କମଳିନୀର ମୃତ୍ୟୁ

ବିକ୍ରମାଦିତ୍ୟଙ୍କ କଥା ଅନୁସାରେ ତାଳବେତାଳ ସ୍ୱର୍ଗକୁ ଯାଇଥିଲେ । ଠିକ୍ ଏତିକିବେଳେ ପାରିଜାତ ପୁଷ୍ପ ଧରି ବିକ୍ରମାଦିତ୍ୟଙ୍କର ରାଜସଭାରେ ପ୍ରବେଶ ହେଲେ । ତାଳବେତାଳ ଦୁହେଁ ରାଜାଙ୍କ ଆଦେଶରେ ଯାଇ ବତ୍ରିଶ ସିଂହାସନକୁ ସେଠାରୁ ଧରି ଆସିଲେ । ନାନା ରତ୍ନ ଅଳଙ୍କାରମାନ ମଧ୍ୟ ସଙ୍ଗରେ ଆଣିଥିଲେ । ଅଳକାପୁରୀ ପରି ପୁରକୁ ସଜାଇଲେ । ପାରିଜାତ ପୁଷ୍ପର ହାର କରି ରାଜା ନିଜେ ପରିଧାନ କଲେ । ତାହାପରେ ବିକ୍ରମାଦିତ୍ୟ ବତ୍ରିଶ ସିଂହାସନ ପରେ ବସିଲେ । ତାଳ ବେତାଳ ଦୁହେଁ ରାଜାଙ୍କର ସେବାରେ ଲାଗି ଥାଆନ୍ତି । ଅମର ପୁରକୁ ବଳି ସେ ପୁରୀ ସୁନ୍ଦର ଦିଶିଲା ।

         ପରିଚାରୀମାନେ ଭୟରେ ବିକ୍ରମାଦିତ୍ୟଙ୍କର ଶରଣ ନେଲେ । କେତେକ ସ୍ତୁତି ପଠନ କଲେ   । କେତେ ଆଲଟ ଚାମର ଢାଳିଲେ । ନାନାବିଧ ସୁଗନ୍ଧ ଦ୍ରବ୍ୟମାନ ନୃପତିଙ୍କୁ ଲଗାଇ ଦେଲେ । ଦେବଙ୍କ ଦୁର୍ଲଭ ପାରିଜାତ ପୁଷ୍ପରେ ସଭା ମଣ୍ଡନ କଲେ । ପାତ୍ରମନ୍ତ୍ରୀ, ତାଳବେତାଳ ଦୁହେଁ ବିକ୍ରମାଦିତ୍ୟର ସେବା ଦାସୀମାନେ କଲେ । କମଳିନୀ ପାଖକୁ ପରିଚାରୀମାନେ ଗଲେ ନାହିଁ । ନିଶି ଘନେଇଲା । କାମୁକ କାମୁକୀମାନଙ୍କର ସୁଯୋଗ ଯୁଟିଲା । ପ୍ରହରେ ରାତ୍ରି ହେବାରୁ ଚିତ୍ରରଥ କମଳିନୀଙ୍କ ପାଖରେ ଉପସ୍ଥିତ ହୋଇ ଆଲିଙ୍ଗନ କରିବାକୁ ମନ ବଳାଇଲା ।

         କମଳିନୀ ଅତି କ୍ରୁଧ ହୋଇ ଗନ୍ଧର୍ବକୁ ଗାଳିଦେଲା । ଏ ସମୟରେ ପାରିଜାତ ପୁଷ୍ପ ଗନ୍ଧ ଭାସି ଆସିଲା । କମଳିନୀ ବ୍ୟାକୁଳିତ ହୋଇ ଉଠିଲା । ନିଜର ଦ୍ୱାର ଖୋଲି ଦେଖିଲା ସାରା ନଗର ଆଲୋକ ମାଳାରେ ଉଦ୍ଭାସିତ । ବତ୍ରିଶ ସିଂହାସନ ଉପରେ ବିକ୍ରମାଦିତ୍ୟ ବସିଛନ୍ତି । ପରିଚାରୀମାନେ ପାଦ ମଂଚାଳନ୍ତି । ଶିରରେ ସୁବର୍ଣ୍ଣ ମୁକୁଟ ଶୋଭା ପାଉଛି । ମଦନ ମୋହନ ରୂପ ପରି ରୂପ ତାଙ୍କର ଦିଶୁଛି । କମଳିନୀ ମନ ମଧ୍ୟରେ ବିଚାର କଲା ସଦସ୍ର ଚିତ୍ରରଥ ଏ ରୂପ ପାଖରେ ହାର ମାନିବେ । ପୁଣି ଚିନ୍ତାକଲା ଗୁରୁଜନ, ଦାସଦାସୀଙ୍କ କଥା ମୁଁ ମାନିଲି ନାହିଁ । କୁଳରେ କଳଙ୍କ ବୋଳିଲି । ଏବେ ବ୍ୟଭିଚାରିଣୀ ହେଲି । ଏ ସମୟରେ ଗନ୍ଧର୍ବୀ ରୁପ ଧାରଣକରି ତାଳ ପହଁଚିଲେ ବିକ୍ରମାଦିତ୍ୟଙ୍କ ଆଗରେ । କ୍ରନ୍ଦନ କରି ସମସ୍ତ କଥା କହିଲେ । ମୁଁ ଗନ୍ଧର୍ବ ଚିତ୍ରରଥର ଭାର୍ଯ୍ୟା । ମୋ ସ୍ୱାମୀ ମୋର ନାରୀତ୍ୱ ପ୍ରତି ଅବିଚାର କଲେ । ନାରଦ ଋଷି ମୋତେ କହିଲେ କେଜିନୃପଙ୍କର କନ୍ୟା କମଳିନୀ ତାଙ୍କୁ ଭୁଲାଇ ରଖିଛି । ଦିନେ ମୁଁ ଉତ୍ୟକ୍ତ ହୋଇ ମୋ ସ୍ୱାମୀଙ୍କୁ ଛାଂଚୁଣୀରେ ପ୍ରହାର କଲି । ମାଡଖାଇ ସେ କମଳିନୀକୁ ଛାଡିଲେ ନାହିଁ । ଅନ୍ୟ କିଏ ଜଣେ ତାଙ୍କ ରୂପଧରି ମୋର ସତୀତ୍ୱ ନଷ୍ଟ କଲା । 


ଗପ ସାରଣୀ

ତାଲିକାଭୁକ୍ତ ଗପ