ଉତ୍ତମ ଶିକ୍ଷକଙ୍କର ସୁଲଭ ଗୁଣ

ଜଣେ ପ୍ରକୃତ ଶିକ୍ଷକ ଯିଏ ଦୋଷୀକୁ ଦଣ୍ଡବଦଳରେ ପୁରସ୍କାର ଦେଇଥାନ୍ତି । ଏହି ନୀତି ଅବଲମ୍ବନରେ ଜଣେ ଦୁଷ୍ଟ ପିଲାର ଆଚରଣ ଅତି ସହଜରେ ବଦଳି ଯାଇଥାଏ । ଏହି କହାଣୀଟି ଜଣେ ପ୍ରକୃତ ଗୁଣିବାନ୍ ଶିକ୍ଷକଙ୍କ ଜୀବନର ଏକ ସତ୍ୟ ଘଟଣା ।

       ସେଇ ଶିକ୍ଷକ ଜଣକ ଏକ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକତା କରୁଥାନ୍ତି । ଥରେ ସେହି ବିଦ୍ୟାଳୟର ପିଲାଙ୍କୁ ନେଇ ଏକ ପତ୍ରିକା ବାହାର କରିବା ପାଇଁ ଯୋଜନା ପ୍ରସ୍ତୁତ କଲେ । ପିଲାମାନଙ୍କୁ ଏଥିପାଇଁ ନିଜସ୍ୱ ଲେଖା ଆଣିବାକୁ କୁହାଗଲା । ନିର୍ଦ୍ଧିଷ୍ଟ ସମୟସୀମା ଭିତରେ ପିଲା ଲେଖା ବି ଆଣିଲେ । ପିଲାଙ୍କ ଭିତରୁ ଅତିସୁନ୍ଦର ସୁନ୍ଦର ଅକ୍ଷରରେ ଏକ କବିତା ଲେଖି ଗୋଟିଏ ପିଲା ଆଣିଲା । ଶିକ୍ଷକ ସେହି କବିତାଟିକୁ ପଢିଜାଣିଲେ, ତାହା ଏକ ସୁପ୍ରସିଦ୍ଧ କବିଙ୍କ କବିତାର ନକଲ ଥିଲା ।

       ଏବେ ଶିକ୍ଷକ ଜଣକ ପିଲାଟି ଉପରେ ବିଗିଡିଯାଇ ତାକୁ ଏକାନ୍ତରେ ଡାକି କହିଲେ, “ତୁ ଏ କବିତା ନକଲ କରିଛୁ ।”

     ଏହାଶୁଣି ପିଲାଟି ନିଜେ ଲେଖିଛି ବୋଲି କହିଲା । ମାତ୍ର ଶିକ୍ଷକ ଯେତେବେଳେ ସେହି କବିଙ୍କ ନାଁ କହିଦେଲେ, ପିଲାଟି ବାଧ୍ୟହୋଇ ସତକଥାଟି କହିଦେଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ