ମୃତ୍ୟୁକୁ ଭୟ କାହିଁକି?

ଗୋଟିଏ ରାଜ୍ୟରେ ଜଣେ ରାଜା ଥିଲେ । ସେ ଅତ୍ୟନ୍ତ ପ୍ରଜାବସିଳ ଥିଲେ । ସୁତରାଂ ପ୍ରଜାମାନେ ବି ତାଙ୍କୁ ଦେବତା ଭଳି ପୂଜା କରୁଥିଲେ । ରାଜ୍ୟରେ ଚୋରି, ଡକାୟତି, ହିଂସା ଆଦି କିଛି ନଥିଲା ।

       ହେଲେ ରାଜାଙ୍କ ମନରେ ଭାରି ଦୁଃଖଥିଲା । କାରଣ ସେ ମୃତ୍ୟୁକୁ ଭାରି ଡରୁଥିଲେ । ରାଜା ପ୍ରତି ମୁହୂର୍ତରେ ଭାବୁଥିଲେ ଯେ ମୃତ୍ୟୁ ଆସି ପହଂଚିଯିବ । ସେଥିପାଇଁ ସେ ଭୟରେ ଚମକି ପଡୁଥିଲେ ।

       ମହାମନ୍ତ୍ରୀ ଯେତେ ଚେଷ୍ଟା କଲେ ବି ରାଜାଙ୍କ ମନରୁ ମୃତ୍ୟୁ ଭୟ ଦୂର କରି ପାରିଲେ ନାହିଁ ।

       ଥରେ ସେହି ରାଜ୍ୟକୁ ଜଣେ ସାଧୁବାବା ଆସିଲେ । ସେ ସମସ୍ତ ପ୍ରକାର ଜଟିଳ ସମସ୍ୟାର ସମାଧାନ କରିପାରୁଥିବା ଜାଣି ମହାମନ୍ତ୍ରୀ ରାଜାଙ୍କୁ ନେଇ ସାଧୁବାବାଙ୍କ ପାଖରେ ପହଂଚିଗଲେ । ମନ୍ତ୍ରୀଙ୍କ ଠାରୁ ସବୁକଥା ଶୁଣିଲା ପରେ ସାଧୁବାବା ମନ୍ତ୍ରୀଙ୍କ କାନରେ କ’ଣ ଫୁସ୍ ଫୁସ୍ କରି କହିଦେଲେ ଓ ରାଜାଙ୍କୁ ଏକ ମିଠାଜାତୀୟ ପଦାର୍ଥ ଖାଇବାକୁ ଦେଇ ବିଦା କରିଦେଲେ ।

       ରାଜା ମନ୍ତ୍ରୀଙ୍କ ସହିତ ରଥରେ ବସି ଫେରୁଥାନ୍ତି । ହଠାତ୍ ବାଟରେ ରାଜାଙ୍କର ପେଟବ୍ୟଥା ଆରମ୍ଭ ହୋଇଗଲା । ପେଟବ୍ୟଥା କ୍ରମଶଃ ବଢିଯିବାରୁ ରାଜା ରଥ ଅଟକାଇବା ପାଇଁ କହିଲେ । ମାତ୍ର ମନ୍ତ୍ରୀ ଯେତେବେଳେ ଜାଣିଗଲେଯେ, ରାଜା ଝାଡା ଯିବା ଲାଗି ରଥ ଅଟକାଇବାକୁ କହୁଛନ୍ତି,ସେ ଆଗରେ ଥିବା ପୋଖରୀ ପାଖରେ ଅଟକାଇବା ପାଇଁ କହି ରଥକୁ ଅତି ଦ୍ରୁତଗତିରେ ଚଳାଇବାପାଇଁ ନିର୍ଦ୍ଧେଶ ଦେଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ