ଗଧିଆଟିଏ ଏପଟ– ସେପଟ ଚକ୍କର ମାରୁଥିବା ସମୟରେ ଗୋଟିଏ ପୁରୁଣା କୂଅ ଭିତରକୁ ଖସି ପଡିଲା । ସେ ବହୁତ ଛାଟି ପିଟି ହେଲା କୂଅରୁ ବାହାରିବା ପାଇଁ । ବହୁତ ଚେଷ୍ଟା କରି କରି ଶେଷରେ ସେ ଥକି ପଡିଲା । ଆଉ କୂଅରୁ ବାହାରକୁ ବାହାରି ପାରିଲା ନାହିଁ । ସେ କେବଳ ଗୋଟିଏ କଥା ଚିନ୍ତା କଲା କିଭଳି କୂଅରୁ ବାହାରକୁ ବାହାରିବ ବୋଲି ।
ଏହି ସମୟରେ ଗୋଟିଏ ଛେଳି ସେବାଟରେ ଯାଉ ଥିଲା । ତାକୁ ଶୋଷ ହେବାରୁ ସେ କୂଅ ନିକଟକୁ ଆସିଲା ପାଣି ପିଇବ ବୋଲି । କୂଅକୁ ଅନେଇଲା ମାତ୍ରେ ସେ ଦେଖିଲା ଯେ କୂଅ ଭିତରେ ଗୋଟିଏ ଗଧିଆ ପଡି ଛାଟି ପିଟି ହେଉଛି । ସେ ପଚାରିଲା କୂଅ ଭିତରେ କିଏ? କିଛି ସମୟ ପରେ ସେ କହିଲା ଓହୋ ଗଧିଆ ଭାଇ ! କୂଅ ଭିତରେ ପାଣି ପିଉଛ କି? ପାଣି ବହୁତ ମିଠା ତଥା ଥଣ୍ଡା ନା …?
ଗଧିଆ ହସି ହସି କହିଲା କିଏ କହୁଛ ! ଆଚ୍ଛା ଛେଳି ଭାଇ ! ବହୁତ ଶୋଷିଲା ଥିଲ ବୋଲି ମୋର ମନେ ହୁଏ । ତେଣୁ ତଳକୁ ଆସି ଯାଅ ଆଉ ମନ ଖୁସିରେ ଥଣ୍ଡା ପାଣି ପିଇ ଯାଅ । ପାଣିକୁ କ’ଣ କହିବି । ଏତେ ମିଠା ଯେ ସରବତ ଭଳି । ଆଉ ଥଣ୍ଡା ଏତେ ଯେ ଯେମିତି ବରଫ ଖଣ୍ଡ । ଖାଲି ପିଇ ଯାଅ ଆଉ ପ୍ରଭୁଙ୍କର ଗୁଣ ଗାଇ ଯାଅ । ଏଠାରେ ଏତେ ପାଣି ଅଛି ଯେ ତୁମ ଭଳି ହଜାର ହଜାର ଛେଳି ପିଇଲେ ବି ପାଣି ଶେଷ ହେବ ନାହିଁ । ଆସ ଆସ… ଜଲ୍ଦି ଜଲ୍ଦି କୁଦି ପଡ କୂଅ ଭିତରକୁ ଆଉ ମୋ ସହିତ ଆନନ୍ଦରେ ରୁହ । ଆଉ ବେଶୀ ଚିନ୍ତା କର ନାହିଁ । ମୋର ତ ଇଚ୍ଛା ହେଉ ନାହିଁ ଏଠାରୁ ବାହାରକୁ ବାହାରିବା ପାଇଁ । ମନେ ହେଉଛି ଯେ ଶୀତତାପ ନିୟନ୍ତ୍ରିତ ଗୋଟିଏ କୋଠରୀରେ ମୁଁ ଆରାମ୍ରେ ବାସ କରୁଛି ।