ପ୍ରକୃତ ଶୁଭେଚ୍ଛୁ

ମହାକବି ସନ୍ଦୀପନ ରାଜଦରବାରର କବି ଥିଲେ । କବି ଭାବରେ ତାଙ୍କର ସୁଖ୍ୟାତି ଚତୁର୍ଦ୍ଦିଗରେ ଏପରି ବ୍ୟାପୀଥିଲା ଯେ ଲୋକେ କହୁଥିଲେ ତାଙ୍କ ମୁହଁରୁ କଥା ବାହାରିଲେ ତାହା କବିତା ଆକାରରେହିଁ ଆସେ ।

                କିନ୍ତୁ ସେ ସ୍ୱଭାବରେ ଅତି ଗର୍ବୀ ଥିଲେ । ସାଧାରଣ ଲୋକ କେହି ତାଙ୍କୁ ଦେଖାକଲେ ସେ ନିଜକୁ ଅପମାନିତ ବୋଧ କରନ୍ତି ।

                ରାଜଧାନୀରୁ କିଛି ଦୂରରେ ଗୋଟିଏ ଗ୍ରାମରେ ବ୍ରାହ୍ମଣ ଯୁବକଟିଏ ଥାଏ । ତା’ ନାମ ଭୂଷଣ । ସେ ସନ୍ଦୀପନଙ୍କର ଜଣେ ବଡ ପ୍ରଶଂସକ ଥିଲା । ଦିନେ ଏ ଲୋକ ଅପବାଦର ସତ୍ୟତା ବୁଝିବା ସକାଶେ ସେ ରାଜଧାନୀକୁ ଗଲା ।

                ଭୂଷଣ ଯାଇ କବିଙ୍କ ଘରେ ପହଁଚିଲା । କିନ୍ତୁ ଚାକର ଆସି ବାହାରେ କହିଦେଇ ଗଲା କି କବି ଘରେ ନାହାଁନ୍ତି ଯଦିଓ ସେତେବେଳେ କବି ତାଙ୍କ ଘରେହିଁ ଥା’ନ୍ତି । ଦ୍ୱିତୀୟ ଦିନ କବି କାହାକୁ ଦେଖା କରିବାକୁ ଚାହାଁନ୍ତି ନାହିଁ ବୋଲି ମନା କଲେ । ତୃତୀୟ ଦିନ ତା’କୁ କୁହାଗଲା କି ସେ କବିତାପାଠ କରୁଛନ୍ତି ତେଣୁ ଦେଖା ହୋଇପାରିବ ନାହିଁ । ଶେଷରେ ଚତୁର୍ଥଦିନରେ ସେ ସେହି କବିଙ୍କ ଦର୍ଶନ ପାଇଲା ।

                କବି ଘର ଭିତରୁ ବାହାରି ଆସି ମୁହଁ ଛିଂଚାଡି କହିଲେ, “ତୁମମାନଙ୍କ ପରି ଲୋକଙ୍କ ସହିତ କଥାବାର୍ତ୍ତା କରିବାକୁ ମୋପାଖେ ବିଲ୍କୁଲ୍ ସମୟ ନାହିଁ । ଶୀଘ୍ର କୁହ ତୁମର କ’ଣ ଦରକାର?”

                ଭୂଷଣ ବଡ ଶ୍ରଦ୍ଧା ଓ ଆଦରର ସହିତ କହିଲା “ଆପଣଙ୍କ କବିତା ମୋତେ ଖୁବ୍ ପ୍ରଭାବିତ କରିଛି । ଆପଣଙ୍କ ଦର୍ଶନ ପାଇବା ପାଇଁ ମୁଁ ବର୍ଷ ସାରାର ପଇସା ରଖି ରଖି ଏବେ ସେଥିରେ ରାସ୍ତାଖର୍ଚ୍ଚ କରି ଆସିଛି ।”

                ସନ୍ଦୀପନ ମୁହଁ ଫୁଲାଇ କହିଲେ, “ଏଇ ସବୁ ବାଜେ କଥା ଶୁଣିବା ପାଇଁ ମୋର ଆଦୌ ସମୟ ନାହିଁ, ଏବେ ଏଠୁ ତମେ ଯାଇପାର ।”

                ଭୂଷଣ ନିରାଶ, ଉଦାସ ଓ ଅପମାନିତ ହୋଇ ସେଠାରୁ ଫେରିଲା ।

                କିଛିଦିନ ପରେ ଖବର ଆସିଲା ସନ୍ଦୀପନଙ୍କ ବଡ ଭାଇ ଗ୍ରାମରେ ବେମାର ହୋଇ ପଡିଛନ୍ତି । ସେ ରାଜାଙ୍କୁ ଏକଥା କହି ଗୋଟିଏ ଘୋଡାଗାଡି ମଗାଇ ଗ୍ରାମକୁ ଗଲେ । କିଛିଦୂର ଯିବା ପରେ ଘୋଡାଟି ଅଚାନକ ପଡିଗଲା । ଗାଡିବାଲା ଗାଡିରୁ ଓହ୍ଲାଇ ଘୋଡାକୁ ଉଠାଇଲା ଓ କହିଲା, “କ୍ଷମା କରିବେ ମହାଶୟ, ଏ ଘୋଡା ସୁସ୍ଥ ହେବାକୁ ଟିକେ ସମୟ ଲାଗିବ । ଆପଣ ଦୂରରେ ଦିଶୁଥିବା ସେହି ପାନ୍ଥନିବାସରେ ଟିକିଏ ଅପେକ୍ଷା କରନ୍ତୁ ମୁଁ କିଛି ସମୟ ପରେ ଘୋଡା ନେଇ ଆସିବି ।”

                ସନ୍ଦୀପନ ନିରୁପାୟ ହୋଇ ଚାଲି ଚାଲି ସେଠାକୁ ଗଲେ । ସ୍ଥାନଟି ବେଶ୍ କିଛି ଦୂରରେ ଥିଲା; କବି ଚାଲି ଚାଲି ଧୂଳିଆ ଧୁସରା ହୋଇ କ୍ଳାନ୍ତ ହୋଇ ସେଠାରେ ପହଁଚିଲେ । ସେ ସ୍ଥାନର ମାଲିକ କବିଙ୍କ ଚେହେରା ଦେଖି କହିଲେ, “ଏଠାରେ ସ୍ଥାନର ଘୋର୍ ଅଭାବ, ଯଦି ନିହାତି ଦରକାର ତେବେ ବାରଣ୍ଡାରେ ସପ ପକାଇ ବିଶ୍ରାମ କରନ୍ତୁ ।”

                ଏହି କଥାରେ ସନ୍ଦୀପନ ଖୁବ୍ ଅପମାନିତ ବୋଧ କଲେ ଓ ଭୀଷଣ ରାଗରେ କହିଲେ, “ବୋଧହୁଏ ତମେ ଏହା ଜାଣିନାହଁ ଯେ, କାହା ସହିତ କଥା କହୁଛ? ମୁଁ ହେଉଛି ରାଜକବି ସନ୍ଦୀପନ । ତମେ ପୁଣି ମୋତେ କହୁଛ ମୁଁ ବାରଣ୍ଡାରେ ବିଶ୍ରାମ କରିବି? ଶୀଘ୍ର ମୋ ପାଇଁ ବଖରାଟିଏ ଖାଲି କରିଦିଅ ।”

                ସନ୍ଦୀପନଙ୍କ ଏଭଳି କଥା ଶୁଣି ସେ ଖାଲି ହୋ ହୋ ହୋଇ ହସି ଉଠିଲା । ସନ୍ଦୀପନ ଆହୁରି ରାଗିଯାଇ କହିଲେ, “କାହିଁକି ହସୁଛ? ତମେ କ’ଣ ମୋ ନାମ ଶୁଣିନାହଁ?”


ଗପ ସାରଣୀ

ତାଲିକାଭୁକ୍ତ ଗପ