ଦୟା, କ୍ଷମା ଓ ସେବା ହିଁ ପ୍ରତ୍ୟେକ ଧର୍ମର ମୂଳତତ୍ତ୍ୱ

ଦୟାକ୍ଷମା ସେବା ପରୋପକାର ତ ପ୍ରତ୍ୟେକ ଧର୍ମର ଅସଲତତ୍ତ୍ୱ

    ଏହିକଥା ମନେ ରଖି ନିଜ ନିଜ ଧର୍ମକୁ ପ୍ରଚାର କର ସତତ ।

    କୁସଂସ୍କାର ଅନ୍ଧବିଶ୍ୱାସ ସମାଜୁ ହଟାଇବା ପାଇଁ ହେଲେ ଉଦ୍ୟମ

    ଆମ ସମାଜରେ ଧର୍ମର ମହତ୍ତ୍ୱ ଅଚିରେ ହୋଇବ ପ୍ରତିପାଦନ ।

ସମ୍ରାଟ୍ ଅଶୋକ କଳିଙ୍ଗଯୁଦ୍ଧର ଭୟାନକ ଦୃଶ୍ୟ ଦେଖି ବିଚଳିତ ହୋଇଯାଇଥିଲେ । ତାଙ୍କୁ ସବୁଠାରୁ ଅଧିକ ବିଚଳିତ କରିଥିଲା ଜଣେ ବୃଦ୍ଧା ତା’ର ପୁଅର ଜୀବନଭିକ୍ଷା କରିବା ପ୍ରସଂଗରେ । ବୃଦ୍ଧା ଦାବି କରିଥିଲା, ଯଦି ନରେଶ ଜଣକର ଜୀବନ ଦାନ କରିପାରିବେ ନାହିଁ, ତେବେ ସେ କେଉଁ ଅଧିକାରରେ ହଜାର ହଜାର କଳିଙ୍ଗ ସେନାଙ୍କର ପ୍ରାଣ ନେଇଗଲେ । ଠିକ୍ ଏହିକଥାରେ ଅଶୋକଙ୍କର କଠିନ ହୃଦୟ ହଠାତ୍ ତରଳିଗଲା । ତା’ପରେ ସେ ଚିନ୍ତାକଲେ ମଣିଷର ହୃଦୟକୁ ଜୟ କରିପାରିଲେ ହିଁ ପ୍ରକୃତ ଜୟହେବ, ମାତ୍ର ତରବାରୀର ଜୟ ପ୍ରକୃତ ଜୟ ନୁହେଁ । ସୁତରାଂ ଏହି ମନ୍ତ୍ରରେ ଅଭିମନ୍ତ୍ରିତ ହୋଇ ଅଶୋକ ସେଦିନ ବୌଦ୍ଧଧର୍ମ ଗ୍ରହଣ କରି ଚଣ୍ଡାଶୋକରୁ ଧର୍ମାଶୋକ ପାଲଟି ଯାଇଥିଲେ । ତେବେ ସେଇଠି କଥା ସରିଯାଇନଥିଲା । ସେ ବୌଦ୍ଧଧର୍ମର ପ୍ରଚାର ତଥା ପ୍ରସାର ଘଟାଇବା ପାଇଁ ନିଜ କନ୍ୟା ସଂଘମିତ୍ରାଙ୍କୁ ଶ୍ରୀଲଙ୍କା ପଠାଇଥିଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ