କୌଣସି କାର୍ଯ୍ୟ ଅସାଧ୍ୟ ନୁହେଁ

ୱାଲ୍ଟର ସ୍କଟ୍ ସ୍କଟଲ୍ୟାଣ୍ଡ୍ର ରାଜଧାନୀ ଏଡିନ୍ବର୍ଗଠାରେ ଜନ୍ମଗ୍ରହଣ କରିଥିଲେ । ସେ ଜଣେ ଉଚ୍ଚ ମାନବିକ ଚିନ୍ତାଧାରାର ସୁପ୍ରସିଦ୍ଧ ଲେଖକ ଥିଲେ । ସେ ନିଜର ଅଧ୍ୟବସାୟ ବଳରେ ଏଡିନ୍ବର୍ଗ ସହରର ସେରିଫ୍ (ପ୍ରଶାସନିକ ଅଧିକାରୀ) ହୋଇପାରିଥିଲେ । ତାଙ୍କ ସମୟରେ ୱାଲ୍ଟର ସ୍କଟ୍ ସେଇ ସହରର ଲୋକଙ୍କୁ ଉତ୍ତମ ପ୍ରଶାସନିକ ସେବା ଯୋଗାଇ ଦେଇଥିଲେ ।

                ସ୍କଟ୍ଙ୍କର କର୍ମମୟ ଜୀବନ ବେଶ୍ ଚଳଚଂଚଳ ଥିଲା । ସେ ଦିନବେଳା ଜଣେ ପ୍ରଶାସନିକ ଅଧିକାରୀ ଭାବରେ ଲୋକଙ୍କ ସମସ୍ତ ସୁଖଦୁଃଖ ବୁଝୁଥିଲେ । ରାତିରେ ଲେଖାଲେଖି କାମରେ ବ୍ୟସ୍ତ ରହୁଥିଲେ । ଶେଷରେ ବହିଲେଖା ତାଙ୍କର ଏଭଳି ଏକ ନିଶା ପାଲଟି ଗଲା ଯେ ସେ ନିଜ ଚାକିରି ସୁଦ୍ଧା ଛାଡିଦେଲେ । ହେଲେ ବହି ଛାପିବା ଲାଗି ଅର୍ଥର ଆବଶ୍ୟକତା ଦୃଷ୍ଟିରୁ ବ୍ୟବସାୟରେ ସେ ମନଦେଲେ ।

                ଏଥର ସେ ସ୍କଟ୍ ଅଂଶୀଦାର ଭାବରେ ବ୍ୟବସାୟ ଆରମ୍ଭ କରିଦେଲେ । ମାତ୍ର ଦୁର୍ଭାଗ୍ୟକୁ ଏହି ବ୍ୟବସାୟରେ ତାଙ୍କର ବହୁତ କ୍ଷତି ଘଟିଲା । ଏପରିକି ତାଙ୍କର ବ୍ୟବସାୟ ସଂସ୍ଥା ବି ସମ୍ପୂର୍ଣ୍ଣ ଭାବରେ ଡୁବିଗଲା । ଦେଖାଗଲା ଯେ, ସ୍କଟଙ୍କୁ ଋଣବାବଦରେ ଲକ୍ଷଲକ୍ଷ ପାଉଣ୍ଡ ଶୁଝିବାକୁ ପଡିବ । ତଥାପି ମଧ୍ୟ ସେ ଅବିଚଳିତ ଥିଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ