ପିଲାଟିଦିନରୁ ବିପ୍ଳବୀ ନେତା

ଜର୍ମାନୀ ଦେଶରେ ଜଣେ ଜଣାଶୁଣା ଓକିଲ । ତାଙ୍କରି ଘରେ ୧୮୧୮ ମସିହାରେ ପୁଅଟିଏ ଜନ୍ମ ହେଲା । ତା’ର ପିଲାଦିନର ନାମଥିଲା “କାର୍ଲ ହେନରିକ୍ ମାର୍କ୍ସ” । ପିଲାଟିଦିନୁ ସେ ଜଣେ ମେଧାବୀ ଛାତ୍ର ଥିଲେ । ସେ ହାଇସ୍କୁଲ ପାଠ ଶେଷ କଲାବେଳକୁ ପ୍ରାଚୀନ ଭାଷା, ସାହିତ୍ୟ, ଗଣିତ ଓ ଇତିହାସ ଆଦିରେ ତାଙ୍କର ବେଶ୍ ଦକ୍ଷତା ଆସିଯାଇଥିଲା । ଏହା ପରେ ସେ ବନ୍ ବିଶ୍ୱବିଦ୍ୟାଳୟରେ ଆଇନ୍ ପାଠ ପଢିଲେ । କେବଳ ବାପାଙ୍କ ଇଚ୍ଛାନୁସାରେ ତାଙ୍କୁ ଖୁସି କରାଇବା ପାଇଁ ସେ ସିନା ଏଇ ପାଠ ପଢୁଥିଲେ ହେଲେ ସେଥିରେ ତାଙ୍କର ଆଦୌ ମନ ହିଁ ନଥିଲା । ମାର୍କ୍ସ ତେଇଶବର୍ଷରେ ପଦାର୍ପଣ କଲାବେଳକୁ ଦର୍ଶନଶାସ୍ତ୍ରରେ ଡକ୍ଟରେଟ୍ ଉପାଧି ସେ ହାସଲ କରିସାରିଥିଲେ ।

ହାଇସ୍କୁଲ ପାଠପଢାବେଳୁ କାର୍ଲମାର୍କ୍ସଙ୍କ ମନରେ ଏକ ମହତ ଅଭିଳାଷ ଜାଗି ଉଠିଥିଲା । ତାହା ଥିଲା – ମଣିଷ ସେବାରେ ନିଜ ଜୀବନକୁ ଉତ୍ସର୍ଗ କରିଦେବା । କେବଳ ସେଇଥିଲାଗି ସେ ସେତେବେଳର ପ୍ରଚଳିତ ସାମାଜିକ ପ୍ରଥାକୁ ଅତ୍ୟନ୍ତ ଘୃଣା କରୁଥିଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ