ପରନ୍ତପ ଜାତକ

       ରାଣୀ ଓ ପରନ୍ତପ ଏହିପରି କଥାବାର୍ତ୍ତା ହେଉଥିଲାବେଳେ ପୁରୋହିତ ଶୋଇ ରହି ତାହା ଶୁଣୁଥିଲେ । ମାତ୍ର ସେ ଏ ଦୁହିଁଙ୍କର କଥାବାର୍ତ୍ତା ଶୁଣିଛନ୍ତି ବୋଲି କାହାକୁ ଜାଣିବାକୁ ଦେଲେ ନାହିଁ ।

       ପୁରୋହିତ ଦେଖିଲେ ଯେ ରାଣୀଙ୍କର ପୁତ୍ରଟି ଜଣେ ବଳିଷ୍ଠ ଯୁବକ ହୋଇଗଲେଣି । ଏପର୍ଯ୍ୟନ୍ତ ସେ ପରନ୍ତପକୁ ତାଙ୍କ ପିତା ବୋଲି ମନେକରି ଆସିଅଛନ୍ତି । ଏବେ ତାଙ୍କୁ ପ୍ରକୃତ ଘଟଣା ଜଣାଇଦେବା ଉଚିତ୍ ।

       ଦିନେ ପୁରୋହିତ ସେ ଯୁବକଙ୍କ ହାତ ଧରି ନଦୀ ପର୍ଯ୍ୟନ୍ତ ଗଲେ । ସେଠାରେ ସେ ଚକ୍ଷୁ ଖୋଲିଲେ । ଏହା ଦେଖି ଯୁବକ ଅତ୍ୟନ୍ତ ବିସ୍ମିତ ହୋଇ କହିଲେ, “ତୁମକୁ ମୁଁ ଏତେ ବର୍ଷ ହେଲା ଅନ୍ଧ ବୋଲି ଜାଣିଥିଲି । ଏବେ ଦେଖୁଛି, ତୁମେ ପ୍ରକୃତରେ ଅନ୍ଧ ନୁହଁ । ଏପରି ଅନ୍ଧଭାବରେ ରହିଥିବାର କାରଣ କଅଣ?”

       ପୁରୋହିତ କହିଲେ, “ମୁଁ ପ୍ରକୃତରେ ଅନ୍ଧ ନୁହେଁ । କିନ୍ତୁ ଷୋଳବର୍ଷ ହେଲା ମୁଁ ଅନ୍ଧ ବୋଲି ଛଳନା କରି ମୋର ଜୀବନ ରକ୍ଷା କରିପାରିଛି । ତୁମର ପିତା କିଏ ଜାଣ?”

       ଯୁବକ ଉତ୍ତର କଲେ, “ନିଶ୍ଚୟ, ଯିଏ କୁଟୀରରେ ମୋର ମାଆଙ୍କ ସଂଗେ ରହି ଆମ ସମସ୍ତଙ୍କୁ ଆହାର ଯୋଗାଉଅଛନ୍ତି, ସେ ହେଉଛନ୍ତି ମୋର ପିତା ।”

       ବ୍ରାହ୍ମଣ କହିଲେ, “ସେ ଲୋକଟା ତୁମର ପିତା ନୁହେଁ; ତୁମ ପିତାଙ୍କର ଭୃତ୍ୟ ପରନ୍ତପ । ତୁମର ପିତା ହେଉଛନ୍ତି ବାରାଣସୀର ରାଜା । ତାଙ୍କୁ ଏହି ଦୁରାତ୍ମା ହତ୍ୟା କରିଅଛି ।” କିପରି ପରନ୍ତପ ରାଣୀଙ୍କ ସହିତ ପାପସମ୍ପର୍କ ରଖିଥିଲା ଓ ତାଙ୍କ ପରାମର୍ଶରେ କିପରି ରାଜାଙ୍କୁ ହତ୍ୟା କରିଥିଲା ତାହା ପୁରୋହିତ ବର୍ଣ୍ଣନା କରିଗଲେ ଓ ପରନ୍ତପକୁ ହତ୍ୟାକରି ପିତୃବଧର ପ୍ରତିଶୋଧ ନେବାକୁ କହିଲେ । ଯୁବକଙ୍କର ପୂର୍ଣ୍ଣ ବିଶ୍ୱାସ ଜନ୍ମାଇବା ନିମନ୍ତେ ବ୍ରାହ୍ମଣ ମାଟି ଖୋଳି ତାଙ୍କ ପିତାଙ୍କର ଅସ୍ଥିଗୁଡିକ ଦେଖାଇଦେଲେ ।

       ଯୁବକ ଏବେ ନିଃସନ୍ଦେହ ହେଲେ ଯେ ଏହି ପରନ୍ତପ ତାଙ୍କ ପିତାଙ୍କର ହତ୍ୟାକାରୀ ଓ ତାକୁ ବଧ କରିବାପାଇଁ ସେ ଦୃଢପ୍ରତିଜ୍ଞ ହେଲେ ।

       ଦିନେ ଯୁବକ ପରନ୍ତପକୁ କହିଲା, “ପିତଃ, ତୁମେ ସ୍ନାନ କରିବାକୁ ଗଲାବେଳେ ମୁଁ ତୁମର ପୋଷାକ ଓ ତରବାରି ଘେନି ନଦୀତଟକୁ ଯିବି । ପୁତ୍ର ହିସାବରେ ଏହା ମୋର କର୍ତ୍ତବ୍ୟ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ