ବୁଦ୍ଧିହିଁ ବଳ

       ଅନେକ ବର୍ଷ ତଳର କଥା । ଏକ ନଗରୀରେ ଜଣେ ଗରିବ ବ୍ରାହ୍ମଣ ବାସ କରୁଥିଲେ । ସେ ଭିକ୍ଷାବୃତି କରି ପରିବାର ପୋଷଣ କରନ୍ତି ।

       ଦିନକର କଥା । ବ୍ରାହ୍ମଣ ଭିକ୍ଷା ଉଦ୍ଧେଶ୍ୟରେ ଜଣେ ଶେଠ୍ ଗୃହନିକଟରେ ପହଂଚିଲେ । ଶେଠ୍ ଅତି ଆନନ୍ଦିତ ଥିବା ଦେଖି ଭିକ୍ଷୁକ ବ୍ରାହ୍ମଣ ପଚାରିଲେ, ଆପଣ ଆଜି ଅତି ପ୍ରସନ୍ନ ଦେଖାଯାଉଛନ୍ତି, କାରଣ କ’ଣ?”

       ଶେଠ୍ ଜଣକ ଆତ୍ମହରା ହୋଇ କହି ଉଠିଲେ, “ପରମାତ୍ମାଙ୍କ କୃପାରୁ ଆଜି ମୋତେ କନ୍ୟାରତ୍ନ ଟିଏ ମିଳିଛି ।”

       ଏତିକି ଶେଠ୍ କହୁ କହୁ ବ୍ରାହ୍ମଣ ଏକ ନିଶ୍ୱାସରେ କହିଗଲେ, “ସତରେ ଆପଣଙ୍କ ଗୃହକୁ ଲକ୍ଷ୍ମୀ ଆସିଗଲେ । ଲକ୍ଷ୍ମୀ ହେଉଛନ୍ତି ଧନର ଦେବୀ, ସୁତରାଂ ଏଣିକି ଆପଣଙ୍କର ଘର ଅଧିକ ଧନରତ୍ନ ରେ ପୂରି ଉଠିବ ।”

       ଭିକାରି ବ୍ରାହ୍ମଣଠାରୁ ଏଭଳି ଶୁଭ କାମନା ଶୁଣି ଶେଠ୍ ତାଙ୍କୁ ସୁନା ମୋହରଟିଏ ଦେଲେ । ବ୍ରାହ୍ମଣ ତାଙ୍କର ଦାରିଦ୍ର୍ୟତା ଯୋଗୁଁ ଜୀବନରେ ସୁନା କ’ଣ ବୋଲି ଦେଖି ନ ଥିଲେ, ସୁତରାଂ ସୁନା ମୋହରଟି ପାଇ ସ୍ୱର୍ଗରୁ ଚାନ୍ଦ ପାଇଗଲା ଭଳି ଅନୁଭବ କଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ