ଶ୍ରଦ୍ଧାପୂର୍ବକ ସେବା କର

ଥରେ ଫ୍ରାନ୍ସର ଜଣେ ସାମ୍ବାଦିକ ମଦର ଟେରେସାଙ୍କୁ ପ୍ରଶ୍ନ କଲେ, “ମଦର! ଆପଣ କାହାର ପ୍ରେରଣାରେ ଜୀବନବ୍ୟାପୀ ଦୀନଦୁଃଖୀଙ୍କର ସେବା କରି ଚାଲିଛନ୍ତି?”

ତହୁଁ ମଦର ଟେରେସା ଗୋଟିଏ ଗପଛଳରେ ଏହାର ଉତ୍ତର ଦେଲେ । ସେହି ଗପଟି ଥିଲା – ଏକଦା କଲିକତା ମହାନଗରୀରେ ମା’ ଓ ପୁଅ ରହୁଥିଲେ । ପୁଅଟି ଭଲପାଠ ପଢିଲା ଓ ବଡ ଚାକିରିଟିଏ ବି କଲା । ଠିକଣା ବେଳରେ ତା’ର ବିବାହ ସମ୍ପନ୍ନ ହୋଇଗଲା । ଠିକ୍ ସେତିକିବେଳକୁ ମା’ଙ୍କର ବୃଦ୍ଧାବସ୍ଥା । ପୁଅ ତା’ର ଚାକିରି କ୍ଷେତ୍ରକୁ ସ୍ତ୍ରୀକୁ ନେଇ ଚାଲିଗଲା । ମାତ୍ର ନିଜ ଘରଦ୍ୱାର ସମ୍ପତ୍ତିବାଡି ଛାଡି ପୁଅ ସାଥିରେ ମାଆ ଯିବାପାଇଁ ରାଜି ହେଲେ ନାହିଁ ।

କିଛି ଦିନ ପରେ ବୃଦ୍ଧା ମାଆଙ୍କର ଦେହ ଭୀଷଣ ଖରାପ ହୋଇଗଲା । ଏବେ ପୁଅ ତା’ର ମାଆଙ୍କୁ ଚାକିରି କ୍ଷେତ୍ରରେ ଥିବା ବସାଘରକୁ ନେଇଗଲା । ସେଠାରେ ଡାକ୍ତରୀ ଚିକିତ୍ସା ଚାଲିଲା ଏବଂ ପୁଅବୋହୂ ଦୁହେଁ ମିଶି ବୃଦ୍ଧା ମା’ଙ୍କର ସେବାଯତ୍ନରେ ଲାଗିପଡିଲେ । ମାତ୍ର ରୋଗର ପ୍ରଭାବ ଏତେ ଅଧିକ ଥିଲା ଯେ, ଅନେକ ଦିନ ପର୍ଯ୍ୟନ୍ତ ଉପଯୁକ୍ତ ଚିକିତ୍ସା ଓ ସେବା ଶୁଶ୍ରୂଷା କଲା ପରେ ବି ମାଆଙ୍କର ରୋଗ ମୋଟେ ଭଲ ହେଲା ନାହିଁ । ଡାକ୍ତର କହିଲେ ରୋଗ ଭଲ ହେବାଲାଗି ଅନେକ ଦିନ ଲାଗିଯିବ । ଡାକ୍ତରଙ୍କଠାରୁ ଏଭଳି ନିରାଶବାଣୀ ଶୁଣି ପୁଅବୋହୂଙ୍କର ଧୈର୍ଯ୍ୟଚ୍ୟୁତ ଘଟିଲା । ସେମାନେ ଆଉ ଆଗ ଭଳି ସେବାଯତ୍ନ କଲେ ନାହିଁ । ଏହା ଦେଖି ପୁଅର ଜଣେ ବନ୍ଧୁ ପରାମର୍ଶ ଦେଲେ, ମାଆଙ୍କୁ ନେଇ ଗାଁରେ ଛାଡି ଦେଇଆସ ।

ହେଲେ ପୁଅ କହିଲା, “ଏଭଳି କଲେ ଭଲ ହେବ ନାହିଁ । ଗାଁଲୋକେ କ’ଣ କହିବେ? ଯାହା ହେଲେ ବି ମୁଁ ତାଙ୍କ ପୁଅ । ସୁତରାଂ ମାଆ ପ୍ରତି ପୁଅର କର୍ତ୍ତବ୍ୟ ହିସାବରେ ମୋତେ କିଛି ତ୍ୟାଗ କରିବାକୁ ହେବ ।” ଏହି ଭାବ ମନରେ ରଖି ପୁଅ ମା’ଙ୍କର ସେବାରେ ଲାଗିଗଲା, ଆଉ କିଛିଦିନ ପରେ ମା’ ବି ଭଲ ହୋଇଗଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ