ଅନ୍ଧ ରାଇଜ

ଏଇ ରାଇଜର ନାଁ ଅନ୍ଧ ରାଇଜ । ସେଠିକାର ରାଜା ଚିତାକଟା ସିଂହ । ମନ୍ତ୍ରୀ ଚିକଣିଆ ମହାବଳବନ୍ତ ରାୟ । କଟୁଆଳ ଭଡଭଡିଆ ବଇରି ଗଞ୍ଜନ । ଆଉ ଅନ୍ୟମାନଙ୍କ ନାଁ କ’ଣ ଲେଖିଲେ ଅନେକ ସମୟ ଲାଗିବ । ଏଇଥିରୁ ଆପଣମାନେ ଅନୁମାନ କରିବେ । ରାଜ୍ୟ ଶାସନ କିପରି ଚାଲିଥିବ?

                ରାଜା ଚିତାକଟା ସିଂହ ବଡ ନ୍ୟାୟ ପ୍ରିୟ । ପ୍ରତ୍ୟେକ ପ୍ରଜାକୁ ସେ ସମାନ ମଣୁଥିଲେ । ତା’ ଅର୍ଥ ସେଠାରେ ଧନୀ ଗରିବର କୌଣସି ପାର୍ଥକ୍ୟ ନଥିଲା । ସମାନତା ଥିଲା ଶାସନର ମୁଖ୍ୟ ଲକ୍ଷ୍ୟ । ଏଠି ଗଧ, ଘୋଡା, ହାତୀ, ଓଟ ସବୁରି ମୂଲ୍ୟ ସମାନ । ବଜାରରେ ସବୁ ଜିନିଷର ମୂଲ୍ୟ ମଧ୍ୟ ସମାନ । ଶାଗର ମୂଲ୍ୟ ଯାହା, ମାଂସର ମୂଲ୍ୟ ସେଇଆ । ତେଲର ମୂଲ୍ୟ ଯାହା ଘିଅର ମୂଲ୍ୟ ମଧ୍ୟ ତାହା ।

                ପ୍ରିୟ ପାଠକେ! ଏଇଠି ଚିନ୍ତା କରିବା କଥା, ଏଠାକାର ରାଜକର୍ମଚାରୀ ତଥା ପ୍ରଜାମାନେ କେମିତିକା ହେଇଥିବେ ।

                ଏଇ ଅନ୍ଧ ରାଇଜକୁ ବୁଲିବାପାଇଁ ସାହସପୁର ରାଜ୍ୟର ଯୁବ ଧୂର୍ତ ଓ ଚତୁର ଶୃଗାଳ ନନ୍ଦ ଆସି ପହଁଚିଲେ । ରାଜା ଚିତାକଟା ସିଂହ ବିଦେଶୀ ଅତିଥିଙ୍କୁ ପାଇ ଆନନ୍ଦରେ ଗଦ୍ଗଦ୍ ହେଇ ଉଠିଲେ । ସଙ୍ଗେ ସଙ୍ଗେ ଏକ ଜରୁରୀକାଳୀନ ବୈଠକ ଡକାଇଲେ ।

ରାଜା-ମୋର ସଭାସଦ୍ମାନେ! ଆଜି ମୁଁ ଏକ ଖୁସିର ବିଷୟ ଘୋଷଣା କରୁଚି । ଆମ ରାଜ୍ୟର କଳା, ସଂସ୍କୃତି ଉପରେ ଗବେଷଣା କରିବାପାଇଁ ସାହସପୁର ରାଜ୍ୟର ଶୃଗାଳ ନନ୍ଦ ଆସି ପହଁଚିଛନ୍ତି । ଆମେ ତାଙ୍କୁ ରାଜକୀୟ ସମ୍ମାନ ଦବାରେ ଆଦୌ ତୃଟି କରିବାନି । ସେ ଯେତେଦିନ ଏଠାରେ ରହିବାକୁ ଇଚ୍ଛା କରିବେ, ତାଙ୍କୁ ରାଜକୀୟ ସମ୍ମାନ ପ୍ରଦାନ କରାଯିବ । ମୁଁ ଏଠାରେ ଆଉ ଗୋଟାଏ କଥା ବି ସୂଚେଇ ଦବାକୁ ଚାହେଁ ଯେ, ସେ ଶୃଗାଳ ନନ୍ଦ ପ୍ରତ୍ୟେହ ଦରବାରକୁ ଆସି ଆମ ରାଜ୍ୟର ଶାସନ ପଦ୍ଧତି ଉପରେ ଧ୍ୟାନ ଦେଲେ ଖୁବ୍ ଭଲ ହୁଅନ୍ତା । ନା କ’ଣ କହୁଛନ୍ତି ଶୃଗାଳ ନନ୍ଦ?


ଗପ ସାରଣୀ

ତାଲିକାଭୁକ୍ତ ଗପ