ଜନତାଙ୍କର ରାୟସାହେବ ପ୍ରେମଚାନ୍ଦ

ପ୍ରେମଚାନ୍ଦ ଥିଲେ ହିନ୍ଦୀ ସାହିତ୍ୟର ଜଣେ ଖ୍ୟାତନାମା ଲେଖକ । ଆମ ଦେଶରେ ତ ସେତେବେଳେ ଗୋରା ସରକାରର ଶାସନ ଚାଲିଥାଏ । ସେତେବେଳେ ଉତ୍ତର ପ୍ରଦେଶର ବଡଲାଟ୍ ଥାଆନ୍ତି – ସାର୍ ମାଲକମ୍ ହେଲି । ଥରେ ହେଲି ପ୍ରେମଚାନ୍ଦଙ୍କ ନିକଟକୁ ଖବର ପଠାଇଲେ ଯେ, ତାଙ୍କୁ ତାଙ୍କର ସାହିତ୍ୟକୃତି ପାଇଁ “ରାୟସାହେବ” ଉପାଧିରେ ସମ୍ମାନିତ କରାଯିବ ।

                ଏ ସମ୍ବାଦ ପାଇବା କ୍ଷଣି ପ୍ରେମଚାନ୍ଦଜୀ ଅତ୍ୟନ୍ତ ଚିନ୍ତିତ ହୋଇପଡିଲେ । କ’ଣ କରିବେ କିଛି ବି ଠିକ୍ କରିପାରିଲେ ନାହିଁ । ଏହା ଦେଖି ତାଙ୍କର ସ୍ତ୍ରୀ ଚିନ୍ତାର କାରଣ ପଚାରିବାରୁ ସେ କହିଲେ, “ତାଙ୍କୁ ରାୟସାହେବ ଉପାଧିରେ ସମ୍ମାନିତ କରିବା ପାଇଁ ଇଂରେଜ ସରକାର ଚାହୁଁଛନ୍ତି । ମୁଁ କ’ଣ କରିବି କିଛି ବି ଠିକ୍ କରିପାରୁନି? ସେଇଥିଲାଗି ମୁଁ ଚିନ୍ତିତ ।”

                ଏହା ଶୁଣି ପ୍ରେମଚାନ୍ଦଙ୍କ ପତ୍ନୀ କହିଲେ, “ଇଏ ତ ଅତି ଆନନ୍ଦର କଥା । ଏଥିପାଇଁ ଏତେ ଭାବନା କାହିଁକି? ଏଭଳି ସୁଯୋଗ କାହାକୁ ମିଳେ?”


ଗପ ସାରଣୀ

ତାଲିକାଭୁକ୍ତ ଗପ