ପ୍ରଜା ଚାହିଁ ରାଜା

ଗୋଟିଏ କୂଅରେ ବହୁତ ବେଙ୍ଗ ଥିଲେ, ସେମାନଙ୍କର ଗୋଟିଏ ବେଙ୍ଗ ରାଜା ବି ଥିଲା । କିନ୍ତୁ କିଛିଦିନ ପରେ ସେ ରାଜାକୁ ଆଉ କେହି ବି ମାନିଲେ ନାହିଁ । ତାପରେ ସେମାନେ ସବୁ ବାହାରୁ ଗୋଟିଏ ରାଜା ପଠାଇବାକୁ ଭଗବାନଙ୍କୁ ଅନୁରୋଧ କଲେ । ଭଗବାନ ସେ ବେଙ୍ଗମାନଙ୍କୁ ବହୁତ ବୁଝାଇଲେ “ତୁମର ମଙ୍ଗଳ ପାଇଁ ତୁମ ଭିତରୁ ଜଣକୁ ରାଜା କର”; କିନ୍ତୁ ଭଗବାନଙ୍କ କଥା ଶୁଣିବାକୁ ସେ ବେଙ୍ଗମାନେ ତ ନାରାଜ । ଏ ବିଷୟରେ ସେହି ବେଙ୍ଗମାନେ ଖାଲି ବାରମ୍ବାର ଭଗବାନଙ୍କୁ ବ୍ୟସ୍ତ କଲେ । ତେଣୁ ଭଗବାନ ରାଗିଯାଇ ଗୋଟିଏ ସାପକୁ ରାଜାକରି ପଠାଇଲେ ।

                ସାପ ଫଁ ଫଁ ହୋଇ ଯେତେବେଳେ ଆସିଲା, ସବୁ ବେଙ୍ଗ ଖୁସି ହେଲେ, ତାପରେ ସେମାନେ ସବୁ କହିଲେ – ଏତେ ଦିନପରେ ଗୋଟିଏ ଠିକ୍ ରାଜା ଆସିଲେ । ବେଙ୍ଗ ରଜାଟା ତ ରାଜା ପରି ମୋଟେ ଦିଶୁ ନଥିଲା । କିଛିଦିନ ଭିତରେ ସେ ସାପଟା ବେଙ୍ଗମାନଙ୍କୁ ଗୋଟି ଗୋଟି କରି ଖାଇଦେଲା ।

ସମସ୍ତଙ୍କର ମଙ୍ଗଳ ପାଇଁ ନିଜ ଲୋକଙ୍କ ଭିତରୁ ନେତାବଛା ହେବା ଦରକାର ।


ଗପ ସାରଣୀ

ତାଲିକାଭୁକ୍ତ ଗପ