ଏକ କ୍ରୀତଦାସର କାହାଣୀ

ଥରେ ଦୁଇବର୍ଷ ଧରି ବର୍ଷା ନ ହେବାରୁ ବସୋରା ନଗରୀ ଓ ତା’ ଆଖପାଖର ସବୁ ଲୋକେ ପାଣି ବିନା ବହୁ କଷ୍ଟ ଭୋଗିଲେ ।

                ସମସ୍ତ ପ୍ରକାର ଚେଷ୍ଟା କରାଗଲା । ଅନ୍ତତଃ ଆଶା ଥିଲା ଯେ ଏଇ ବର୍ଷ ବରଷା ହେଲେ ଆଗବର୍ଷମାନଙ୍କର ଦୁଃଖ ଦୂର ହୋଇଯିବ । କିନ୍ତୁ ସମସ୍ତିଙ୍କ ଆଶା ଧୁଳିସାତ୍ ହୋଇଗଲା ଯେତେବେଳେ କି ସେମାନେ ଦେଖିଲେ କ୍ରମେ ବର୍ଷାଋତୁ ଶେଷ ହୋଇ ଆସୁଛି ଅଥଚ ଜମିବାଡି ଶୁଖି ଫାଟି ରହିଛି ।

                ଏଇ ବିପଦ ସମୟରେ କେତେକ ଭକ୍ତ ମିଳି ମସଜିଦ୍ ପାଖରେ ଯାଇ ରାତିରେ ପହଁଚିଲେ ଓ ମଥା ଉଠାଇ ଆକାଶକୁ ଚାହିଁ ପ୍ରାର୍ଥନା କଲେ, “ହେ ଖୁଦା, ଆମ ଉପରେ ଟିକେ ଦୟାକର । ବର୍ଷା ବିନା ଶସ୍ୟହାନୀ ହୋଇ ଦୁର୍ଭିକ୍ଷ ପଡିଲାଣି; ପିଇବାକୁ ପାଣି ଟୋପାଏ ମଧ୍ୟ ନାହିଁ । ତେଣୁ ଦୟାକରି ଟିକିଏ ବରଷା କର ।”

                ଅଧରାତି ପର୍ଯ୍ୟନ୍ତ ଭକ୍ତମାନେ ଏହିପରି ଭାବରେ ପ୍ରାର୍ଥନା କରି ଚାଲିଥା’ନ୍ତି । କିନ୍ତୁ ଆକାଶରେ ଛୋଟିଆ ବାଦଲଟିଏ ବି ସୁଦ୍ଧା ଦେଖାଗଲା ନାହିଁ । ସେମାନେ ପ୍ରାର୍ଥନା କରି କରି କ୍ଳାନ୍ତ ହୋଇ ଶେଷକୁ ସେଠାରେ ଶୋଇଗଲେ । କିନ୍ତୁ ଜଣେ ଭକ୍ତ ଶୋଇ ନଥାଏ । ସେ ଦେଖିଲା ସେହି ନିଶବ୍ଦ ରାତ୍ରିରେ କେହି ଜଣେ ଶ୍ୟାମବର୍ଣ୍ଣର ଯୁବକ ନିକଟସ୍ଥ ଉଚ୍ଚସ୍ଥାନକୁ ଉଠିଗଲା ।

                ଯୁବକଟି ଉଚ୍ଚ ସ୍ଥାନ ଉପରକୁ ଚଢିଯାଇ କିଛି ସମୟ ଚୁପ୍ଚାପ୍ ବସି ରହିଲା ଓ ତା’ପରେ ସେ ଉପରକୁ ମୁହଁ ଟେକି ଭଗବାନ୍ଙ୍କୁ ପ୍ରାର୍ଥନା କରି କହିଲା, “ହେ ଖୁଦା, ଏଇ ଭକ୍ତମାନଙ୍କ ପ୍ରାର୍ଥନା ଟିକିଏ ଶୁଣ । ମୁଁ ଜାଣେ ତମେ ମତେ ବହୁତ ଭଲପାଅ । ତେଣୁ ମୋ ପ୍ରାର୍ଥନା ଶୁଣ । ଶୀଘ୍ର ବରଷା କରାଅ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ