ଆସ ଆମେ ସମସ୍ତେ କଠିନ ପରିଶ୍ରମ କରିବା

    ଧର୍ମର ମହିମା ବଖାଣି ଦେଶବିଦେଶେ

    ହିନ୍ଦୁଧର୍ମ ଭାଗବତ୍ ଗୀତା ଗ୍ରନ୍ଥକୁ ରଖିଲେ ସବୁଠୁ ଶୀର୍ଷେ ।

    ଦେଶପ୍ରେମ ଦୀପ ଜାଳି ଦେଇଥିଲେ ଦେଶବାସୀଙ୍କର ମନରେ ଦିନେ

    ସିଏ ଥିଲେ ସ୍ୱାମୀ ବିବେକାନନ୍ଦ ଯେ ପଣ୍ଡିତ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ।

                ସ୍ୱାମୀ ବିବେକାନନ୍ଦ କେବଳ ଆମ ଇଣ୍ଡିଆ କାହିଁକି ସମଗ୍ର ବିଶ୍ୱରେ ଜଣେ ଅପ୍ରତିଦ୍ୱନ୍ଦୀ ଆଧ୍ୟାତ୍ମିକ ନେତା ଥିଲେ । ୧୮୯୩ ମସିହା ସେପ୍ଟେମ୍ବର ମାସରେ ଚିକାଗୋ ଠାରେ ଆର୍ନ୍ତଜାତୀୟ ବିଶ୍ୱ ଆଧ୍ୟାତ୍ମିକ ସମ୍ମିଳନୀରେ ଦେଇଥିବା ଭାଷଣ ପରେ ହିନ୍ଦୁଧର୍ମର ପୁନର୍ଜନ୍ମ ଘଟିଲା ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ । କାରଣ ଏହା ପୂର୍ବରୁ ପାଶ୍ଚାତ୍ୟ ଦେଶଗୁଡିକର ଧାରଣା ଥିଲା ଯେ, ହିନ୍ଦୁଧର୍ମ ଗୋଟିଏ ଅନ୍ଧବିଶ୍ୱାସ ଓ କୁସଂସ୍କାରପୂର୍ଣ୍ଣ ଧର୍ମ । ମାତ୍ର ସ୍ୱାମୀଜୀଙ୍କ ଭାଷଣ ପରେ ସମଗ୍ର ବିଶ୍ୱ ହିନ୍ଦୁ ଧର୍ମର ତତ୍ତ୍ୱ ଓ ଦର୍ଶନକୁ ବେଶ୍ ଭଲ ଭାବରେ ବୁଝି ପାରିଥିଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ