ବାୟାଣୀ ବାସନ୍ତୀ

ଯଦି କେବେ ମୋତିପୁର ଗାଁକୁ ଯାଇ ଦୁଇ ଚାରିଦିନ ରହିବ, ତେବେ ବାୟାଣୀ ବାସନ୍ତୀ କଥା ନିଶ୍ଚୟ ଶୁଣିବ ।

                ବାସନ୍ତୀକୁ ଲୋକେ ବାୟାଣୀ ବାସନ୍ତୀ ବୋଲି କହିବାର କାରଣ, ସେ ଏଡେ ବୋକୀ ଯେ ତା’ କଥାରେ ଲୋକେ ଯେତେ ହସନ୍ତି, ତା’ପ୍ରତି ସେତିକି ଦୟା ବି କରନ୍ତି ।

                ପ୍ରଥମେ ଯେଉଁଦିନ ସେ ବୋହୁ ହୋଇ ଆସିଲା, ସେଦିନ କଥା ତା’ ଶାଶୁ କେବେ ବି ଭୁଲିପାରିବେ ନାହିଁ । ଶାଶୁଙ୍କର ଭଲ ଭାବରେ ସେବା ଶୁଶ୍ରୁଷା କରିସାରି ସେ ପଚାରିଲା, “ମା, ଏଥର ତ ମୁଁ ଆସିଗଲି, ଘର ସମ୍ଭାଳିବି । ତମେ ସ୍ୱର୍ଗକୁ ଯାଉନ?”

                ପ୍ରଥମେ ତ ଶାଶୁ ଏଥିରୁ କିଛି ବି ବୁଝିପାରିଲେ ନାହିଁ । ବୋହୁ କ’ଣ କହୁଛି? ତେଣୁ ସେ ତାଙ୍କ ବୋହୁକୁ ପଚାରିଲେ “ବୋହୁ, ତୁ ମୋତେ କେଉଁଠାକୁ ଯିବାକୁ କହୁଛୁ? ମୁଁ ଠିକ୍ ଧରି ପାରିଲି ନାହିଁ ।”

                ତା’ପରେ ବୋହୁ ଉତ୍ତର ଦେଲା “ସ୍ୱର୍ଗକୁ ଯିବାକୁ କହୁଥିଲି ।”

                ଏପରି କଥା ଶୁଣି ଶାଶୁ କାବା ହୋଇ ପଚାରିଲେ, “ବୋହୁ! ତୁ ମୋତେ ଏକଥା କାହିଁକି କହିଲୁ?”


ଗପ ସାରଣୀ

ତାଲିକାଭୁକ୍ତ ଗପ