାଙ୍କୁ ଗୋଟିଏ ସର୍ବ ଶୁଭ କବଚ ପ୍ରଦାନ କଲେ । ସେହି କବଚ ପିନ୍ଧି ରାଜା ରାଜ କୁମାରୀଙ୍କ ଅନ୍ତଃ ପୁରକୁ ଗମନ କଲେ । ଯେମିତିକି ସେ ରାକ୍ଷାସ ରାଜାଙ୍କୁ ଦେଖିବା ମାତ୍ରେ ସେ ସ୍ଥାନ ପରିତ୍ୟାଗ କରି ପଳାଇ ଯିବ । ରାଜା କହିଲେ –

ନାରୀଣାଂ ମାୟାବିନୀ ଶ୍ଚ ନାରୀ ମାୟା ଅଗୋଚର ।

ଜଗତରେ ଯେଉଁମାନେ ସୁନ୍ଦରୀ କନ୍ୟା କାମଶିଳା ସେମାନେ ମାୟାବିନୀ ଭାବରେ ପରିଚିତ । ସେଥି ପାଇଁ କହନ୍ତି ନାରୀ ମାୟା ଦେବେ ଅଗୋଚର । ସ୍ଥାନୀୟ ଦେବତା ମାନେ ମଧ୍ୟ ନାରୀ ମାନଙ୍କର ମାୟାକୁ ଜାଣି ପାରନ୍ତି ନାହିଁ ।

ସନ୍ନ୍ୟାସୀ କହିଲେ – ସେ ସବୁକୁ ତୁମେ ଆଉ ଭୟ କର ନାହିଁ । ଏ ଯେଉଁ କବଚକୁ ବାହୁରେ ଧାରଣ କରିବ, ସେହି ହେବ ତୁମର ରକ୍ଷା କବଚ । କବଚର ଶକ୍ତି ଏପରିଯେ ସମସ୍ତ କଥା ତୁମକୁ ପୂର୍ବରୁ ଜଣା ପଡି ଯିବ ।

ସନ୍ନ୍ୟାସୀଙ୍କ ଠାରୁ କବଚ ନେଇ ସାରି ରାଜା ଯାଇ ରାଜ କନ୍ୟା ମାୟାବତୀଙ୍କ ପାଖରେ ପହଁଚି ଗଲେ । ରାତ୍ରରେ ରାଜା ରାଜ କନ୍ୟାଙ୍କ ଅନ୍ତଃ ପୁରରେ ସାହାସର ସହିତ ରାତ୍ର ଯାପନ କଲେ । ରାତ୍ରି ପାହି ସକାଳ ହେଲା । ମାୟାବତୀ ଯେତେବେଳେ ରାଜାଙ୍କର ଶବକୁ ବାହାରକୁ ବାହାର କରି ଦେବାକୁ ଉଦ୍ୟତ ହୁଅନ୍ତେ ଦେଖିଲେ ରାଜା ଖୁବ୍ ଆନନ୍ଦର ସହିତ ଅଛନ୍ତି । ଏହା ଦେଖି ରାଜ କନ୍ୟା ମାୟାବତୀ ବିସ୍ମୟ ହୋଇ ସମ୍ପୂର୍ଣ୍ଣ ଉଲଗ୍ନ ହୋଇ ରାଜାଙ୍କର ସମ୍ମୁଖରେ ନୃତ୍ୟାରମ୍ଭ କରି ଦେଲେ ।

ମାୟାବତୀଙ୍କର ଏପରି ଉଲଗ୍ନ ରୂପକୁ ଦେଖି ରାଜା ଅମର୍ତ୍ୟ ସେନ ଆଉ ବିଳମ୍ବ ନକରି ସଙ୍ଗେ ସଙ୍ଗେ ରତି କ୍ରୀଡା ଆରମ୍ଭ କରି ଦେଲେ । ଏ କଥା ରାକ୍ଷାସ ଜାଣି ପାରି ରାଜାଙ୍କୁ ମାରି ଦେବା ନିମନ୍ତେ ଶତ ଚେଷ୍ଟା କଲା ସିନା ହେଲେ ପରାଜୟୀ ହେବାର ଜାଣି ସେ ରାକ୍ଷାସ ସେହି ସ୍ଥାନ ପରିତ୍ୟାଗ କରି ଚାଲି ଗଲା ।

ରାଜାଙ୍କର ଶକ୍ତି ନିକଟରେ ରାକ୍ଷସର ପରାଜୟ ଦେଖି ମାୟାବତୀ ଭାବିଲେଯେ ଏତେ ଦିନ ପରେ ସେ ତାଙ୍କର ମନ ଲାଖି ପୁରୁଷଟିଏ ପାଇଲେ । ରାକ୍ଷାସ ପ୍ରତି ତାଙ୍କର ଭୟ ନଥିବାରୁ ସେ ରାଜା ଅମର୍ତ୍ୟ ସେନଙ୍କୁ ବିବାହ କଲେ ଏବଂ ନିଜର ମାୟା ବଳରେ ରାଜାଙ୍କର ମନ ମୋହିତ କରି ନିଜ ପାଖରେ ତାଙ୍କୁ ରଖିଲେ । ଏହା ପରେ ରାଜା ନିଜର ରାଜ୍ୟ, ପ୍ରଜାଦିଙ୍କୁ ଭୁଲି ରାଜ କୁମାରୀ ମାୟାବତୀଙ୍କ ମାୟାରେ ପଡି ତାରି ପାଖାର ରହି ଗଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ