ଜଣେ ନିର୍ବୋଧ ନ ହେଲେ ସାହସୀ ହୋଇପାରିବ ନାହିଁ

ଜର୍ଜ ୱାଶିଂଟନ୍ ସେତେବେଳକୁ ଯୁବକ । ଥରେ ତାଙ୍କର ବାସଗୃହ ନିକଟରେ ହଠାତ୍ ପ୍ରବଳ ହଟ୍ଟଗୋଳ ଶୁଣାଗଲା । ତା’ପରେ ସେ ଘର ବାହାରକୁ ଯାଇ ଦେଖିଲେ ମଇଳା ବେଶପୋଷାକରେ ଥିବା ଜଣେ ବୃଦ୍ଧଙ୍କ ନିକଟରେ ଭିଡ ଜମିଛି । ସେ ବୃଦ୍ଧ ଜଣକ ହାତରେ ବନ୍ଧୁକଟିଏ ଧରିଛନ୍ତି । ସେ ଅଂଚଳର ସେ ଥିଲେ ଜଣେ ଜଣାଶୁଣା ସୈନିକ ।

                ସେ ବୃଦ୍ଧଙ୍କର ଚାକିରି ଜୀବନର ଏକ ହୃଦୟବିଦାରକ ଘଟଣା ହିଁ ତାଙ୍କୁ ଅତ୍ୟନ୍ତ ବ୍ୟଥିତ କରିଦେଇଥିଲା । ସେହି ସୈନିକ କର୍ତ୍ତବ୍ୟରତ ଥିଲାବେଳେ ତାଙ୍କ ହାତରେ ଥିବା ବନ୍ଧୁକଟି ଅକସ୍ମାତ୍ ଫୁଟିଯିବାରୁ ଜଣେ ସାଥୀ ସୈନିକର ମୃତ୍ୟୁ ଘଟିଲା । ତା’ପରେ ସଂପୃକ୍ତ ସୈନିକକୁ କାର୍ଯ୍ୟରୁ ଅନ୍ତର କରାଯାଇଥିଲା । ମାତ୍ର ବିଡମ୍ବନାର ବିଷୟ ଏହା ଥିଲା ଯେ, ସେ ତାଙ୍କ ରେଜିମେଂଟର ସବୁଠାରୁ ଦକ୍ଷ ସୈନିକ ଏବଂ ଲକ୍ଷ୍ୟଭେଦ କରିବାରେ ମଧ୍ୟ ସବୁଠାରୁ ଓସ୍ତାଦ୍ ଥିଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ