ସୁନାଲୋଭୀ ମିଦାସ୍

ତୁମମାନଙ୍କ ଭିତରୁ କେହି କେହି ସୁନା ପାଗଳ ରାଜା ମିଦାସ୍ ଙ୍କ କାହାଣୀ ତ ଅବଶ୍ୟ ଶୁଣିଥିବ । ଗ୍ରୀକ୍ ପୁରାଣର କାହାଣୀ ସେ । ଯଦି ଶୁଣିନଥାଅ କାହାଣୀଟି ଏହିପରି –

                ଗ୍ରୀକ୍ ପୁରାଣ ଅନୁଯାୟୀ ଦେବତାମାନଙ୍କର ପିତା ହେଉଛନ୍ତି ଜିଅସ୍ । ଡାୟୋନିସସ୍ ହେଉଛନ୍ତି ଜିଅସ୍ ଙ୍କ ପୁଅ । ଡାୟୋନିସସ୍ ଙ୍କୁ  କୁହାଯାଏ ମଦ ଦେବତା । ସେ ଥରେ ନିଜ ଦଳବଳ, ସାଙ୍ଗସାଥୀ ଓ ଭକ୍ତମାନଙ୍କ ଗହଣରେ ବୁଲୁଥାନ୍ତି ଫ୍ରିଜିଆ ରାଜ୍ୟରେ । ସମସ୍ତେ ମଦ ନିଶାରେ ଚୁର୍ । ହସଖୁସିରେ ମତୁଆଲା ହୋଇ ଦଳଟି ଆଗେଇ ଚାଲିଥାଏ । ତେବେ ବେଶୀଗୁଡିଏ ମଦ ପିଇ ଦେଇଥିଲେ ସାଇଲେନ୍ସ । ଭଲ ଭାବରେ ଚାଲି ନ ପାରି ଚାଲିଲାବେଳେ ଟଳଟଳ ହେଉଥାନ୍ତି ସେ । ତେଣୁ ସେ ପଛରେ ପଡିଗଲେ । ସେ ଥିଲେ ଡାୟୋନିସସ୍ର ଶିକ୍ଷକ ଏବଂ ମୁରବି । ଖୁବ୍ ମଉଜିଆ ମଧ୍ୟ । ରାସ୍ତାକଡରେ ପଡିଥାନ୍ତି ସାଇଲେନ୍ସ । କେତେବେଳେ ହସୁଥାଆନ୍ତି ତ ପୁଣି କେତେବେଳେ ଗୁଣୁଗୁଣୁ ହୋଇ ଗୀତ ଗାଉଥାନ୍ତି ।

ସେଇ ରାସ୍ତା ଦେଇ ଫେରୁଥିଲେ ଫ୍ରିଜିଆ ରାଜ୍ୟର କେଇଜଣ ଶ୍ରମିକ । ସେମାନେ ସାଇଲେନ୍ସଙ୍କୁ ଫୁଲମାଳାଦ୍ୱାରା ବାନ୍ଧି ପକେଇଲେ । ତା’ପରେ ତାଙ୍କୁ ଟେକି ନେଇଗଲେ ସେମାନଙ୍କ ରାଜା ମିଦାସ୍ ଙ୍କ ପାଖକୁ । ତାଙ୍କୁ ଚିହ୍ନି ପକେଇବାରେ ମିଦାସ୍ ଙ୍କୁ ମୁହୂର୍ତେ ସମୟ ବି ଲାଗିଲାନି । ମିଦାସ୍ ତାଙ୍କୁ ଅତି ସମ୍ମାନର ସହ ପ୍ରଣାମ ଜଣେଇଲେ । ତାଙ୍କର ହେପାଜତ କରିବାରେ ତିଳେ ହେଲେ ବି ହେଳା କଲେନି ସେ । ରାଜପ୍ରାସାଦ ଭିତରେ ସାଇଲେନ୍ସଙ୍କୁ ରଖାଗଲା ଏକ ବିଳାସପୂର୍ଣ୍ଣ କୋଠରିରେ । ତାଙ୍କ ସମ୍ମାନାର୍ଥେ ନଅଦିନ ଧରି ଭୋଜିଭାତର ଆୟୋଜନ କରାଗଲା । ନଅଦିନ ପୂରିଗଲା ପରେ ଦଶମ ଦିନ ନିଜେ ମିଦାସ୍ ତାଙ୍କୁ ଅତି ଆଡମ୍ବର ସହକାରେ ନେଇ ପହଁଚିଲେ ଡାୟୋନିସସ୍ ଙ୍କ ନିକଟରେ । ନିଜ ଗୁରୁଙ୍କୁ ଫେରିପାଇ ଡାୟୋନିସସ୍ ଙ୍କ ଆନନ୍ଦର ସୀମା ରହିଲାନି । ଗୁରୁଙ୍କର ଖୁବ୍ ଆଦର ଯତ୍ନ ଓ ସମ୍ମାନ କରିଥିବାରୁ ଡାୟୋନିସସ୍ ମିଦାସ୍ ଙ୍କୁ କହିଲେ, “ରାଜା ମିଦାସ୍, ମୁଁ ତୁମ ଉପରେ ଖୁବ୍ ଖୁସି । ତୁମେ ମୋତେ ଯେଉଁ ବର ମାଗିବ, ମୁଁ ସାଙ୍ଗେ ସାଙ୍ଗେ ତାହା ପୂରଣ କରିଦେବି । ମାଗ, କଅଣ ମାଗିବ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ