ଏକତାର ବଳ

ଘନ ବୃକ୍ଷରେ ପରିପୂର୍ଣ୍ଣ ଅରଣ୍ୟଟିଏ । ସେହି ଅରଣ୍ୟରେ ନାନାପ୍ରକାର ପଶୁପକ୍ଷୀଙ୍କର ଚଳପ୍ରଚଳ ଥାଏ । ଦିନେ ଶିକାରୀ ଗୋଟିଏ ଆସି ପକ୍ଷୀ ଧରିବା ଉଦ୍ଧେଶ୍ୟରେ ଭୂମି ଉପରେ କିଛି ଖୁଦ କଣିକା ବୁଣି ଜାଲ ବସାଇ ଦେଇ ଚାଲିଗଲା । ଏହି ସମୟରେ ଆକାଶରେ ଚିତ୍ରଗ୍ରୀବ ନାମକ ପକ୍ଷୀରାଜା ତା’ର ସାଙ୍ଗମାନଙ୍କୁ ଧରି ଆକାଶରେ ଉଡ଼ିଉଡ଼ି ଯାଉଥିଲେ । ସେମାନଙ୍କ ମଧ୍ୟରୁ ଗୋଟିଏ କପୋତର ଦୃଷ୍ଟି ଭୂମି ଉପରେ ପଡ଼ିଯାଆନ୍ତେ ସେ କହିଲା ଆରେ ଭାଇମାନେ – ଦେଖିଲଣି ଭୂମି ଉପରେ କେତେ ଖୁଦକଣିକା ପଡ଼ିଛି? ଏହି ସ୍ଥାନ ଛାଡ଼ି କାହିଁକି ପୁଣି ଆଗକୁ ଯିବା । ହେଲେ ଅନ୍ୟପକ୍ଷୀମାନେ ସେ କଥାକୁ ଅସ୍ୱୀକାର କରି ନୀରବରେ ଥାଆନ୍ତି । କିନ୍ତୁ ୟେତ ଗୋଟାଏ ଲୋଭି କପୋତ । ସେ ପୁଣି କହିଲା – ଆରେ ନୀରବ କାହିଁକି? ଏତେଗୁଡାଏ ଖୁଦକଣିକା ଆମେ ଏଠାରେ ଛାଡ଼ି ପଳାଇବା ନା କଣ? ଚାଲ ଆଉ ଡ଼େରି ନକରି ଖୁଦତକ ଖାଇଦେଇ ଉଡ଼ିଯିବା । ଅନ୍ୟପକ୍ଷୀମାନଙ୍କର ଇଚ୍ଛା ଥିଲେ ମଧ୍ୟ ରାଜାଙ୍କ ଭୟରେ କେହି କିଛି କହି ନପାରି ରାଜା ଚିତ୍ରଗ୍ରୀବଙ୍କ ମୁଖକୁ ଖାଲି ଚାହୁଁ ଥାଆନ୍ତି । ଚିତ୍ରଗ୍ରୀବ ସମସ୍ତଙ୍କ କଥା ଅବଶ୍ୟ ବୁଝିପାରିଲେ । ସେ କହିଲେ – ଦେଖ ବାବା, ଏ ତ ଜଙ୍ଗଲ ଜାଗା । ଜଙ୍ଗଲର ପାଖ ଆଖରେ ଗୋଟିଏ ହେଲେ ଗ୍ରାମ ନାହିଁ । ତେବେ ଏମିତି ଏକ ଅରଣ୍ୟ ମଧ୍ୟକୁ ଖୁଦ କଣିକା ଗୁଡ଼ାଏ ଆସିବା ଅସମ୍ଭବ ନୁହଁ କି ? ଏହା ନିଶ୍ଚୟ କୌଣସି ଶିକାରୀର କାମ ।


ଗପ ସାରଣୀ

ତାଲିକାଭୁକ୍ତ ଗପ