ଷଡଯନ୍ତ୍ରର ସୁଫଳ

ଅମିରୁ ଆଲାମ ସହରର ସୁଲତାନ୍ ଥିଲେ । ତାଙ୍କ ଦରବାରରେ ଦଶଜଣ ଉଜୀର୍ ଥିଲେ । କିନ୍ତୁ ସେମାନେ ସଦାବେଳେ ସୁଲତାନ୍ଙ୍କ ଅଜାଣତରେ ଲୋକଙ୍କ ଉପରେ ଅତ୍ୟାଚାର କରି ଅନେକ ଧନସମ୍ପତ୍ତି ଠକି ଖାଉଥିଲେ । ଅବଶେଷରେ ପଡୋଶୀ ରାଜ୍ୟର ସୁଲତାନ୍ ଯେତେବେଳେ ରାଜ୍ୟ ଆକ୍ରମଣ କଲେ, ସେତେବେଳେ ଏଇ ବିଶ୍ୱାସଘାତକ ଉଜୀରମାନେ ଗୁପ୍ତରେ ପଡୋଶୀ ରାଜ୍ୟକୁ ସାହାଯ୍ୟ କଲେ । ତେଣୁ ଅନାୟାସରେ ପଡୋଶୀ ରାଜ୍ୟର ସୁଲତାନ୍ ଅମିରୁଙ୍କ ଦୁର୍ଗ ଦଖଲ କଲେ । ସେଇ ଗୋଳମାଳ ଭିତରେ ସୁଲତାନ୍ ଅମିରୁ ନିଜର ସ୍ତ୍ରୀ ଓ ଶିଶୁପୁତ୍ରକୁ ଧରି ଏକ ଗୁପ୍ତଦ୍ୱାର ବାଟ ଦେଇ ଦୁର୍ଗ ମଧ୍ୟରେ ଥିବା ଶତ୍ରୁମାନଙ୍କ କବଳରୁ ମୁକ୍ତ ହୋଇ ପଳାୟନ କଲେ ।

                ବାଟରେ ବଣ ରାସ୍ତାରେ ଯାଉ ଯାଉ ଅନେକ ଦୂର ପରେ ହଠାତ୍ ସୁଲତାନ୍ କୌଣସି ଶବ୍ଦ ଶୁଣି ପାରିଲେ । କାନପାରି ଜାଣିଲେ ଅଦୂରରେ ଅନେକ ଲୋକ ଘୋଡାରେ ବସି ଆସୁଛନ୍ତି । ଶତ୍ରୁଦଳର ଲୋକ ଆସୁଛନ୍ତି ଭାବି ସେ ତରବରରେ ଶିଶୁପୁତ୍ରକୁ ରାସ୍ତାକଡର ଗୋଟିଏ ଗଛମୂଳେ ଶୁଆଇ ଦେଇ ପାଖ ପାହାଡ ଖୋଲରେ ଯାଇ ଲୁଚି ରହିଲେ । ରାଣୀ ପୁଅ ପାଇଁ ଦୁଃଖ କରିବାରୁ ସୁଲତାନ୍ କହିଲେ, “ଦେଖ ଆମ ପାଖରେ ଛୁଆ ଥିଲେ ତା’ର କାନ୍ଦ ଶତୃଦଳକୁ ବା ଡାକୁଦଳକୁ ଆକର୍ଷଣ କରିବ । କିନ୍ତୁ ଛୋଟ ପିଲାଟାକୁ ଦେଖି କେହି ହୁଏ ତ ତାକୁ ମାରିବେ ନାହିଁ ।”

                କିଛି ସମୟ ପରେ ଘୋଡାସବାର ଦଳ ଆସିଲେ । ସେମାନେ ସୈନିକ ନଥିଲେ, ବରଂ ଏକ କୁଖ୍ୟାତ ଡାକୁଦଳ ଥିଲେ । ଦଳର ମୁଖ୍ୟ ଏଇ ଛୋଟ ଶିଶୁଟିକୁ ନିର୍ଜନ ଜଙ୍ଗଲ ପ୍ରଦେଶରେ ଦେଖି ଖୁବ୍ ଖୁସି ହୋଇଗଲା । ତା’ପରେ ଛୁଆଟିକୁ ଉଠାଇ ନେଇ ସେମାନେ ତାଙ୍କ ରାସ୍ତାରେ ଚାଲିଗଲେ ।

                ଛୁଆକୁ ହରାଇ ବେଗମ୍ କାନ୍ଦିବାରେ ଲାଗିଲେ । ସୁଲତାନ୍ ବେଗମଙ୍କୁ ବୁଝାଇବାକୁ ଯାଇ କହିଲେ, “କାହିଁକି ଆଉ କାନ୍ଦୁଛ?” କେହି କାହା ଜୀବନର ମାଲିକ ନୁହେଁ । ଆମର ଏବେ ଯେଉଁପରି ଅବସ୍ଥା ହୋଇଛି ଆମେ ଯେ କେତେଦିନ ବଂଚିବା ବା ରାସ୍ତାରେ ମରିବା କିଛି ଜଣାନାହିଁ । ଯଦି ସେମାନେ ଛୁଆକୁ ନେଇଗଲେ ଅନ୍ତତଃ ସେ ତ ବଂଚିବାର କିଛି ସମ୍ଭାବନା ଅଛି । ଆସ ଆମେ ଦୁହେଁ ଆଲ୍ଲାଙ୍କୁ ପ୍ରାର୍ଥନା କରିବା, ଯେପରି ଆମ ପୁଅର ଦୀର୍ଘଜୀବନ ହେଉ ଓ ପରେ ଆମ ସହିତ ସେ ମିଳିତ ହେଉ ।

                ଦୁହେଁ ପ୍ରାର୍ଥନା କରି ସାରିବା ପରେ ଦୀର୍ଘ ପଥ ଅତିକ୍ରମ କରି ଅନେକ ଦିନ ପରେ କୌଣସି ଏକ ବନ୍ଧୁରାଜାଙ୍କ ରାଜ୍ୟରେ ଯାଇ ପହଁଚିଲେ ଓ ସେଠାରେ ସେମାନେ ଆଶ୍ରୟ ନେଲେ । ସେ ରାଜା ଖୁବ୍ ଶକ୍ତିଶାଳୀ ଥିଲେ । ସେଠାରେ ସେମାନେ ଅନେକ ବର୍ଷ ରହିବା ପରେ ସେହି ରାଜାଙ୍କର ସୈନ୍ୟସାମନ୍ତ ଧରି ଦିନେ ଶତ୍ରୁକବଳିତ ନିଜ ରାଜ୍ୟକୁ ଆକ୍ରମଣ କଲେ । ଫଳରେ ଯୁଦ୍ଧ ହେଲା । ସୁଲତାନ୍ ବିଜୟ ଲାଭ କରି ନିଜ ରାଜ୍ୟ ପୁନଃ ଫେରି ପାଇଲେ ଓ ବେଗମଙ୍କ ସହିତ ସେ ଆନନ୍ଦରେ ରହିଲେ ।

                କିଛିଦିନ ଉତାରୁ ଥରେ ଏକ ବଡ ଡକାୟତ ଦଳ ଧରା ପଡିଲେ । ସେମାନଙ୍କର ଆଗରୁ ଅନେକ ଅସାମାଜିକ କାମ ସକାଶେ ବଦନାମ ଥିଲା । ଆଉ କେହିବି ତାଙ୍କୁ ଧରି ପାରୁ ନଥିଲେ । ଏବେ ସେମାନେ ଧରା ପଡିବାରୁ ସୁଲତାନ୍ ସମସ୍ତିଙ୍କୁ ମୃତ୍ୟୁ ଦଣ୍ଡର ଆଦେଶ ଦେଲେ ।

                ପରଦିନ ମୃତ୍ୟୁଦଣ୍ଡ ଦେବା ପୂର୍ବରୁ ରାଜା ସବୁ ବନ୍ଦୀମାନଙ୍କୁ ଦେଖିବାକୁ ଗଲେ । ସେଠାରେ ଜଣେ ଯୁବକ ଡାକୁର ଚେହେରା ଓ ବ୍ୟବହାରରେ ଅତ୍ୟନ୍ତ ପ୍ରିତ ହୋଇ ସୁଲତାନ୍ ତାକୁ ମୃତ୍ୟୁ ଦଣ୍ଡରୁ ଅବ୍ୟାହତି ଦେଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ