ମିଠା କଥାର ମହତ୍ୱ

ଗୋଟିଏ ଗ୍ରାମରେ ଏକ ବଢେଇଟିଏ ବାସ କରୁଥିଲା । ସେ ତା’ର ସ୍ତ୍ରୀ ଗୋଟିଏ ଚରିତ୍ରହୀନ ବୋଲି ଜାଣିଥିଲା କିନ୍ତୁ ତା’ ପାଖରେ କୌଣସି ପ୍ରମାଣ ନଥିବାରୁ ସେ ତା’ର ସ୍ତ୍ରୀକୁ କିଛି କହିପାରୁନଥାଏ । ଯେ ପର୍ଯ୍ୟନ୍ତ ସେ ନିଜ ଆଖିରେ ନ ଦେଖିଛି ସେ ପର୍ଯ୍ୟନ୍ତ ସେ ସ୍ତ୍ରୀ କୁ ବା’ କ’ଣ କହିବ?

         ଦିନେ ସେ ତା’ର ସ୍ତ୍ରୀକୁ କହିଲା ମୁଁ ଏକ ଜରୁରୀ କାମରେ ସହରକୁ ଯିବି । ସେଠାରେ ମଧ୍ୟ ମୋତେ କିଛି ଦିନ ରହିବାକୁ ପଡିବ ।

         ଏହା କହି ବଢେଇ ସହର ଯିବାକୁ ବାହାରିଲା । କିଛି ବାଟ ଯିବା ପରେ ପୁଣି ଫେରି ଆସିଲା । ଫେରି ଆସି ଧୀରେ ଧୀରେ ନିଜ ଘରେ ପ୍ରବେଶ କରି ପତ୍ନୀ ଶୋଉଥିବା ଖଟତଳେ ଲୁଚିଗଲା ।

         ଏପଟେ ପ୍ରେମିକଟି ଯେମିତି ଜାଣିଛି ବଢେଇ ଘରେ ନାହିଁ ମନଖୁସିରେ ପ୍ରେମିକାକୁ ଦେଖିବାକୁ ଚାଲିଆସିଲା । ଦୁଇଜଣଯାକ ସୁଖ ଦୁଃଖ ହେଉଥିବା ସମୟରେ ହଠାତ୍ ବଢେଇ ଦେହରେ ତା’ର ପତ୍ନୀର ଗୋଡ ବାଜିଗଲା । ବଢେଇର ପତ୍ନୀତ ମହା ଚତୁର । ସେ ସଂଗେ ସଂଗେ ସବୁକିଛି ଜାଣି ପାରିଲା । ପ୍ରେମିକ ଆଗରେ ମୁହଁ ଶୁଖାଇ ବସିଲା ।

         ପ୍ରେମିକାର ଶୁଖିଲା ମୁହଁ ଦେଖି ପ୍ରେମିକଟି ପଚାରିଲା, “ଆଜି ତୁମର କ’ଣ ହୋଇଛି? ତୁମେ କ’ଣ ଆଜି ମୋ ସହିତ ଖୁସି ମନରେ କଥା ହେଉନାହଁ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ