Category - ହିତୋପଦେଶ କାହାଣୀ

ବିଦ୍ୟା ଠାରୁ ବୁଦ୍ଧି ବଡ଼

ନୁନ୍ଦର ବୋଲି ଗୋଟିଏ ଗ୍ରାମ ଥିଲା । ସେହି ଗ୍ରାମଟି ବ୍ରାହ୍ମଣ ଶାସନିଆ ପଣ୍ଡା ବ୍ରାହ୍ମଣମାନେ ବାସ କରନ୍ତି । ସେହି ଗ୍ରାମର ଚାରିଜଣ ଅତି ସାଙ୍ଗ ଥିଲେ । ସେମାନଙ୍କ ମଧ୍ୟରୁ ତିନିଜଣ ସିନା ସମସ୍ତ ଶାସ୍ତ୍ରରେ ପାଣ୍ଡିତ୍ୟ ଅର୍ଜ୍ଜନ କରିଥିଲେ ହେଲେ ବୁଦ୍ଧି ତାଙ୍କର କମ୍ ଥିଲା । ଏମିତି ଦିନେ ଚାରିସାଙ୍ଗ ଯାକ ବିଚାର କଲେ ଯେ ଆମେ ଆଉ ଏ ଗ୍ରାମରେ ରହି କ’ଣ କରିବା ।...

Read More

ହିତୋପଦେଶ

 ହିତୋପଦେଶ କାହାଣୀ ଗୁଡିକ ବହୁ ପୁରାତନ କାଳର କାହାଣୀ, ଯାହାକି ଆମର କୋମଳମତି ଶିଶୁମାନଙ୍କର ଜୀବନ ଯାପନ ପ୍ରଣାଳୀକୁ ସୁମାର୍ଗରେ ପରିଚାଳିତ କରିବାକୁ ନିର୍ଦେଶ ଦିଏ । ଏହି ହିତୋପଦେଶ କାହାଣୀ ଗୁଡିକ ଇଣ୍ଡିଆର ବୃହତ୍ କଥା ସାହିତ୍ୟର ମାନ୍ୟତା ଲାଭ କରିପାରିଛି । ଏହାକୁ ବାଦ୍ ଦେଲେ ଇଣ୍ଡିୟ ସାହିତ୍ୟରେ ଆହୁରି କେତେକ କଥା ସାହିତ୍ୟ ପରିଲକ୍ଷିତ ହୁଏ । ଯେମିତିକି...

Read More

ସନ୍ନ୍ୟାସୀ ଏବଂ ମୂଷା

ଗୋଟିଏ ଜଂଗଲରେ ଜଣେ ସନ୍ନ୍ୟାସୀ ବାସ କରୁଥିଲେ । ସେ ଯେପରି ଧାର୍ମିକ ଥିଲେ, ସେହିପରି ନୀତିନିଷ୍ଠ ଥିଲେ । ଦିନେ ସନ୍ନ୍ୟାସୀ ଜଣକ ତପସ୍ୟା କରୁଥିବା ସମୟରେ ହଠାତ୍ ତାଙ୍କ ସାମ୍ନାରେ ଏକ ମୂଷା ଆକାଶ ମାର୍ଗରୁ ଖସି ପଡିଲା । ଫଳରେ ସନ୍ନ୍ୟାସୀଙ୍କର ତପସ୍ୟା ଭଂଗ ହେଲାପରେ ସେ ଆକାଶ ମାର୍ଗକୁ ଚାହିଁଲେ । ଆକାଶ ମାର୍ଗରୁ ସେ ଏକ କୁଆକୁ ଦେଖିଲେ । କୁଆକୁ ଦେଖି...

Read More

କୁଆ ଏବଂ କଳାନାଗ

ଘଂଚ ଜଙ୍ଗଲ ମଧ୍ୟରେ ଏକ ବିରାଟ ବରଗଛ ଥିଲା । ସେହି ବର ଗଛରେ ଥିବା କୋରଡ ମଧ୍ୟରେ ଏକ କୁଆ ଦମ୍ପତ୍ତି ବାସ କରୁଥିଲେ । ଏଇଗଛ ପାଖରେ ଏକ କଳା ଗୋଖର ସାପ ବାସ କରୁଥାଏ । କିଛି ଦିନ ପରେ କୁଆଟି ତା’ର ବସାରେ ଡିମ୍ବ ଦେଲା । ଦୁଷ୍ଟ ଗୋଖର ସାପଟି ଏହା ଜାଣିପାରି କୁଆ ବସାରେ ପଶି ତା’ର ଡିମ୍ବକୁ ନଷ୍ଟ କରିଦେଲା । ସାପଟି ଏହିପରି ଥରେ ନୁହେଁ ବାରମ୍ବାର କଲା । ସାପର...

Read More

ସିଂହ ଏବଂ ମୂଷା

ବହୁ ପୁରାକାଳର କଥା । ପର୍ବତର ପାଦଦେଶରେ ଥିବା ଏକ ଜଂଗଲରେ ସିଂହଟିଏ ବାସ କରୁଥିଲା । ଦିନେ ସେ ତାର ଗୁମ୍ଫାରେ ଗାଢ ନିଦରେ ଶୋଇଥାଏ । ହଠାତ୍ ଗୋଟିଏ ମୂଷା କେଉଁଆଡୁ ଆସି ସିଂହର ଶରୀର ଉପରେ ଚଢି ଡିଆଁ ଡେଇଁ କରୁଥାଏ । ମୂଷାର ଚଗଲାମୀରେ ସିଂହର ନିଦ ଭାଙ୍ଗିଗଲା । ସେ ଦେଖିଲା ମୂଷାଟି ତାର କେଶର ଗୁଡିକୁ କାମୁଡି କେତେ ଯାଗାରେ ଖଣ୍ଡିଆ ଖାବରା କରିଦେଇଛି । ସେ...

Read More

ବନ୍ଧୁତ୍ୱ

ରାମପୁର ଗାଆଁ ନିକଟରେ ଏକ ଛୋଟିଆ ଜଙ୍ଗଲ ଥାଏ । ସେହି ଜଙ୍ଗଲରେ ଗୋଟିଏ ହରିଣ ଏବଂ ଗୋଟିଏ କୁଆ ବାସ କରୁଥାଆନ୍ତି । ସେମାନଙ୍କ ମଧ୍ୟରେ ସଂପର୍କ ଏତେ ନିବିଡ ଥିଲା ଯେ, କେହି କାହାକୁ ପାଖଛଡା କରୁନଥାନ୍ତି । ଦିନେ ହରିଣକୁ ଦେଖି ଶୃଗାଳ ମନରେ ଲୋଭ ଜାତ ହେଲା । କେଉଁ ଉପାୟରେ ତାକୁ ମାରିବ ଚିନ୍ତା କଲା । ମନେ ମନେ ଭାବିଲା, ସତରେ ଏହି ହରିଣଟି କେତେ ହୃଷ୍ଟପୁଷ୍ଟ ଓ...

Read More

ବାଘ ଏବଂ ସୁବର୍ଣ୍ଣ କଙ୍କଣ

 ଥରେ ଜଣେ ବ୍ରାହ୍ମଣ ତୀର୍ଥ କରିବାପାଇଁ ବାହାରିଲା । ଯିବା ବାଟରେ ଏକ ବଡ ଜଙ୍ଗଲ ଅତିକ୍ରମ କରିବାକୁ ପଡିବ । ସେ ଜଙ୍ଗଲରେ କିଛି ବାଟ ଯିବାପରେ ଦେଖିଲା ଗୋଟିଏ ବାଘ ଘାସ ଖାଉଛି । ବାଘଟି ହ୍ରଦ କୂଳରେ ବସିଥାଏ । ବାଘଟି ଘାସ ଖାଉଥିବାର ଦେଖି ବ୍ରାହ୍ମଣକୁ ଆଶ୍ଚର୍ଯ୍ୟ ଲାଗିଲା । ଯିଏ ସବୁବେଳେ ଜୀବଜନ୍ତୁ ମାରି ଖାଇବା କଥା, ସେ ପୁଣି ଘାସ ଖାଉଛି । ପୁଣି ବାଘ ହାତରେ...

Read More

ଶାଗୁଣା ଏବଂ ବିରାଡି

 ଗୋଟିଏ ନଦୀ କୂଳରେ ଏକ ବିରାଟ ବରଗଛ ଥିଲା । ସେହି ବରଗଛର କୋରଡରେ ଏକ ଶାଗୁଣା ବାସ କରୁଥିଲା । ଶାଗୁଣାଟି ବୁଢା ହୋଇଯାଇଥିବାରୁ ତାର ଆଖିକୁ କିଛି ଦେଖା ଯାଉ ନଥିଲା । ତେଣୁ ସେ ଖାଦ୍ୟ ସଂଗ୍ରହ କରିବାକୁ ବାହାରକୁ ଯାଇ ପାରେ ନାହିଁ । ସେହି ଗଛରେ ଆହୁରି ଅନେକ ପକ୍ଷୀ ବାସ କରୁଥାଆନ୍ତି । ସେହି ପକ୍ଷୀମାନେ ପ୍ରତିଦିନ ଖାଦ୍ୟ ସଂଗ୍ରହ କରିବାକୁ ଯାଆନ୍ତି । ବୁଢା...

Read More

ପକ୍ଷୀ ଏବଂ ମାଙ୍କଡ କଥା

 ଗୋଟିଏ ନଦୀ କୂଳରେ ଏକ ବିରାଟ ବୃକ୍ଷ ଥାଏ । ସେହି ବୃକ୍ଷ ଡାଳରେ ଅନେକ ପକ୍ଷୀ ବସା ବାନ୍ଧି ରହିଥାଆନ୍ତି । ପ୍ରତ୍ୟହ ସକାଳେ ଖାଦ୍ୟ ସଂଗ୍ରହ କରିବାକୁ ଯାଆନ୍ତି । ସୂର୍ଯ୍ୟ ଅସ୍ତ ହେବା ପୂର୍ବରୁ ବସାକୁ ଫେରିଆସନ୍ତି । ବସାକୁ ଫେରିଆସିବା ପରେ କିଛି ସମୟ ପାଇଁ ନଦୀ କୂଳ ପକ୍ଷୀମାନଙ୍କର କଳରବରେ ମୁଖରିତ ହୋଇଉଠେ । ଏହି ନଦୀ କୂଳରେ ଏକ ଛୋଟିଆ ପାହାଡଟିଏ ଥାଏ ।...

Read More

କୁକୁର ଏବଂ ଗଧର କାହାଣୀ

ଗୋଟିଏ ଗ୍ରାମର ଶେଷ ମୁଣ୍ଡରେ ଧୋବାଟିଏ ବାସ କରୁଥିଲା । ଗ୍ରାମବାସୀମାନଙ୍କର ଲୁଗାପଟା ସଫା କରି ଦି’ପଇସା ରୋଜଗାର କରି ନିଜର ଗୁଜୁରାଣ ମେଂଟାଏ । ଧୋବା ତା’ର ଘରେ ଗୋଟେ କୁକୁର ଏବଂ ଗୋଟିଏ ଗଧ ପାଳିଥାଏ । ଜୀବ ଦୁଇଟି ମଧ୍ୟ ଧୋବାଟିକୁ ବେଶ୍ ମାନିଥାଆନ୍ତି । ଗଧ ଧୋବାର ଲୁଗାପଟା ନେବା ଆଣିବାରେ ସାହାଯ୍ୟ କରୁଥିଲାବେଳେ କୁକୁର ରାତିରେ ଚୋର ଜଗିବାପାଇଁ ନିୟୋଜିତ...

Read More

ନୀଳବର୍ଣ୍ଣ ଶୃଗାଳ କଥା

ଗୋଟିଏ ଗ୍ରାମକୁ ଲାଗି ଛୋଟିଆ ଜଙ୍ଗଲଟିଏ ଥାଏ । ସେହି ଜଂଗଲରେ ଏକ ଶୃଗାଳ ବାସ କରୁଥାଏ । ଦିନେ ସେ ଖାଦ୍ୟ ଅନ୍ୱେଷଣ କରୁ କରୁ ପାଖ ଗାଁ କୁ ଚାଲିଗଲା । ଗ୍ରାମ ମଧ୍ୟରେ ଏକ ଶୃଗାଳକୁ ଦେଖି ଗ୍ରାମର କୁକୁର ମାନେ ଉଚ୍ଚ ସ୍ୱରରେ ଭୁକିବାକୁ ଆରମ୍ଭ କଲେ, ଏବଂ ସେମାନଙ୍କର ମୁନିଆଁ ଦାନ୍ତରେ କାମୁଡିବାକୁ ଗୋଡାଇଲେ । ବିଚରା ଶୃଗାଳଟି କୁକୁର ମାନଙ୍କ ଦାଉରୁ ରକ୍ଷା ପାଇବା...

Read More

ବଳୁଆ କିଏ, ଡରୁଆ କିଏ?

ଅଗନା ଅଗନି ବନସ୍ତ ଭିତରେ ଗୋଟିଏ ବିରାଟ ପାହାଡ ଥିଲା । ସେ ପାହାଡଟା ଏତେବଡ ଥିଲାଯେ ତା’ର ଅଗ୍ର ଭାଗକୁ ଚାହିଁଲେ ତା’ର ଅଗ୍ରଭାଗ ଦିଶେନି । ଦିନେ ବଣର ରାଜା ସିଂହ ବନସାରା ଘୋଷଣା କରିଦେଲାଯେ- କୀଟ, ପତଙ୍ଗ, ପଶୁ, ପକ୍ଷୀ ଯିଏ ହଉନା କାହିଁକି ଯିଏ ପାହାଡର ଅଗ୍ରଭାଗରେ ଯାଇ ପହଁଚି ପାରିବ ସିଏ ତା’ର ମନ୍ତ୍ରୀ ହେବ । ସେଥିପାଇଁ ପଶୁ, ପକ୍ଷୀ ଓ କୀଟ ପତଙ୍ଗଙ୍କ...

Read More

କୁ-ସଙ୍ଗରୁ ବୁଦ୍ଧି ନାଶ

ଏକଦା ଶୁଦ୍ରାରଣ୍ୟରେ କର୍ପୂର ତିଳକ ନାମକ ଏକ ହାତୀ ବାସ କରୁଥିଲା । ତା’ର ବିଶାଳ ଶରୀର ଦେଖି ଶୃଗାଳମାନେ ବିଚାର କଲେ ଯଦି କୌଣସି ଉପାୟରେ ଏହି ହାତୀକୁ ମରାଯାଇ ପାରନ୍ତା ତେବେ ଏହାର ମାଂସକୁ ବହୁତ ଦିନ ପର୍ଯ୍ୟନ୍ତ ଖାଇ ବଂଚି ପାରନ୍ତେ । ତା’ଛଡା କ୍ଷୁଧା ନିବାରଣ ପାଇଁ ଆଉ ଖାଦ୍ୟ ଖୋଜିବାକୁ ପଡନ୍ତା ନାହିଁ । ସେହି ଶୃଗାଳ ମାନଙ୍କ ମଧ୍ୟରୁ ଗୋଟିଏ ବୃଦ୍ଧ ଶୃଗାଳ...

Read More

ନିର୍ଭରତା ଶିଖ

ଜଣେ ସାଧୁ ପିଲାଦିନରୁ ଗୁରୁଙ୍କ ଆଶ୍ରମରେ ଲାଳିତ ପାଳିତ ହୋଇଥିଲେ । ସ୍ତ୍ରୀ ଦର୍ଶନ ତାଙ୍କ ଭାଗ୍ୟରେ କେବେ ଘଟି ନଥିଲା । ଦିନେ ଗୁରୁଦେବଙ୍କ ଆଦେଶରେ ସେ ନଗରକୁ ଯାଇ ଜଣେ ଗୃହସ୍ଥଙ୍କ ଘରେ ଭିକ୍ଷା ମାଗିଲେ । ଗୃହସ୍ଥଙ୍କ କନ୍ୟା ତାଙ୍କୁ ଭିକ୍ଷା ଦେବାକୁ ଆସିଲା । ଯୁବତୀର ବକ୍ଷରେ ସ୍ତନଭାର ଦେଖି ସାଧୁ ଅବାକ୍ ହୋଇ ସରଳ ଏବଂ ସ୍ପଷ୍ଟ ଭାବରେ ପଚାରିଲେ, “ମା’ ! ତୁମ...

Read More

ଚାରି ସଙ୍ଗାତ କଥା

 ଜଙ୍ଗଲ ମଧ୍ୟରେ ପୋଖରୀଟିଏ । କାଚକେନ୍ଦୁ ପରି ପାଣି । ସେଇ ପୋଖରୀରେ ରହୁଥିଲା ଗୋଟିଏ ବଡ କଇଁଛ । ପୋଖରୀ କୂଳରେ ଗୋଟିଏ ଝଙ୍କାଳିଆ ବରଗଛ ଏବଂ ତା’ ପାଖକୁ ଲାଗି ଘଂଚ ବୁଦା ସବୁ ଲମ୍ବିଯାଇଛି କିଛି ଦୂର । ସେଇ ବୁଦା ଭିତରେ ଘର କରି ରହିଥିଲେ ଦୁଇ ସାଙ୍ଗ-ମୂଷା ଏବଂ ଠେକୁଆ । ବରଗଛ ଉପରେ ବସା କରିଥିଲା କାଉଟିଏ । ଏ ଚାରିଙ୍କ ଭିତରେ ଭାରି ବନ୍ଧୁତା । କେହି କାହାକୁ...

Read More

ଗପ ସାରଣୀ

ତାଲିକାଭୁକ୍ତ ଗପ