ଶତ୍ରୁକୁ ସାହାଯ୍ୟ

ଦିନେ ଜଣେ ଲୋକ ବେଂଟ ନଥିବା କୁରାଢୀଟିଏ ଧରି ଜଙ୍ଗଲକୁ ଗଲା । ସେ ଲୋକଟି କୁରାଢୀକୁ ଧରି ଏପଟସେପଟ ବୁଲୁଥାଏ । ତା’ର ଏ ଅବସ୍ଥା ଦେଖି ଗଛମାନେ ତାକୁ ସାହାଯ୍ୟ କରିବାକୁ ବାହାରିଲେ । ସେ ଲୋକଟି କହିଲା, “ଗୋଟିଏ ଛୋଟ କାଠ ଖଣ୍ଡେ ଦେଲେ ମୁଁ ଏ କୁରାଢୀରେ ବେଂଟ ଲଗାନ୍ତି ।” ଏହା ଶୁଣି ଗଛମାନେ ତାକୁ ଖଣ୍ଡେ କାଠ ଦେଲେ । ତାପରେ ସେ ଲୋକଟି ତା’ କୁରାଢୀରେ ବେଂଟ ଲଗାଇ ସବୁ ଗଛ କାଟିବାକୁ ଆରମ୍ଭ କଲା । ଏହା ଦେଖି ଗୋଟିଏ ବୁଢାଗଛ କହିଲା, “ଆମେ ସିନା ତା’ର ବେଂଟ ପାଇଁ ତାକୁ କାଠ ଦେବାରୁ ଆମର ଆଜି ଏହି ଦଶା ହେଲା ।

ବୋକା ଲୋକମାନେ ଶତ୍ରୁକୁ ସାହାଯ୍ୟ କରି କେବଳ ନିଜର ହିଁ କ୍ଷତି କରିଥାଆନ୍ତି ।


ଗପ ସାରଣୀ

ତାଲିକାଭୁକ୍ତ ଗପ