ମଇନା କୁମାରୀ ଓ ଛବି କୁମାରୀ କାହାଣୀ

ଗଡର ନାମ ଡମପଡା । ସେ ରାଜ୍ୟ ଖଣ୍ଡିକ ଖୁବ୍ ବିଖ୍ୟାତ । ସେଠାକାର ରାଜାଙ୍କ ନାମ ମହାମର୍ଦ୍ଦରାଜ ସିଂହ । ତାଙ୍କର ଥିଲେ ଯୋଡିଏ ରାଣୀ । ଗୋଟିଏ ଥିଲେ ବାଙ୍କୀଗଡ ଝିଅ, ଆଉ ଗୋଟିଏ ଥିଲେ ସରଣ୍ଡା ଗଡ ଝିଅ । ବାଙ୍କି ଝିଅଙ୍କ ନାମ କୁସୁମବତୀ, ଆଉ ସେ ସରଣ୍ଡା ଗଡର ଝିଅର ନାମ ସରୋଜବତୀ । ଦିହେଁଯାକ ଦେଖିବାକୁ ଖୁବ୍ ସୁନ୍ଦରୀ । ରାଜା ବି ଉଭୟ ରାଣୀଙ୍କୁ ସମାନ ଦୃଷ୍ଟିରେ ଦେଖନ୍ତି । ହେଲେ ସେମାନଙ୍କ ମଧ୍ୟରେ ଥାଏ ଅହି ନକୁଳ ସମ୍ପର୍କ । ତେଣୁ ସେ ରାଜବାଟୀରେ ଗୋଟିଏ ଦିନ ବି ହେଲେ ସୁଖ-ଶାନ୍ତିରେ କଟେନି । ଯେତେବେଳେ ଦେଖ, ଲାଗିଥାଏ ଚଟିଆ ଯୁଦ୍ଧ । ଦାସୀମାନଙ୍କ ଭିତରେ ଦି’ ଦଳ । ଚାକର ମାନଙ୍କ ଭିତରେ ବି ଦି’ ଦଳ ।

                ଦଳେ ବଡ ରାଣୀଙ୍କୁ ସମର୍ଥନ କରନ୍ତି, ତ ଆଉ ଦଳେ ସାନ ରାଣୀଙ୍କୁ ସମର୍ଥନ କରନ୍ତି । ଉଆସରେ ମାଟିଗୋଡି ଓ ଚାଲୁଣିପାଚିଆ ଭିତରେ ବି ବୁଣା ହୋଇଥାଏ କଳିର ମଞ୍ଜି । ରାଣୀ ଦିହିଁଙ୍କର ମତଭେଦ ହେତୁ ସାରା ରାଜବାଟୀଟାରେ ଜଳୁଥାଏ ଖାଲି ହିଂସା ଓ ରାଗର ପ୍ରଚଣ୍ଡ ନିଆଁ ।

                ଏହି କଥା ଗୁଡାକ ଦିନକୁ ଦିନ ରାଜାଙ୍କ ପକ୍ଷେ ବଡ ଅସହ୍ୟ ହୋଇ ଉଠିଲା । ତେଣୁ ସେ ଦିନେ ତାଙ୍କ ମନ୍ତ୍ରୀଙ୍କୁ ପଚାରିଲେ, ଏ ପ୍ରକାର କଳିଗୋଳ ଜନିତ ଅଶାନ୍ତି ନିବାରଣ କରିବାର ଉପାୟ କ’ଣ ମନ୍ତ୍ରୀ? ମନ୍ତ୍ରୀ କହିଲେ ମହାରାଜ –


ଗପ ସାରଣୀ

ତାଲିକାଭୁକ୍ତ ଗପ