ରାମପୁରର ରାମ

ରାମପୁରର ରାମର ସୀତାପୁରର ସୀତାରାମ ସହିତ କିଛି କାମଥିଲା । ସକାଳୁ ଚାଲିଚାଲି ଦ୍ୱିପ୍ରହରବେଳକୁ ସେ ଯାଇ ଲକ୍ଷ୍ମଣପୁରରେ ପହଁଚିଲା । ଖରାରେ ଚାଲୁଛି, ପୁଣି ଭୋକରେ ତା’ର ହଂସା ଉଡିଲାଣି, ସେ ରାସ୍ତାରେ ଘରଟିଏ ଦେଖି ପିଣ୍ଡା ଉପରକୁ ଉଠିଯାଇ ବସିପଡି ଥକା ମାରିଲା । ସେ ଘରର ଯୁବକଟିଏ ବାହାରି ଆସିଲେ; ରାମ କହିଲା, “ପୁଅ, ବଡ ଖରାରେ ଚାଲିଚାଲି କ୍ଳାନ୍ତ ହୋଇ ପଡିଛି । ଘରେ ପଚାର କିଛି ଖାଇବାକୁ ଦେଇ ପାରିବେ କି? ଭୋକରେ ମୋ ପେଟ ଜଳୁଛି । ଆଉ ଚାଲି ପାରୁ ନାହିଁ ।”

ରାମ ଜାଣି ନଥିଲା ଯେ ସେ ଘରର ପ୍ରାୟ ସମସ୍ତେ କାଲା । ଯୁବକ ଦୁମ୍ ଦୁମ୍ ହୋଇ ଘର ଭିତରକୁ ପଶିଯାଇ ତା’ର ବିବାହଯୋଗ୍ୟ ଭଉଣୀକୁ ଚିତ୍କାର କରି ଗାଳିଦେଇ କହିଲା, “କେଉଁଠୁ ଜଣେ ଲୋକ ଆସି କହୁଛି ଯେ ତୁ ତାକୁ ବିବାହ କରିବାକୁ କଥା ଦେଇଛୁ? କିଏ ସେ ଲୋକ? ଆମ ପିଣ୍ଡା ମାଡି ବସି ଦାବୀ କରୁଛି । ଏକଥା ଗ୍ରାମରେ ପ୍ରଘଟ ହେଲେ ଆମେ କ’ଣ ଆଉ କାହାକୁ ମୁହଁ ଦେଖାଇ ପାରିବୁ? ଛି, ଛି, ଶେଷକୁ ଏହି କଳଙ୍କ ରଟାଇଲୁ?”

ଭଉଣୀ ଭାଇକଥା କିଛି ଶୁଣି ନପାରି ରାଗି ଯାଇ ବାପା ପାଖକୁ ଗଲା । କହିଲା, “ବାପା, ସବୁବେଳେ ଭାଇ ମୋ ସହିତ କଳି କରୁଛି । କହୁଛି, ତୁମ ସମ୍ପତ୍ତିରୁ ମୋତେ କାଣୀ କଉଡିଟିଏ ସୁଦ୍ଧା ମିଳିବ ନାହିଁ । ଇଏ କିପରି ନ୍ୟାୟ । ମୋତେ ମା’ ଦଶମାସ ପେଟରେ ଧରିଛି ନା ନାହିଁ? ମୁଁ ତୁମ ଝିଅ ନା ନାହିଁ? ଏବେ ତ ନିୟମ ହୋଇଯାଇଛି ସମ୍ପତ୍ତିରେ ଝିଅର ମଧ୍ୟ ଦାବୀ ଅଛି । ମୁଁ ଥାନାରେ କହି ତୁମ ପୁଅକୁ ରାସ୍ତା ଉପରେ ପିଟାଇବି । ତୁମେ ତୁମ ପୁଅକୁ ଏଥର ବୁଝାଅ ।”

ବାପ ସେଠାରେ କରୁଥିବା କାମ ଛାଡି ଦେଇ ଚଟ୍କରି ଯାଇ କୂଅମୂଳେ ପାଣି କାଢୁଥିବା ତା’ସ୍ତ୍ରୀକୁ ଦୁଇଚାରି ଚାପଡ ମାରି କହିଲା, “ଆଲୋ, ପିଶାଚୀ, ତୋ ଝିଅ ହାତରେ କହି ପଠାଇଲୁ କି ତୁ ଆଜି ରାନ୍ଧିବୁ ନାହିଁ ଓ ମୋତେ ଉପବାସ ରଖାଇବୁ? ଭାବିଛୁ ତୋ ହାତରେ ଖାଇବାକୁ ମୁଁ କ’ଣ ଅନାଇ ବସିଛି? ଛି, ଛି, ଯାହା ତ ରାନ୍ଧୁ ତାକୁ ମଣିଷ ଖାଏ? ଋାନ୍ଧି ଆସେ ତୋତେ? ତୋତେ ବାହା ହୋଇ ନାହିଁ ଯେ ନିଜ ଗଳାରେ ଫାଶଟିଏ ଆଣି ପକାଇଛି ।” ଆହୁରି ଅନେକ କିଛି ସେ ଗାଳି ଦେଇଗଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ