ହିତୋପଦେଶ

 ହିତୋପଦେଶ କାହାଣୀ ଗୁଡିକ ବହୁ ପୁରାତନ କାଳର କାହାଣୀ, ଯାହାକି ଆମର କୋମଳମତି ଶିଶୁମାନଙ୍କର ଜୀବନ ଯାପନ ପ୍ରଣାଳୀକୁ ସୁମାର୍ଗରେ ପରିଚାଳିତ କରିବାକୁ ନିର୍ଦେଶ ଦିଏ । ଏହି ହିତୋପଦେଶ କାହାଣୀ ଗୁଡିକ ଇଣ୍ଡିଆର ବୃହତ୍ କଥା ସାହିତ୍ୟର ମାନ୍ୟତା ଲାଭ କରିପାରିଛି । ଏହାକୁ ବାଦ୍ ଦେଲେ ଇଣ୍ଡିୟ ସାହିତ୍ୟରେ ଆହୁରି କେତେକ କଥା ସାହିତ୍ୟ ପରିଲକ୍ଷିତ ହୁଏ । ଯେମିତିକି ଜାତକ କାହାଣୀ, ବେତାଳକଥା, ଉପନିଷଦକଥା ଇତ୍ୟାଦି । କିନ୍ତୁ ହିତୋପଦେଶ କାହାଣୀ ମାଳା ଅଦ୍ୟାବଧି ତା’ର ମର୍ଯ୍ୟାଦା ବଜାୟ ରଖିପାରିଛି । ଏହି ହିତୋପଦେଶ କାହାଣୀ ଗୁଡିକ ବୁଦ୍ଧିଜୀବୀଙ୍କ ଦ୍ୱାରା ଶିଷ୍ୟ ମାନଙ୍କୁ ଉଚିତ୍ ମାର୍ଗରେ ପରିଚାଳିତ କରିବାପାଇଁ କୁହାଯାଇଥିଲା । ଏହି କାହାଣୀ ଗୁଡିକ ଠିକ୍ ପଂଚତନ୍ତ୍ରର କାହାଣୀପରି । ପଂଚତନ୍ତ୍ରର କାହାଣୀ ଗୁଡିକ ଯେପରି ରାଜା ଅମରଶକ୍ତିଙ୍କର ତିନି ପୁତ୍ର: ବାସୁଶକ୍ତି, ଉଗ୍ରଶକ୍ତି ଏବଂ ଅନେକଶକ୍ତିଙ୍କୁ ବିଦ୍ୟାବୁଦ୍ଧିରେ ପାରଂଗମ କରିବାପାଇଁ କୁହାଯାଇଥିଲା, ହିତୋପଦେଶ କାହାଣୀ ଗୁଡିକ ମଧ୍ୟ ଏହି ରାଜପୁତ୍ରମାନଙ୍କୁ ବୁଦ୍ଧିମାନ୍, ଗୁଣବାନ୍ କରାଇବାରେ ସହାୟକ ହୋଇଥିଲା । ରାଜପୁତ୍ରମାନେ ମଧ୍ୟ ହିତୋପଦେଶ କାହାଣୀ ଗୁଡିକ ଶୁଣିବାପରେ ସେମାନଙ୍କ ଠାରେ ପରିବର୍ତ୍ତନ ଦେଖା ଦେଇଥିଲା । ଏହି କାହାଣୀ ଗୁଡିକ ଶୁଣିବାପରେ ରାଜକୁମାରମାନେ ମାତ୍ର ଛଅ’ମାସ ମଧ୍ୟରେ ବିଦ୍ୟା, ବୁଦ୍ଧିରେ ପାରଂଗମ ହୋଇପାରିଥିଲେ । ତେଣୁ ଏହି କାହାଣୀ ଗୁଡିକ ପ୍ରତ୍ୟେକ ଶିଶୁ ପାଠ କରିବା ଆବଶ୍ୟକ । ଜ୍ଞାନ ଥିବା ବ୍ୟକ୍ତି ଯେ କୌଣସି ସ୍ଥାନରେ ଜନ୍ମ ଗ୍ରହଣ କଲେ ମଧ୍ୟ ସେ ସମ୍ମାନର ପାତ୍ର ହୋଇଥାଏ । ଜ୍ଞାନ ହୀନ ବ୍ୟକ୍ତି ପଶୁ ସହିତ ସମାନ । ଧନୁରେ ଯେପରି ଗୁଣ ନଥିଲେ ତାହା ଏକ ବାଉଁଶ ସହିତ ସମାନ, ଜ୍ଞାନ ହୀନ ବ୍ୟକ୍ତି ଠିକ୍ ସେହିପରି । ଏହି ହିତୋପଦେଶ କାହାଣୀମାଳା ଗୁଡିକ ଶିଶୁମାନଙ୍କର ଜ୍ଞାନ ବୃଦ୍ଧିରେ ପ୍ରମୁଖ ଭୂମିକା ଗ୍ରହଣ କରିବ ।


ଗପ ସାରଣୀ

ତାଲିକାଭୁକ୍ତ ଗପ