ବୁଦ୍ଧିମତୀ ରାଜକୁମାରୀ

କମଳ ଦେଶର ରାଜକୁମାରୀ କମଳ କୁମାରୀ, ଅତ୍ୟନ୍ତ ବୁଦ୍ଧିମତୀ ଯୁଦ୍ଧବିଦ୍ୟା ଓ ରାଜ୍ୟ ଶାସନ ସମ୍ବନ୍ଧୀୟ ବିଦ୍ୟାରେ ମଧ୍ୟ ଧୂରନ୍ଧର ଥିଲେ । ରାଜା ତାଙ୍କ ଝିଅ କମଳ କୁମାରୀଙ୍କୁ ବିବାହ ଦେବାକୁ ଚାହିଁଲେ । ଝିଅ କମଳ କୁମାରୀଙ୍କୁ ବିଦ୍ୟା ଓ ବୁଦ୍ଧିରେ ଯେଉଁ ରାଜକୁମାର ଜିତିଯିବ ସେ ସେହି ରାଜକୁମାରଙ୍କୁ ହିଁ ବିବାହ କରିବେ ।

ରାଜା ବି ତାଙ୍କ ଝିଅ କଥାରେ ସମ୍ମତି ଜଣାଇଲେ । ତେଣୁ ପଡୋଶୀ ରାଜ୍ୟମାନଙ୍କରେ ଦୂତ ମାଧ୍ୟମରେ ପ୍ରଚାର କରାଗଲା । ରାଜା ପଡୋଶୀ ରାଜକୁମାରମାନଙ୍କୁ ଆମନ୍ତ୍ରଣ କଲେ । ବିଦ୍ୟା ବୁଦ୍ଧି ପରୀକ୍ଷା ହେବାର ଏକ ନିର୍ଦ୍ଦିଷ୍ଟ ଦିନ ମଧ୍ୟ ନିର୍ଦ୍ଧାରିତ କରାଗଲା । ସେହିଦିନ ରାଜକୁମାରମାନେ ଯାଇ କମଳ ଦେଶରେ ପହଁଚିଲେ । ରାଜା ଝିଅ କମଳ କୁମାରୀ ପ୍ରତ୍ୟେକ ରାଜକୁମାରଙ୍କ ବିଦ୍ୟା ବୁଦ୍ଧି ପରୀକ୍ଷା କଲେ । ପ୍ରତ୍ୟେକ ରାଜକୁମାରଙ୍କୁ କେତେଗୁଡିଏ ପ୍ରଶ୍ନ ପଚାରିଲେ । କିନ୍ତୁ ରାଜକୁମାରୀ ଦୁଇ ଜଣ ରାଜକୁମାର ଯଥା ଦେବେନ୍ଦ୍ର କୁମାର ଓ ଚନ୍ଦ୍ରଶେଖରଙ୍କୁ ପରୀକ୍ଷା କରି ଦେଖିଲେ ଏ ଦୁଇ ରାଜକୁମାରଙ୍କର ବିଦ୍ୟା ବୁଦ୍ଧି ପୁରା ସମାନ । ସେମାନେ ରାଜା ଝିଅ କମଳ କୁମାରୀଙ୍କର ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଠିକ୍ ଠିକ୍ ଦେଇଛନ୍ତି । ଉଭୟ ମଧ୍ୟ ବୁଦ୍ଧି ପରୀକ୍ଷାରେ ଜିତି ଯାଇଛନ୍ତି । ଦୁହେଁ ସମାନ ଭାବରେ ତଥା ଦକ୍ଷ ଭାବରେ ପ୍ରମାଣିତ ହେଲେ । ଉଭୟଙ୍କର ଯୁଦ୍ଧ ବିଦ୍ୟା, ରାଜ୍ୟ ଶାସନ ବିଦ୍ୟାରେ ଯଥେଷ୍ଟ ଜ୍ଞାନ ଥିବାର ପ୍ରମାଣ ମିଳିଲା । ରାଜକୁମାରୀ କମଳ କୁମାରୀ ଏଥର ବଡ ଅଡୁଆରେ ପଡିଲେ । ସେ ତ ଆଉ ଏକାବେଳେ ଦୁଇ ଜଣ ରାଜକୁମାରଙ୍କୁ ବିବାହ କରିବେ ନାହିଁ ।


ଗପ ସାରଣୀ

ତାଲିକାଭୁକ୍ତ ଗପ