ଫିଜିନିବାସୀ ଭାରତୀୟମାନେ ବିପଦଗ୍ରସ୍ତ

ଦକ୍ଷିଣ ପଶ୍ଚିମ ପ୍ରଶାନ୍ତ ମହାସାଗରରେ ୮୦୦ ଦ୍ୱୀପ ପୁଞ୍ଜ ସମୁହକୁ ୧୬୪୩ ଶତାଦ୍ଦୀରେ ଆବିଷ୍କାର କରାଯାଇଥିଲା; ତା’ର ନାମ ଫିଜି । ୧୮୭୪ ମସିହାରେ ଏହା ଏକ ବ୍ରିଟିଶ୍ ଉପନିବେଶରେ ପରିଣତ ହୋଇଥିଲା । ଏହାର କ୍ଷେତ୍ରଫଳ ୧୮,୩୭୬ ବର୍ଗ କିଲୋମିଟର; ଏହାର ଜନସଂଖ୍ୟା ହେଲେ ମାତ୍ର ସାଢେ ସାତ ଲକ୍ଷ । ଏହାର ରାଜଧାନୀ ହେଲା ଶୁଭା ।

ଉନବିଂଶ ଶତାଦ୍ଦୀର ଶେଷ ଦୁଇ ଦଶକରେ ହଜାର ହଜାର ଭାରତୀୟ ଆଖୁଚାଷ ପାଇଁ ଫିଜିରେ ଯାଇ ବସବାସ କଲେ । ସେମାନେ ସେଠାରେ ସ୍ଥାୟୀ ବାସିନ୍ଦା ହୋଇ ରହିଲେ ଏବଂ ସେମାନଙ୍କ ଦ୍ୱାରାହିଁ ସେଠାକାର ଆର୍ଥିକ ଓ ସାଂସ୍କୃତିକ ଉନ୍ନତି ସମ୍ଭବପର ହୋଇଛି । ସେମାନେ ସେଠାରେ ଆଖୁଚାଷର ଖୁବ୍ ଉନ୍ନତି ବି କଲେ ।

୧୯୭୦ ରେ ଫିଜି ସ୍ୱାଧିନତା ପାଇଲା । ଏବେ ସେଠାକାର ଅର୍ଦ୍ଧେକ ବାସିନ୍ଦାହିଁ ଇଣ୍ଡିଆର ବଂଶଧର । ସେଠାରେ ପୂର୍ବତନ ବାସିନ୍ଦା, ମାଲୟେସିଆନ୍ମାନେ ରାଜ୍ୟର ଲୋକସଂଖ୍ୟାର ମାତ୍ର ଶତକଡା ୪୭ ଅଂଶ । ବଳକା ଲୋକମାନେ ହେଲେ ଚୀନା, ଇଉରେସିଆନ୍ ଓ ଅନ୍ୟ କେତେକ ବିଦେଶୀୟ । ପ୍ରକୃତରେ ଦେଖିଲେ ଇଣ୍ଡିଆର ଲୋକମାନେ ହିଁ ସେଠାରେ ସଂଖ୍ୟା ଗରିଷ୍ଠ ଜାତି ।

ଏହା ସ୍ୱାଭାବିକ ଯେ ଇଣ୍ଡିଆର ନେତା ଡକ୍ଟର ଥିମୋସି ବଭାଦ୍ରା ହେଲେ ସେଠାକାର ପ୍ରଧାନ ମନ୍ତ୍ରୀ । ଗଣ ନିର୍ବାଚନ ଦ୍ୱାରାହିଁ ସରକାର ଗଠିତ ହୋଇଥିଲା । କିନ୍ତୁ ହଠାତ୍ ସିତିଭେନି ରାବୁକା ନାମକ ସୈନ୍ୟବିଭାଗର ଜଣେ ଉଚ୍ଚ ଅଫିସର୍ ହଠାତ୍ ଷଡଯନ୍ତ୍ର କରି ସରକାର ଭାଙ୍ଗି ପକାଇଲେ । ସେ କୁହନ୍ତି ତାଙ୍କର ଲକ୍ଷ୍ୟ ହେଲା ମାଲୟେସିନ୍ଙ୍କର ସମ୍ମାନ ଫେରାଇ ଆଣିବା । ଏବେ ରାବୁକା ଚାହାଁନ୍ତି ଦେଶର ପାର୍ଲିଆମେଂଟକୁ ନିର୍ବାଚିତ ହୋଇ ଆସି ପ୍ରଧାନମନ୍ତ୍ରୀ ପଦ ଗ୍ରହଣ କରିବେ । ସେଥିପାଇଁ ସେ ଏକ ନୂଆ ନିୟମ ଦେଶ ଉପରେ ଆରୋପ କରିଛନ୍ତି । ନୂଆ ଶାସନ ପଦ୍ଧତି ଅନୁଯାୟୀ ସେ ସରକାର ତିଆରି କରି ପାରିବେ ନାହିଁ । ତେଣୁ ସେ ଜଣେ ଏକଛତ୍ରବାଦୀ ଶାସକ ହେବାର ସ୍ୱପ୍ନ ଦେଖୁଛନ୍ତି ।

ସେଥିପାଇଁ ସେଠାକାର ଭାରତୀୟମାନେ ବହୁତ ଅତ୍ୟାଚାରିତ ହେଉଛନ୍ତି । ସାରା ପୃଥିବୀ ଜାତି-ବିଦ୍ୱେଷ ବିରୁଦ୍ଧରେ ଗଲେ ମଧ୍ୟ ରାବୁକା ଜଣେ ନୂଆ ଜାତି-ବିଦ୍ୱେଷୀ ଭାବରେ ଦେଖା ଦେଇଛନ୍ତି । ଇତିମଧ୍ୟରେ ଫିଜିର ଭ୍ରମଣ ବିଭାଗ ଓ ଅର୍ଥନୀତି ବିଭାଗ ବହୁତ କ୍ଷତିଗ୍ରସ୍ତ ହୋଇଛି । ରାବୁକା ହୁଏତ ନିଜ ଲକ୍ଷ୍ୟ ଦିଗରେ ଯାଇ ପାରନ୍ତି । କିନ୍ତୁ ତଦ୍ୱାରା ଦେଶର ଗଣତନ୍ତ୍ର ଶାସନର ଆଦର୍ଶ ଭାଙ୍ଗି ଯାଉଛି ଓ ଦେଶ ମଧ୍ୟ ଅଧିକ ଦରିଦ୍ର ହୋଇ ଉଠୁଛି । ଏସବୁ ଘଟୁଛି କେବଳ ରାବୁକାଙ୍କ ଉଚ୍ଚାକାଂକ୍ଷାର ଲୋଭ ହେତୁ ।


ଗପ ସାରଣୀ

ତାଲିକାଭୁକ୍ତ ଗପ