ଅବୁଝା ରାଜା

       ଏକଦା ବିଜୟନଗରରେ ମୂଷାର ପ୍ରାଦୁର୍ଭାବ ବଢିଚାଲିଲା । ସେମାନେ କଟାକଟି କରି ଖାଦ୍ୟଶସ୍ୟ ଖାଇ ଯାହା କ୍ଷତି କଲେ, ହେଲେ ସବୁଠାରୁ ବଳିଗଲା ପ୍ଲେଗ୍ ରୋଗ ବ୍ୟାପିବା ଆଶଙ୍କା ଯାହାର ମୂଳ କାରଣ ମୂଷାମାନେ ଥିଲେ ।

       ଏବେ ପ୍ରଜାମାନେ ଅଭିଯୋଗ ବାଢିଲେ ରାଜାଙ୍କ ପାଖରେ ମୂଷାବଂଶ ନିପାତ କରିବା ପାଇଁ । ଅବୁଝା ରାଜାବି ଏହାକୁ ସ୍ୱୀକାର କରିନେଲେ ।

       ଏଥର ରାଜା ଏକ ଅଦ୍ଭୁତ ଆଦେଶ ଦେଲେ ପ୍ରଜାମାନଙ୍କୁ । ଏହି ଆଦେଶ ବଳରେ ପ୍ରତ୍ୟେକ ଘରେ ଗୋଟିଏ ଗୋଟିଏ ବିରାଡି ପୋଷା ହେଲେ ଏବଂ ସେମାନଙ୍କର କ୍ଷୀର ଖାଇବା ଖର୍ଚ୍ଚ ରାଜା ଯୋଗାଇ ଦେଲେ । ରାଜା, ଯାହା ବୁଝିଥିବେ ସେଇଆ । ଏଭଳି ଆଦେଶ ଦେବା ଆଗରୁ ସଭା ଦ୍ୱାରା ଆଲୋଚନା କରି ନବୁଝି ନଶୁଝି ଆଦେଶ ଦେଇ ଦେଲେ ।

       ସେହି ରାଜ୍ୟରେ ଜଣେ ଚାଲାକ୍ ଚତୁର ଲୋକ ଥିଲା । ତା’ର ନାଁ ବୁଦ୍ଧିରାମ । ସିଏ ବି ଏକ ବିରାଡି ପୋଷିଲା । ହେଲେ ବିରାଡି ପାଇଁ କ୍ଷୀରବାବଦକୁ ମିଳୁଥିବା ଟଙ୍କାରେ କ୍ଷୀର ନ କିଣି ତା’ର ନିଜ ଖର୍ଚ୍ଚରେ ଲଗାଇ ଦେଇଥିଲା । ଫଳରେ ଅନ୍ୟ ବିରାଡି ତୁଳନାରେ ବୁଦ୍ଧିରାମର ବିରାଡି ଅତି ଦୁର୍ବଳ ହୋଇଗଲା ।

       ଏହା ଦେଖି ବୁଦ୍ଧିରାମର ସ୍ତ୍ରୀ ଡରିଗଲା, କହିଲା, “ରାଜା ଯଦି ଏକଥା ଜାଣିବେ ଆମକୁ ମୃତ୍ୟୁ ଦଣ୍ଡ ହିଁ ମିଳିବ” ସୁତରାଂ ଏହା ନକରିବା ପାଇଁ ସ୍ୱାମୀଙ୍କୁ ଅନୁରୋଧ କଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ