ପ୍ରଥମେ ନିଜକୁ ପରିବର୍ତ୍ତନ କଲେ ଭଲ ମଣିଷ ହେବ

ବିନୋବାଭାବେଙ୍କ ନିକଟକୁ ଥରେ ଜଣେ ମଦ୍ୟପ ଯୁବକ ଆସିଲା । ସେତେବେଳେ ସେ ଅତ୍ୟନ୍ତ ଚିନ୍ତିତ ଓ ବିବ୍ରତ ଜଣାପଡୁଥିଲା ।

ଯୁବକକୁ ଦେଖି ବିନୋବା ଭାବେ ତା’ର ଚିନ୍ତାର କାରଣ ପଚାରିଲେ । ତହୁଁ ସେ ଯୁବକ ଜଣକ କହିଲା, “ମୋ’ ପିଛା ମଦ ମୋଟେ ଛାଡୁ ନାହିଁ । ଆପଣ କିଛି ଉପାୟ ବତାଇ ଦିଅନ୍ତୁ, ଯାହା ଫଳରେ କି ମୁଁ ଆଉ ମଦ କେବେବି ପିଇବି ନାହିଁ ।”

ଏହା ଶୁଣି ବିନୋବା କିଛି ସମୟ ନିରବ ରହିଲା ପରେ ସେ ଯୁବକକୁ କହିଲେ, “ତୁମେ କାଲି ଠିକ୍ ଏଇ ସମୟରେ ମୋ’ପାଖକୁ ଆସ । କିନ୍ତୁ ଘର ଭିତରକୁ ନ ପଶି ଦ୍ୱାର ପାଖରୁ ହିଁ ମୋତେ ଡାକିବ । ଯେତେ ସମୟ ଯାଏଁ ମୁଁ ନ ଆସିଛି, ତୁମେ ସେହିଭଳି ଡାକି ଚାଲିଥିବ ।”

ଏହା ଶୁଣି ଯୁବକ ଜଣକ ସେଦିନ ମନଖୁସିରେ ସେଠାରୁ ଚାଲିଗଲେ । ତହିଁ ପରଦିନ ଆସି ସେ ବିନୋବାଙ୍କ କହିଥିବା କଥା ମୁତାବକ ଡାକିଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ