ପ୍ରଶଂସା ପତ୍ର

ଶ୍ରୀପୁର ଥିଲା ଗୋଟିଏ ବଡ ଜମିଦାରି । ତାହାକୁ ଛୋଟିଆ ରାଜ୍ୟଟିଏ କହିଲେ ବି କିଛି ଅତ୍ୟୁକ୍ତି ହେବ ନାହିଁ ।

                ଜମିଦାର ବଳବନ୍ତ ରାୟ ନିଜ ଜମିଦାରି ବାହାରେ ଆଉ ଖଣ୍ଡିଏ ଛୋଟିଆ ଜମିଦାରି କିଣିଲେ । ତାଙ୍କ ପ୍ରତିନିଧି ଭାବରେ ସେଠାରେ ଯିଏ ରହିବେ ତାଙ୍କୁ ନାଏବ କୁହାଯିବ । କାହାକୁ ନାଏବ ଭାବରେ ନିଯୁକ୍ତି ଦେଇ ସେଠାକୁ ପଠାଇବେ, ଏହା ହେଲା ତାଙ୍କର ମୁଖ୍ୟ ଚିନ୍ତା ।

ତାଙ୍କ ଗୁମାସ୍ତା ଦୁଇଜଣ ଯୁବକଙ୍କ ନାମ ଦେଲେ । ସେ ଦୁହେଁ ଶ୍ରୀପୁରର ଲୋକ, କିନ୍ତୁ ଅନ୍ୟ ଅଂଚଳରେ ସେମାନେ ଚାକିରୀ କରୁଥିଲେ । ସେତେବେଳେ ସେ ଦୁହେଁ ଶ୍ରୀପୁର ଆସିଥାନ୍ତି ।

ଗୁମାସ୍ତା ସେ ଦୁଇଜଣଙ୍କୁ ଡକାଇଲେ ଏବଂ ସେମାନେ ନାଏବ ଭାବରେ ନିଯୁକ୍ତି ପାଇବାକୁ ପ୍ରସ୍ତୁତ କି ବୋଲି ପଚାରିଲେ । ସେମାନେ ଖୁସି ହେଲେ । ସେ ଦୁହିଁଙ୍କ ନାମ ବିଜୟ ଏବଂ କିଶୋର ।

ପ୍ରଥମେ ଜମିଦାର ବିଜୟଙ୍କୁ ଡକାଇଲେ ।

ଜମିଦାର ବିଜୟକୁ ପଚାରିଲେ, “ବାବୁ, ତମେ ଏ କାମ ସମ୍ଭାଳି ପାରିବ ବୋଲି ଭାବୁଛ?”

ବିଜୟ ଏ ପ୍ରଶ୍ନର କୌଣସି ମୌଖିକ ଉତ୍ତର ନ ଦେଇ ଜମିଦାରଙ୍କ ହାତକୁ ବିଡାଏ କାଗଜ ବଢାଇ ଦେଲେ । ଜମିଦାର ଦେଖିଲେ, ସେସବୁ ପ୍ରଶଂସା ପତ୍ର । ସେସବୁ ବିଶିଷ୍ଟ ଲୋକମାନେ ଦେଇଥିଲେ । ସେଥିରେ ବିଜୟଙ୍କ କାର୍ଯ୍ୟଦକ୍ଷତା ଓ ବୁଦ୍ଧିର ପ୍ରଶଂସା କରାଯାଇଥିଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ