ଅଯେୟ ଯୋଦ୍ଧା

ଋଷି ଜମଦଗ୍ନି ଓ ରେଣୁକାଙ୍କ ପାଂଚପୁତ୍ର ଥିଲେ । ସର୍ବକନିଷ୍ଠ ରାମ ଥିଲେ ଅତ୍ୟନ୍ତ ଚତୁର, ବୁଦ୍ଧିମାନ, ବିବେକୀ । ବଳବିକ୍ରମରେ ମଧ୍ୟ ସେ ଅନ୍ୟ ଭାଇମାନଙ୍କଠାରୁ ଆଗରେ ଥିଲେ । ଏହାସହ ସେ ଭାରି ଦୁଷ୍ଟ ମଧ୍ୟ ଥିଲେ । ଥରେ ଜମଦଗ୍ନିଙ୍କୁ ମାତା ରେଣୁକା ରାମଙ୍କ ପାଇଁ ଉପଯୁକ୍ତ ଗୁରୁ ଯୋଗାଡ ପାଇଁ କହିଲେ । ଜମଦଗ୍ନି ଏହାର ଉତ୍ତରରେ କହିଲେ ମୁଁ କାହିଁକି ଗୁରୁ ହୋଇପାରିବିନି? ବାଳକ ରାମ ଏହାର ଅର୍ଥ ବୁଝିପାରିଲେ ନାହିଁ । ମାଆ ରାମଙ୍କୁ ବୁଝାଇ କହିଲେ ଏଥିରେ ସମ୍ମତି ଦେଇଦେ । ପିତା ଆପଣାର କ୍ଷାତ୍ର ତେଜ ତୁମକୁ ଦେବାକୁ ଚାହାଁନ୍ତି । ରାମ ଉତ୍ସୁକ ହୋଇ ପଚାରିଲେ ପିତା ତ ଜଣେ ଋଷି, ସେ କ୍ଷାତ୍ରବୃତି ଶିକ୍ଷା କଲେ କିପରି? ରେଣୁକା ଉତ୍ତରରେ କହିଲେ ତୋର ପିତା ଜନ୍ମରୁ ମାତୁଳ ବିଶ୍ୱାମିତ୍ରଙ୍କ ନିକଟରେ ବଢିଥିଲେ । କୃଷି ଏବଂ ରାଜକାର୍ଯ୍ୟ- ଏଦୁଇଟି ସମ୍ପର୍କରେ ସେ ବାଲ୍ୟକାଳରୁ ହିଁ ଶିକ୍ଷାଲାଭ କରିଥିଲେ । ଏହି ଶିକ୍ଷା ବଳରେ ରାଜା ବିଶ୍ୱାମିତ୍ର ବ୍ରହ୍ମର୍ଷି ହୋଇଗଲେ ଓ ତୁମର ପିତା ମହର୍ଷି ହେବାସହ ଅସ୍ତ୍ରଶସ୍ତ୍ର ବିଦ୍ୟା ନିପୁଣ ହେଲେ ।

         ରାମ ଏହା ଶୁଣି ଅତ୍ୟନ୍ତ ଖୁସି ହୋଇଗଲେ । ଜଣେ ଅଜେୟ ଯୋଦ୍ଧାହେବାକୁ ମନ ଭିତରେ ଅହରହବାସନା ଉଙ୍କି ମାରୁଥିଲା । ଏହା ପରଠାରୁ ରାମ ପିତାଙ୍କଠାରୁ ଅସ୍ତ୍ରବିଦ୍ୟା ଶିକ୍ଷା ଲାଭ କରିବାକୁ ଲାଗିଲେ । ଶୀଘ୍ର ଶସ୍ତ୍ର ଚାଳନାରେ ନିପୁଣ ହୋଇଗଲେ ରାମ । ବେଦଶାସ୍ତ୍ରରେ ମଧ୍ୟ ସେ ଧୂରୀଣ ହୋଇଗଲେ । ଜମଦଗ୍ନି ଭାବିବାକୁ ଲାଗିଲେ ୧୫/୧୬ ବର୍ଷ ବୟସର ବାଳକ ସବୁବିଦ୍ୟାରେ ନିପୁଣ ହୋଇଗଲାଣି । ଏବେ ତାକୁ କ’ଣ ଶିଖାଇବି? ରାମ ପିତାଙ୍କୁ ପଚାରିଲେ ପିତା !


ଗପ ସାରଣୀ

ତାଲିକାଭୁକ୍ତ ଗପ