ଉପସ୍ଥିତ ବୁଦ୍ଧି

ଗୋଟିଏ ଗଧ ଖୋଲା ପଡିଆରେ ଉଠିଥିବା କୋମଳ ଘାସ ଚରୁ ଥିଲା । ଅଚାନକ ଯେତେ ବେଳେ ସେ ମୁଣ୍ଡ ଉଠାଇଲା, ଆଉ ଦେଖିଲା ଗୋଟିଏ ବାଘ ତା ଆଡକୁ ମାଡି ଆସୁଛି । ଗଧ ଦେଖିଲା ଯେ ଆଉ ପ୍ରାଣ ବଂଚାଇବା ତା ପକ୍ଷରେ ଖୁବ୍ କଷ୍ଟକର ପାଠ । ବାଘ ସାମନାରେ ଦୌଡି ପଳାଇବା ଅସମ୍ଭବ । ତେଣୁ ସେ ଏଭଳି ପରିସ୍ଥିତିରେ କ’ଣ କରିବ? ଜୀବନ ବଂଚାଇବ କେମିତି । କଥାରେ ଅଛି “ଅକଲ ବଡୀ ୟା ଭୈଁସ୍” । ସେହି କଥାକୁ କାମରେ ଲଗାଇବ ଯେ ବୁଦ୍ଧି ଦ୍ୱାରା ବଳକୁ ନୀଚ୍ଚ ଦେଖାଇବ ଆଉ ବାଘକୁ ବୋକା ବନାଇବ ।

                ଏବେ ସେ ଗଧଟି ପଛ ଗୋଡକୁ ଟେକି ଟେକି ଛୋଟେଇ ଛୋଟେଇ ଚାଲିବାକୁ ଆରମ୍ଭ କଲା । ବାଘଟି ଗଧ ପାଖରେ ପହଁଚି କହିଲା, ‘ଆରେ ଭାଇ ଗଧ, ତୁ କାହିଁକି ଛୋଟେଇ ଛୋଟେଇ ଚାଲୁଛୁ?’

                କ’ଣ ଆଉ କହିବି ସରକାର । ଦୌଡିବା ସମୟରେ ଗୋଟିଏ ବଡ, ମୋଟା କଂଟା ମୋର ଗୋଡରେ ଫୁଟି ଯାଇଛି । ସେଥି ପାଇଁ ଗୋଡରେ ବହୁତ କଷ୍ଟ ହେଉଛି । ଚାଲି ହେଉ ନାହିଁ । ଫଳରେ ଛୋଟେଇ ଛୋଟେଇ ବହୁତ କଷ୍ଟରେ ଚାଲୁଛି । ବାଘ କହିଲା ତା’ପରେ । ଗଧ କହିଲା ଯଦି ତୁମେ ମୋତେ ଖାଇବାର ବିଚାର କରି ଥାଅ, ତ ପ୍ରଥମେ ସେହି କଂଟାକୁ ବାହାର କର । କାହିଁକି ନା ମୋତେ ଖାଇଲା ବେଳେ ଏହି କଂଟା ତୁମ ଗଳାରେ ଅଟକି ଯିବ । ଆଉ ତୁମେ କଂଟା ଯନ୍ତ୍ରଣାରେ ପ୍ରାଣ ବିସର୍ଜନ କରିବ ।

                ବାଘକୁ ଗଧର କଥା ମନକୁ ପାଇଲା । ସେ ଗଧର ଛୋଟା ଗୋଡକୁ ଯାଂଚ କଲା ବେଳେ ଗଧ ନିଜର ସମସ୍ତ ଶକ୍ତି ପ୍ରୟୋଗ କରି ଗୋଟିଏ ଗୋଇଠା ମାରିଲା ବାଘର ଥୋମଣୀକୁ । ବାଘ ତା’ର ଶକ୍ତ ଗୋଇଠାରେ ଆଘାତ ପ୍ରାପ୍ତ ହୋଇ ତଳେ ଅଚେତ ହୋଇ ପଡି ଗଲା । ଏହି ସୁଯୋଗରେ ଗଧ ନିଜର ଯେତେ ବେଗ ଥିଲା ସେତେ ବେଗରେ ସେଠାରୁ ଦୌଡି ପଳାଇ ଗଲା । ବାଘର ଯେତେ ବେଳେ ଚେତା ଫେରିଲା ସେ ଦେଖିଲା ବିଲ ଭିତରେ ରକ୍ତ ଯୁଡୁ ବୁଡୁ ଅବସ୍ଥାରେ ସେ ପଡି ରହିଛି । ତାହାର ତିନି ଚାରିଟା ଦାନ୍ତ ତଳେ ପଡି ଗଡୁଛି । ସେ ଆଉ ଶିକାର କରିବ କ’ଣ? ଏହି ଭଳି ପରିସ୍ଥିତିରେ ଦଶ ପନ୍ଦର ଦିନ ପରେ ବାଘଟି ସେଇଠି ମରି ପଡିଲା । ବାଘର ଏତେ ବଳ ଥିଲେ କ’ଣ ହେବ? ବୁଦ୍ଧି ନ ଥିଲେ ସବୁ ଅସାର ।


ଗପ ସାରଣୀ

ତାଲିକାଭୁକ୍ତ ଗପ