କଠିନ ସମସ୍ୟାର ମୁକାବିଲା କର

ଏକଦା ବାଳଗଙ୍ଗାଧର ତିଳକ ଗୋଟିଏ ସଭାରେ ଭାଷଣ ଦେଉଥାନ୍ତି । ସେତେବେଳେ ତ ଆମ ଦେଶରେ ଗୋରା ସରକାରଙ୍କ ଶାସନ ଚାଲିଥାଏ । ସୁତରାଂ ଏ ସଭାକୁ ଇଂରେଜମାନେ ଭଣ୍ଡୁର କରିବା ପାଇଁ ଚାହୁଁଥିଲେ । ତେଣୁ ସେମାନେ ଭଡାଟିଆ ଗୁଣ୍ଡା ଲଗାଇ ସେ ସଭା ଉପରକୁ ଟେକା, ପଥର ଆଦି ଫିଙ୍ଗିଲେ ।

                ହେଲେ ତିଳକ ପୂର୍ବଭଳି ନିର୍ବିକାର ଭାବରେ ଠିଆହୋଇ ରହିଥାନ୍ତି । କିଛି ସମୟ ଗଣ୍ଡଗୋଳ କଲା ପରେ ସେମାନେ ତଥା ଗଣ୍ଡଗୋଳକାରୀମାନେ ବାଧ୍ୟ ହୋଇ ଶାନ୍ତ ପଡିଗଲେ । ତା’ପରେ ତିଳକଙ୍କର ଭାଷଣ ପୂର୍ବଭଳି ପୁଣି ଚାଲିଲା । ଅତି ନିର୍ଭୀକତାର ସହିତ ସେଦିନର ସେ ଭାଷଣ ଶେଷ ହେଲା ।

ଏହି ଘଟଣାରୁ ଉପସ୍ଥିତ ଜନତା ବୁଝିଗଲେ ଯେ, ବିପଦବେଳେ ଭୟଭୀତ ନ ହୋଇ ଧୈର୍ଯ୍ୟ ଧରି ତା’ର ମୁକାବିଲା କରିବା ଉଚିତ । ଏହିଭଳି କାର୍ଯ୍ୟ କେବଳ ବିଜ୍ଞ ଲୋକ ହିଁ କରିଥାଏ, ଯାହା କି ତିଳକ ସେଦିନ କରିଥିଲେ । ସଭା ଶେଷରେ ଗଣ୍ଡଗୋଳକାରୀମାନେ ସିନା ଶାନ୍ତ ହୋଇ ଆପଣା ଆପଣା ଘରକୁ ଫେରିଲେ, ମାତ୍ର ତିଳକ ଟେକା ପଥର ମାଡଖାଇ ଜଖମ ହୋଇଥିଲେ ମଧ୍ୟ ତାଙ୍କର ସତେ ଯେପରି କିଛି ହୋଇନଥିଲା ଭଳି ସେ ଅଭିନୟ କରି ସେଠାରୁ ଫେରିଲେ ।

ମାନସିକ ସନ୍ତୁଳନ ହେଉଛି ମଣିଷର ବଡ ସମ୍ପତ୍ତି । ଉତ୍ତେଜନା ସୃଷ୍ଟିକାରୀ ପରିସ୍ଥିତିରେ ମୁହାଁମୁହିଁ ହେବାପାଇଁ ଏହା ସବୁଠାରୁ ଶ୍ରେଷ୍ଠ ଉପଚାର, ଯାହା କି କେବଳ ବିଜ୍ଞ ଲୋକମାନେ ହିଁ ଠିକଣା ବେଳରେ କାମରେ ଲଗାଇଥାଆନ୍ତି ।

ସେଥିଲାଗି ତ କୁହାଯାଇଛି –

 “କୌଣସି ସମସ୍ୟା ଆସିଲେ ତକ୍ଷଣେ ମୁକାବିଲା କର ସାହସ ଧରି

ଏହି ନୀତି ମାନି ଚଳୁଥିଲେ ସଦା କଠିନ ସମସ୍ୟା ପାରିବା ଟାଳି ।”


ଗପ ସାରଣୀ

ତାଲିକାଭୁକ୍ତ ଗପ