ସହନ ଶକ୍ତିର ରହସ୍ୟ

ଶ୍ୱେତନଗର ଏକ ପାହାଡିଆ ଅଂଚଳରେ ଥିବା ସ୍ଥାନ । ଥରେ ପ୍ରବଳ ଶୀତ ପଡିଥାଏ । ଲୋକମାନେ ଘରୁ ବାହାରକୁ ବାହାରିପାରୁ ନଥା’ନ୍ତି । ସୂର୍ଯ୍ୟ ମୁଣ୍ଡ ଉପରକୁ ଉଠିଲେ କାମଦାମ ଆରମ୍ଭ କରନ୍ତି ଓ ସୂର୍ଯ୍ୟାସ୍ତ ହେବା ଆଗରୁ ଘରେ କବାଟ ଦେଇ ରହନ୍ତି । ଶୀତର ଏପରି ଭୟଙ୍କର ପ୍ରକୋପ ଥିଲା ଯେ ଗରୀବ, ଧନୀ ନିର୍ବିଶେଷରେ ସମସ୍ତେ କଷ୍ଟ ପାଉଥା’ନ୍ତି ।

ସେ ବର୍ଷ ପୁଣି ଯେପରି ଶୀତ ପଡିଥାଏ, ସେପରି ଶୀତ ଗତ କୋଡିଏ ବର୍ଷ ଭିତରେ କେବେବି ଜଣା ନଥିଲା ବୋଲି ବୁଢାଏଁ କହୁଥାନ୍ତି ।

ଭଗତସିଂହ ସେ ଅଂଚଳର ଜଣେ ଧନୀ ଓ ବିଶିଷ୍ଟ ବ୍ୟକ୍ତି ଥିଲେ । ତାଙ୍କର ସେତେବେଳକୁ ବୃଦ୍ଧାବସ୍ଥା । ଶୀତର ପ୍ରକୋପରେ ତାଙ୍କ ଦେହ ଏତେ କମ୍ପୁଥାଏ ଯେ ଯେତେ କମ୍ବଳ ରେଜେଇ ଘୋଡେଇ ହେଲେ ବି ଫଳ କିଛି ହେଲେବି ହେଉ ନଥାଏ । ଏଣେ ଦେହ ମଧ୍ୟ ଆଗରୁ ଅସୁସ୍ଥ ଥାଏ । ତାଙ୍କର ଏ ଅବସ୍ଥାର କିପରି ପ୍ରତିକାର କରିବାକୁ ହେବ ସେକଥା ପରିବାରର ସମସ୍ତିଙ୍କର ଚିନ୍ତାର ବିଷୟ ହୋଇ ପଡିଲା ।

ତାଙ୍କ ପୁଅ ଜିତେନ୍ଦ୍ର ଏବେ ଘରକଥା ସବୁ ବୁଝୁଥାଏ । ରାତିରେ ଭଗତବାବୁଙ୍କ ଦେହର ଅବସ୍ଥା ଖରାପ ହେବାରୁ ଜିତେନ୍ଦ୍ରର ମା’ କହିଲେ, “ପୁଅ, ମୁଁ ଭାବୁଛି ଏ ଭୟଙ୍କର ଶୀତର ପ୍ରକୋପରେ ତାଙ୍କୁ ଜର ଧରିଛି । ତୁ ବୈଦ୍ୟଙ୍କୁ ଶୀଘ୍ର ଡାକ ।”

ଜିତେନ୍ଦ୍ର କହିଲା “କିନ୍ତୁ ମା’, ଏବେ ଘର ବାହାରକୁ ପାଦ ଦେବାର କାହାର ସାହସ ଅଛି? ଯଦିବା କିଏ କଷ୍ଟ କରି ବୈଦ୍ୟ ପାଖକୁ ଯାଏ ତେବେ ତୁ କ’ଣ ଭାବୁଛୁ ବୈଦ୍ୟ ଏ ଶୀତରେ ଏଠାକୁ ଆସିବେ?”

ଜିତେନ୍ଦ୍ରର ମା’ କହିଲେ “ବୈଦ୍ୟ ଆସିବେ ନାହିଁ ସତ । କିନ୍ତୁ କିଏ ଏଠାରୁ ଯାଇ ରୋଗର ଲକ୍ଷଣ ତାଙ୍କୁ କହିଲେ ସେ ହୁଏତ କିଛି ଔଷଧ ପଠାଇ ଦେବେ!”

ଜିତେନ୍ଦ୍ର ଏକଥା ଉପରେ ଆଉ ଯୁକ୍ତି କରି ପାରିଲା ନାହିଁ । କିନ୍ତୁ ତା’ ନିଜର ମଧ୍ୟ ଦେହ ଭଲ ନଥାଏ । ମା ତାହା ଜାଣିଲେ ଆହୁରି ଉତ୍କଣ୍ଠିତ ହେବେ ବୋଲି ସେ ସେକଥା ତାଙ୍କୁ ମୋଟେ କହୁ ନଥାଏ । କିନ୍ତୁ ଏ ଦାଋଣ ଥଣ୍ଡାରେ ବାହାରକୁ ଗଲେ ଯେ ତା’ ନିଜ ଅବସ୍ଥା ଅସମ୍ଭାଳ ହେବ, ଏଥିରେ ତା’ର କୌଣସି ସନ୍ଦେହ ନଥାଏ ।

ବୈଦ୍ୟଙ୍କ ଘରକୁ ପାଇଁ ସମସ୍ତଙ୍କୁ କୁହାଗଲା । କିନ୍ତୁ କେହି ବି ବାହାରିଲେ ନାହିଁ । ଚାକରମାନେ ମଧ୍ୟ ମନା କଲେ । ଜିତେନ୍ଦ୍ର ରାଗିଯାଇ ଗୋପାଳ ନାମକ ଏକ ଚାକରକୁ ଧମକାଇ କହିଲା, “ତୁ ଆଜି ବୈଦ୍ୟ ଘରକୁ ନ ଗଲେ ଏଠାରେ ଆଉ ଚାକିରୀ କରିପାରିବୁ ନାହିଁ ।” ବାଧ୍ୟ ହୋଇ ନିଜର ଅନିଚ୍ଛା ସତ୍ତ୍ୱେ ଗୋପାଳ ବାହାରିଲା ।

କବାଟ ଖୋଲିବାକୁ ଯିବା ମାତ୍ରେ ସେ ଦେଖିଲା ଜଣେ ଭିକାରୀ କହୁଛି, “ଭାଇ, କିଛି ଖାଇବାକୁ ଦିଅ ।” ଭିକାରୀଟି ନାମକୁ ମାତ୍ର ଖଣ୍ଡେ ଛିଣ୍ଡା କନା ପିନ୍ଧିଛି । ସାରା ଦେହ ତା’ର ଫୁଙ୍ଗୁଳା । ହାତରେ ମାଟିର ଭିକ୍ଷାପାତ୍ର ସେ ଧରିଛି । ଆଉ ସବୁଠାରୁ ଆଶ୍ଚର୍ଯ୍ୟର କଥା ଯେ ସେହି ଭୟଙ୍କର ଶୀତରେ ସେ ନିର୍ବିକାର ହୋଇ ଠିଆ ହୋଇଥାଏ, ଦେହ ତା’ର ଟିକିଏ ବି ଥରୁ ନଥାଏ ।

ଏ ଦୃଶ୍ୟ ଦେଖି ଗୋପାଳ ଦୌଡି ଦୌଡି ଭିତରକୁ ଯାଇ ଜିତେନ୍ଦ୍ରକୁ କହିଲା, “ବାବୁ, ଆମର ବୈଦ୍ୟଙ୍କ ପାଖକୁ ଯିବା ଆଉ କିଛିବି ଦରକାର ନାହିଁ । ଜଣେ ସାଧୁ ଆସି ଆମ ଦ୍ୱାରରେ ଛିଡା ହୋଇଛନ୍ତି । ତାଙ୍କର ଅଦ୍ଭୁତ ମହିମା । ଏ ଭୟଙ୍କର ଶୀତରେ ଖାଲି ଦେହରେ ନିର୍ବିକାର ହୋଇ ସେ ଠିଆ ହୋଇଛନ୍ତି ।”

ଏହି ଖବର ଶୁଣି ଜିତେନ୍ଦ୍ର ଦେଖିବାକୁ ଦୌଡି ଆସିଲା । ଭିକାରୀ ତାକୁ ଦେଖି କହିଲା, “ବାବୁ, ମୁଠାଏ ଖାଇବାକୁ ଦିଅ । ମୁଁ କ୍ଷୁଧାର୍ତ୍ତ ।”

ଜିତେନ୍ଦ୍ର ଭିକାରୀକୁ ଚାହିଁ କହିଲା, “ମୋ ବାପା ଜର ଓ ଥଣ୍ଡାରେ କମ୍ପୁଛନ୍ତି । ତୁମେ ଯଦି ତାଙ୍କୁ ଭଲ କରିଦେବ ତେବେ ମୁଁ ତମକୁ ବହୁତ ଖାଦ୍ୟ ଦେବି ।”

ଭିକାରୀ କହିଲା, “ଏତେ ବଡ ସର୍ତ୍ତ କାହିଁକି ବାବୁ? ମୁଁ ତ ସାମାନ୍ୟ ଭିକାରୀ । ଜଡି ବୁଟି କ’ଣ ମୁଁ ଜାଣିନାହିଁ ।”

ଜିତେନ୍ଦ୍ର କିଛି ସମୟ ଭାବି କହିଲା, “ତେବେ ଦେଖ, ଆଉ ଗୋଟିଏ କାମ କରିଦିଅ । ପାଖ ଗଳିରେ ବୈଦ୍ୟ ରହୁଛନ୍ତି । ମୁଁ ଚିଠିଟିଏ ଲେଖି ଦେଉଛି । ତମେ ସେଠାକୁ ଯାଇ ମୋ ବାପାଙ୍କ ପାଇଁ କିଛି ଔଷଧ ନେଇ ଆସ ।”

ଭିକାରୀ କହିଲା “ଏବେ ମୋ ଶରୀର ଅତ୍ୟନ୍ତ ଅବସନ୍ନ ଓ କ୍ଳାନ୍ତ । ଟିକିଏ ଯଦି ଖାଇପିଇ ସୁସ୍ଥ ହୁଅନ୍ତି ତେବେ ମୁଁ ଅବଶ୍ୟ ସେଠାକୁ ଯା’ନ୍ତି ।”

ଜିତେନ୍ଦ୍ର କହିଲା “ଭାଇ, ଟିକିଏ ଭାବି ଦେଖ, ତମେ ଔଷଧ ନିହାତି ଯଦି ନ ଆଣିବ ତେବେ ମୁଁ ଆଉ କାହାକୁ ପଠାଇବି ।” କାରଣ ଜିତେନ୍ଦ୍ର ଭାବୁଥିଲା ଭିକାରୀ ଯଦି ଆଗ ଖାଇଦେବ ତେବେ ସେ ସେଠାକୁ ଯିବାଲାଗି କେବେବି ମଙ୍ଗିବ ନାହିଁ ।


ଗପ ସାରଣୀ

ତାଲିକାଭୁକ୍ତ ଗପ