ଚିଡିଆ ଗୋଲାମ୍

                 ଦିନକର କଥା ମହାରାଜା କୃଷ୍ଣ ଚନ୍ଦ୍ର ଜଣେ ବନ୍ଧୁଙ୍କ ଆମନ୍ତ୍ରଣ ରକ୍ଷା କରିବା ପାଇଁ ଗୋପାଳକୁ ସଙ୍ଗରେ ଘେନି ଗଲେ । ମାଘ ମାସରେ ଭୟାନକ ଶୀତ ହେତୁ ଗୋପାଳ ଚିଡିଆ ଛପା ଆଲୁଆନ୍ ଖଣ୍ଡକ ତାକୁ ବେଶ୍ ମାନୁ ଥାଏ । ଆମନ୍ତ୍ରଣରେ ଆସିଥିବା ଅନ୍ୟାନ୍ୟ ଲୋକ ମାନେ ଗୋପାଳର ହାବ ଭାବ ଦେଖି ହେଁ ହେଁ ହୋଇ ହସି ଉଠିଲେ । ଗୃହ କର୍ତ୍ତା ହସଟାକୁ ଆହୁରି ଟିକିଏ ବଢାଇ ଦେବା ଲାଗି ରସିକତା କରି କହିଲେ – କିହୋ! ଗୋପାଳ ତୁମେ ତ ଆଜି ବେଶ୍ ଚିଡିଆ ଗୋଲାମ୍ ସାଜି ଆସିଛ?

                 ଗୃହ କର୍ତ୍ତାଙ୍କ ମୁଖରୁ କଥାଟା ସରିବା ମାତ୍ରେ ଲୋକ ମାନେ ଆହୁରି ଜୋର୍ରେ ଠୋ ଠୋ ହୋଇ ହସି ଉଠିଲେ । କିନ୍ତୁ ଗୋପାଳ ନ ହସି ସଙ୍ଗେ ସଙ୍ଗେ କଥାର ଉତ୍ତର ଦେଲା – ହଁ ବାବୁ ଏହି ବାର ବିବି ତୁରଫ୍ କରି ଗୋଲାମ୍କୁ ଧରି ନିଅ ।

                 ଲୋକ ମାନେ ଗୃହ କର୍ତ୍ତାଙ୍କ କଥାରେ ଯେତେ ହସି ନଥିଲେ ଗୋପାଳର ଉତ୍ତରଟା ଶୁଣି ହୋ ହୋ ହୋଇ କରତାଳି ଦେଲେ । ଗୃହ କର୍ତ୍ତା ଅପମାନରେ ମୁହଁଟାକୁ ଶୁଖାଇ ଦେଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ