ଗଧ ମନେ ମନେ ଠାକୁର

ଠାକୁରଙ୍କର ମୂର୍ତ୍ତିକୁ ଗୋଟିଏ ଜାଗାରୁ ଅନ୍ୟ ଗୋଟିଏ ଜାଗାକୁ ନେବାର ଥିଲା । ସେଥିପାଇଁ ସେ ମୂର୍ତ୍ତିକୁ ଗଧ ପିଠି ଉପରେ ରଖି ନିଆଗଲା । ରାସ୍ତାରେ ଖାଲି ଲୋକମାନେ ସେ ମୂର୍ତ୍ତିକୁ ନମସ୍କାର କରୁଥାନ୍ତି । କିଛିବାଟ ଗଲାପରେ ଗଧ ଭାବିଲା ଯେ ତାକୁ ଲୋକମାନେ ନମସ୍କାର କରୁଛନ୍ତି । ଏହା ଭାବି ତା’ର ମନ ଗର୍ବରେ ଫୁଲିଗଲା । କିଛି ସମୟ ପରେ ସେ ଗଧ ଆଉ ତା’ ମାଲିକର କଥାବି ମାନିଲା ନାହିଁ ଓ କେବଳ ରାସ୍ତାରେ ଛିଡା ହୋଇ ରହିଲା । ମାଲିକ ହଠାତ୍ ରାଗିଯାଇ ସେ ଗଧକୁ ଗୋଟିଏ ବାଡିରେ ବହୁତ ବାଡେଇଲା, ମାଡ ଖାଇ ଗଧର ହେତୁ ପଶିଲା ଯେ ଲୋକମାନେ ତାକୁ ନୁହେଁ, ବରଂ ତାର ପିଠି ଉପରେ ଥିବା ଠାକୁରଙ୍କୁ ହିଁ ନମସ୍କାର କରୁଛନ୍ତି ।

ଭ୍ରାନ୍ତି ବିନାଶର ହିଁ କାରଣ ଅଟେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ