କେଁ କେଁ ଶଗଡ

ଗୋଟିଏ ଶଗଡରେ ବହୁତ ଅଧିକ ଓଜନର ଜିନିଷ ପତ୍ର ଲଦା ହୋଇଥାଏ । ତେଣୁ ବଳଦ ଦୁଇଟି କଷ୍ଟକରି ସେ ଶଗଡକୁ ଟାଣୁଥାନ୍ତି । ଏଣେ ଶଗଡଟା ବି କେଁ କଟର ହୋଇ ଚାଲିଥାଏ । ଅନବରତ ଏ ଶବ୍ଦରେ ସେ ଶଗଡିଆ ଜଣକ ଭୀଷଣ ରାଗିଗଲା । ତା’ପରେ ସେ ଶଗଡିଆ ଶଗଡ ଚକକୁ ପାହାରେ ପକେଇ କହିଲା – ବଳଦ ଦୁହେଁ ତ ଚୁପ୍ଚାପ୍ ଶଗଡ ଟାଣୁଛନ୍ତି । ହେଲେ ବୃଥାରେ କାହିଁକି କେଁ କଟର ହେଉଛୁ?

ଯାହାର ଯେତେ କମ୍ କାମ ତାହାର ସେତେ ଅଧିକ ପ୍ରତିବାଦ ।


ଗପ ସାରଣୀ

ତାଲିକାଭୁକ୍ତ ଗପ