ରୋଗ

କୁବେରପୁରୀରେ ନାଗରାଜ ବୋଲି ଜଣେ ଧନୀ ବ୍ୟକ୍ତି ଥିଲେ । ତାଙ୍କର ଅପର୍ଯ୍ୟାପ୍ତ ଧନ, କିନ୍ତୁ ସେ ସର୍ବଦା ଅସୁସ୍ଥ ଥା’ନ୍ତି । ଅନେକ ବୈଦ୍ୟ ଆସି ଅନେକ ଧନ ଖର୍ଚ୍ଚ ହେଲା । ତଥାପି ମଧ୍ୟ ସେ ସୁସ୍ଥ ହେଲେ ନାହିଁ । ବୈଦ୍ୟମାନେ କହିଲେ, “ଆମର ଔଷଧ ଶାସ୍ତ୍ରରେ ଯେତିକି ଜ୍ଞାନ ଥିଲା ସବୁକିଛି ଉପଯୋଗ କଲୁ । ରୋଗ କ’ଣ ଆମେ ସଠିକ୍ ନିର୍ଣ୍ଣୟ ନ କରିବାରୁ ଏଇ ଦଶା ।”

                ଠିକ୍ ସେହି ସମୟରେ ଯୋଗାନନ୍ଦ ନାମକ ଜଣେ ସାଧୁ ସେଠାକୁ ଆସିଲେ । ଏହି ଖବର ପାଇ ସେ ନାଗରାଜ ନିଜର ପତ୍ନୀଙ୍କୁ ନେଇ ସାଧୁଙ୍କ ନିକଟକୁ ଯାଇ ନିଜର ଅସୁସ୍ଥତା ବିଷୟ ନିବେଦନ କଲେ ।

                ସବୁ ଶୁଣି ସାରିବା ପରେ ସାଧୁ ପଚାରିଲେ, “ଏହି ନଗରୀରେ ଆପଣଙ୍କର କ’ଣ କେହି ଶତ୍ରୁ ଅଛି କି?”

                ସାଧୁଙ୍କ କଥା ଶୁଣି ନାଗରାଜ ଆଶ୍ଚର୍ଯ୍ୟ ହୋଇ ଭାବିଲେ ଯେ ଇଏ କି ପ୍ରକାରର ପ୍ରଶ୍ନ? ସବୁକିଛି ସାଧୁଙ୍କୁ କହିବା ଉଚିତ୍ ଭାବି ସେ କହିଲେ, “ହଁ ଅଛନ୍ତି । ନଗରର ଅଧିକାଂଶ ଲୋକ ତ ମୋର ଧନ ଦେଖି ମୋତେ ଖୁବ୍   ହିଂସା କରୁଛନ୍ତି । ଆପଣ ଭାବୁଛନ୍ତି କି ସେମାନଙ୍କ ମଧ୍ୟରୁ କିଏ ମୋ ଉପରେ ମନ୍ତ୍ର ପ୍ରୟୋଗ କରି ଏପରି କରିଛି?”

                ନାଗରାଜଙ୍କ ପତ୍ନୀ ସୁରମା କହିଲେ, “ସେ ଜାଣନ୍ତି ନାହିଁ କାହା ସହିତ କିମିତି କଥା କହିବାକୁ ହୁଏ, ଆପଣ ମୋତେ ପଚାରନ୍ତୁ ମୁଁ ସବୁ କହିବି ।”

                ସାଧୁ କହିଲେ, “ସେ ନିଜେ କୁହନ୍ତୁ । ତୁମ ପଡୋଶୀମାନେ କିପରି?”


ଗପ ସାରଣୀ

ତାଲିକାଭୁକ୍ତ ଗପ