ଘୋଡା ଓ ହରିଣର କଳି

ଜଙ୍ଗଲର ଗୋଟିଏ ଜାଗାରେ ଗୋଟିଏ ଘୋଡା ଘାସ ଖାଇ ରହିଥାଏ । ଦିନେ ସେ ଘୋଡା ଦେଖିଲା ଯେ ଗୋଟିଏ ହରିଣ ବି ଆସି ସେଠାରେ ଘାସ ଖାଉଛି । ଏପରି ପରିସ୍ଥିତିରେ ସେ ଘୋଡା ଯେତେ ଚେଷ୍ଟା କଲେ ବି ହରିଣକୁ ସେଠାରୁ ମୋଟେ ବାହାର କରି ପାରିଲା ନାହିଁ ।

                କିଛି ଦିନ ପରେ ଦିନେ ସେ ବାଟେ ଗୋଟିଏ ଲୋକ ଯାଉଥିଲା । ଠିକ୍ ଏତିକିବେଳେ ଘୋଡା ସେ ଲୋକକୁ ଡାକିଲା ଏବଂ ସେ ହରିଣକୁ ମାରି ଦେବାକୁ କହିଲା । ତହୁଁ ସେ ଲୋକଟି ଘୋଡାକୁ କହିଲା, “ତୋର ପିଠି ଉପରେ ବସି ଏ ହରିଣକୁ ମୁଁ ତ ଅତି ସହଜରେ ମାରିପାରିବି ।”

                ସେ ଲୋକଟିର ଏପରି କଥା ଘୋଡା ମନକୁ ବେଶ୍ ପାଇଲା ଓ ଏଥିରେ ଘୋଡା ବି ରାଜି ହୋଇଗଲା । ତାପରେ ସେ ଲୋକ ଘୋଡା ପିଠିରେ ବସି ଘୋଡାକୁ ବାଡେଇଲା ଓ ନିଜ ଘରକୁ ନେଇଗଲା । ପରିଶେଷରେ ଲୋକଟି ସେ ଘୋଡାକୁ ବାନ୍ଧି ନିଜ ଘରେ ରଖିଲା ।

ଦୁଇ ଜଣଙ୍କ କଳିରୁ ତୃତୀୟ ବ୍ୟକ୍ତିର ଲାଭ ।


ଗପ ସାରଣୀ

ତାଲିକାଭୁକ୍ତ ଗପ