ଗୋପାଳ ଗଧ

ଦିନେ ରାଜା କୃଷ୍ଣ ଚନ୍ଦ୍ର ହଠାତ୍ ବିରକ୍ତ ହୋଇ ଗୋପାଳ ଭାଣ୍ଡକୁ କହିଲେ –

ଗୋପାଳ! ତୁମ୍ଭେ ଗୋଟିଏ ଗଧ ନୁହଁ କି?

ଗଧ ଓ ତୁମ୍ଭେ ଏଥିରେ ତଫାତ୍ କିଛି ନାହିଁ, ଅର୍ଥାତ୍ ଯେ ଗଧ ସେ ତୁମ୍ଭେ ।

ଗୋପାଳ ଭାଣ୍ଡ ଏହା ଶୁଣି ସଙ୍ଗେ ସଙ୍ଗେ ଉଠି ନିଜ ବସିବା ସ୍ଥାନ ଠାରୁ ରାଜା କୃଷ୍ଣ ଚନ୍ଦ୍ରଙ୍କର ବସିବାର ସ୍ଥାନ ପର୍ଯ୍ୟନ୍ତ ଯେତିକି ଛଡା ଅଛି ତାହା ମାପି କରି ଗମ୍ଭୀର ଭାବେ କହିଲେ –

ଆଜ୍ଞା ହଁ ।

ଆପଣ ଦେଖନ୍ତୁ ମୋଟେ ଦେଢ ହାତ ମାତ୍ର ତଫାତ୍ ଅଧିକ ନୁହେଁ, ଅର୍ଥାତ୍ ମୋ ଠାରୁ ଦେଢ ହାତ ତଫାତରେ ଛାମୁ ବସି ଛନ୍ତି । ଏଣୁ କରି ମୁଁ ମଧ୍ୟ ଅନୁମାନ କରେ ଆପଣ ଗଧଙ୍କର ସଙ୍ଗୀ ଅର୍ଥାତ୍ ଗଧ ।”

ଏ କଥା ଶୁଣି ରାଜା ମନେ ମନେ ଲଜ୍ଜିତ ହେଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ